କଟକ: କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ରାଜ୍ୟବ୍ୟାପି ସମୂହ ନିରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇଛି । ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଏହା ପାଳନ କରାଯାଇଛି ।
ରାଜ୍ୟ ପୋଲିସ ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଓ ରାଜ୍ୟ ମାନବାଧିକାର ସୁରକ୍ଷା ସେଲର ୪ଶହରୁ ଊର୍ଦ୍ଧ୍ବ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କଟକ ପୋଲିସ ରିଜର୍ଭ ପଡ଼ିଆରେ ଆୟୋଜିତ କରାଯାଇଥିବା ନିରବ ପ୍ରାର୍ଥନା କାର୍ଯ୍ୟକ୍ରମରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ବିଶେଷ କରି କୋଭିଡ ସଂଗ୍ରାମରେ ସାମିଲ ହୋଇ ପ୍ରାଣବଳୀ ଦେଇଥିବା ୬ ଜଣ ପୋଲିସ କୋରୋନା ଯୋଦ୍ଧାଙ୍କ ନାମ ପାଠ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ତେବେ କୋଭିଡ ନିୟମ ମାନିଲେ କୋଭିଡ ଯୋଦ୍ଧାଙ୍କ ପାଇଁ ଏହା ପ୍ରକୃତ ସମ୍ମାନ ବୋଲି ଡିଜି କହିଛନ୍ତି । ଏହି ଅବସରରେ ରାଜ୍ୟ ବାସୀ ଏହି ନିୟମକୁ ମାନିବାକୁ ସେ ଅନୁରୋଧ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ