କଟକ: ଭାଇଚାରା ସହର ସିଲଭରସିଟିର ଏକ ଅଭିନ୍ନ ଅଙ୍ଗ ପାଲଟିଛି ସଂସ୍କୃତି ଓ ପରମ୍ପରା । ଯେଉଁଥିରେ ଝଲସି ଉଠେ ସମସ୍ତ ଧର୍ମର ସଂସ୍କୃତି ଓ ପରମ୍ପରାର ମିଶ୍ରଣ । ତେବେ ଭିନ୍ନ ଏହି ପରମ୍ପରାକୁ ପାଳନ କରିବା ପାଇଁ ପ୍ରତିବର୍ଷ ସାତସାହି ପକ୍ଷରୁ ପାଳନ ହୁଏ ନୃତ୍ୟ ଉତ୍ସବ । ଲୋକପ୍ରିୟ ଏହି ଉତ୍ସବ ଚଳିତ ମାସ 11ରୁ 18 ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ବେଳେ ଆରମ୍ଭ ହୋଇଛି ସମସ୍ତ ପ୍ରସ୍ତୁତି ।
ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ 65ରୁ ଊର୍ଦ୍ଧ୍ବ ସାଂସ୍କୃତିକ ଦଳ ନିଜ କଳା ପରିବେଷଣ କରିବାର ଯୋଜନା ରହିଛି । ବିଶେଷ କରି ଓଡିଶୀ, କଥକ, ଭାରତନାଟ୍ୟମ, ମଣିପୁରୀ ଓ କୁଚିପୁଡି ସାଙ୍ଗକୁ ସମ୍ବଲପୁରୀ ପାଇକ ଆଖଡା ଇତ୍ୟାଦିର ଆୟୋଜନ କରାଯାଇଛି । ତେବେ ଚଳିତବର୍ଷ ନୃତ୍ୟ ଉତ୍ସବର 10ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର ଭାବେ ବାଂଲାଦେଶୀ ଟିମ୍କୁ ଆମନ୍ତ୍ରଣ କରାଯାଇଛି ।
ଏହି କାର୍ଯ୍ୟକ୍ରମଟି ସନସାଇନ ପଡିଆରେ ଆୟୋଜନ କରାଯିବା ସହ ମୁଖ୍ୟତଃ କିନ୍ନର ଓ ଦିବ୍ୟାଙ୍ଗମାନଙ୍କୁ କାର୍ଯ୍ୟକ୍ରମରେ ଆମନ୍ତ୍ରଣ କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ