ETV Bharat / state

NRRIରେ ନୂତନ ପାଠ୍ୟକ୍ରମ ସାମିଲ, ଲାଭବାନ ହେବେ ଛାତ୍ରଛାତ୍ରୀ - ରାଜ୍ୟ ଗବେଷଣା କେନ୍ଦ୍ର

କଟକର ପ୍ରସିଦ୍ଧ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ନୂତନ ପାଠ୍ୟକ୍ରମକୁ ସାମିଲ କରାଯାଇଛି । କୃଷିରେ ସ୍ନାତକ (BSc. Agriculture), କୃଷିରେ ସ୍ନାତକୋତ୍ତର (MSc. Agriculture) ସହିତ ପିଏଚଡି (Phd)ର ସୁବିଧା । ଆଗକୁ ପଢ଼ନ୍ତୁ

NRRIରେ ନୂତନ ପାଠ୍ୟକ୍ରମକୁ  ସାମିଲ
NRRIରେ ନୂତନ ପାଠ୍ୟକ୍ରମକୁ ସାମିଲ
author img

By ETV Bharat Odisha Team

Published : Nov 16, 2023, 8:46 PM IST

NRRIରେ ନୂତନ ପାଠ୍ୟକ୍ରମକୁ ସାମିଲ

କଟକ: ଏନଆରଆରଆଇ(NRRI)ରେ ଯୋଡି ହେଲା ଆଉ ଏକ ଅଧ୍ୟାୟ । କଟକର ପ୍ରସିଦ୍ଧ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ନୂତନ ପାଠ୍ୟକ୍ରମକୁ ସାମିଲ କରାଯାଇଛି । NRRIରେ ଆଜି ଠାରୁ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭହୋଇଛି । କୃଷିରେ ସ୍ନାତକ (BSc. Agriculture), କୃଷିରେ ସ୍ନାତକୋତ୍ତର (MSc. Agriculture) ସହିତ ପିଏଚଡି (Phd)ର ସୁବିଧା ଯୋଗେଇ ଦେବ ଏନଆରଆରଆଇ(NRRI) । ବିଏସି ପାଇଁ 35ଟି ସିଟ ରହିଥିଲା ବେଳେ ଏମଏସି (MSc) ଓ ପିଏଚଡି (Phd) ପାଇଁ 5ଟି ଲେଖାଏଁ ସିଟ ରଖାଯାଇଛି । ଏହା ଏନଆରଆରଆଇ(NRRI) କଟକ ହବ ରୂପେ କାର୍ଯ୍ୟ କରିବ ।

ଏହା ମଧ୍ୟ ପଢ଼ନ୍ତୁ.....OSSC Paper Leak: ୧୯ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ

ନୂଆଦିଲ୍ଲୀରେ ଥିବା ଭାରତୀୟ କୃଷି ଗବେଷଣା କେନ୍ଦ୍ର(IARI) ଅଧୀନରେ 14ଟି ହବ ହେବାକୁ ଯାଉଛି । କଟକ ଛଡା କୋଲକତା, ରାଞ୍ଚି, ହାଇଦ୍ରାବାଦ, ପୁଣେ, ଲକ୍ଷ୍ନୌ, ପାଟନା, ସିଲଂ, ରାଇପୁର ଓ ବେଙ୍ଗାଲୁରୁ ଆଦି ସ୍ଥାନରେ ଏନଆରଆରଆଇ(NRRI) ଆରମ୍ଭ କରାଯାଇଛି । ବିଭିନ୍ନ ରାଜ୍ୟ ଗବେଷଣା କେନ୍ଦ୍ରରେ ଏହି ଶିକ୍ଷାନୁଷ୍ଠାନ ଏଣିକି କାର୍ଯ୍ୟ କରିବ । ଧାନ କିପରି ଅଧିକ ଅମଳ କ୍ଷମ ହେବ, ଫସଲ ସୁରକ୍ଷା ପାଇଁ ଉପଯୁକ୍ତ କୀଟନାଶକର ବ୍ୟବହାର, ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଆଦି ଦିଗରେ ଶିକ୍ଷାଦାନ ଦିଆଯିବ । ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ପାଠ୍ୟକ୍ରମର ଯୋଗଦାନ ନୂତନ ଗବେଷଣା କାରଣ ହେବା ସହ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାରେ ସହାୟକ ହେବ ।

ଏହା ମଧ୍ୟ ପଢ଼ନ୍ତୁ.....ପାଠ୍ୟକ୍ରମରେ ସାମିଲ ହେବ ‘ନିର୍ବାଚନ ସାକ୍ଷରତା’ ବିଷୟ, ଏକ୍ସପର୍ଟ କମିଟି ଦ୍ୱାରା ଚାଲିଛି ତର୍ଜମା

ବର୍ତ୍ତମାନ କାର୍ଯ୍ୟରତ ଥିବା ବୈଜ୍ଞାନିକଙ୍କ ଠାରୁ କୃଷି ସମ୍ବନ୍ଧରେ ଅନେକ ଜ୍ଞାନ ଆହରଣ କରି ପାରିବେ ଛାତ୍ରଛାତ୍ରୀ । ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ଉପଯୁକ୍ତ ଶିକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯିବ । ଶିକ୍ଷା ଓ ଗବେଷଣା ଯଦି ଗୋଟିଏ ସ୍ଥାନ ରେ ଉପଲବ୍ଧ ହେବ ତେବେ ବିଦ୍ୟାର୍ଥୀଙ୍କ ସମେତ କୃଷକମାନେ ମଧ୍ୟ ଲାଭବାନ ହେବେ । ଉପଯୁକ୍ତ ଶିକ୍ଷା ଓ ଗବେଷଣା ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣଙ୍ଗ ବିକାଶରେ ସହାୟକ ହେବ । ଏନଆରଆରଆଇ(NRRI) ନିର୍ଦେଶକ ଅମରେଶ କୁମାର ନାୟକ କହିଛନ୍ତି, "ଏହି ନୂତନ ପାଠ୍ୟକ୍ରମ ଆଗମୀ ଦିନରେ ଦେଶକୁ ଜଣେ ଜଣେ ଭଲ ବୈଜ୍ଞାନିକ ମିଳିପାରିବା ସହ ଓଡ଼ିଶାର ଶିକ୍ଷାଗତ ବିକାଶରେ ମଧ୍ୟ ସହାୟକ ହୋଇପାରିବ । ଯେଉଁଠି ଶିକ୍ଷା ବ୍ୟବସ୍ଥା ଭଲ ରହିଛି ସେଠି କ୍ବାଲିଟି ଟିଚିଙ୍ଗ ସହ କ୍ବାଲିଟି ରିସର୍ଚ୍ଚ ମଧ୍ୟ ହୋଇପାରିବ । "

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.