ETV Bharat / state

ଛାଡ଼ଖାଇରେ ବେପାର ମାନ୍ଦା; ମଙ୍ଗଳବାର ବୋଲି ଜମୁନି ଗ୍ରାହକଙ୍କ ଭିଡ - ଛାଡଖାଇ

ଛାଡଖାଇରେ କଟକ ଆମିଷ ବଜାରରେ ବେପାର ମାନ୍ଦା । ମଙ୍ଗଳବାର ବୋଲି ଆମିଷ କିଣୁନାହାନ୍ତି ଲୋକେ । ଅଧିକ ପଢନ୍ତୁ

chhadakhai
chhadakhai
author img

By ETV Bharat Odisha Team

Published : Nov 28, 2023, 11:18 AM IST

chhadakhai

କଟକ: ଶେଷ ହୋଇଛି କାର୍ତ୍ତିକ ମାସ । ଆଜି ହେଉଛି ଛାଡଖାଇ । କାର୍ତ୍ତିକ ମାସରେ ଛାଡିଥିବା ଖାଦ୍ୟକୁ ପୁଣିଥରେ ଭକ୍ଷଣ କରାଯିବ । ଏନେଇ ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଜମିଛି ଗ୍ରାହକଙ୍କ ଭିଡ । ମାଛଠୁ ଆରମ୍ଭ କରି ଚିକେନ, ମଟନ ଘରକୁ କିଣି ନେଉଛନ୍ତି ଗ୍ରାହକ । ମାସକ ଯାକ ପାଟିରେ ବାଜିନଥିବା ଆମିଷ ଆଜି ଖିଆଯିବ । ଛାଡଖାଇ ଥିବାରୁ ଭଲ ବେପାର ହେବା ବୋଲି ଆଶା ରଖିଛନ୍ତି ଦୋକାନୀ । କିନ୍ତୁ ଆଜି ମଙ୍ଗଳବାର ଥିବାରୁ କଟକରେ ଛାଡଖାଇ ବଜାର ମାନ୍ଦା ପଡିଛି । ହାତ ବାନ୍ଧି ବସିଛନ୍ତି ଅମିଷ ବ୍ୟବସାୟୀ । ଯେଉଁ ଅନୁସାରେ ବ୍ୟବସାୟ ହେବା କଥା ତାହା ହୋଇନାହିଁ । ଆସନ୍ତାକାଲି ବୁଧବାର ଥିବାରୁ ବୋପାର ଭଲ ହେବ ଆଶା ରଖିଛନ୍ତି ବ୍ୟବସାୟୀ ।

ଏହା ମଧ୍ୟ ପଢନ୍ତୁ-ମାଡ ଖାଇଲା ଛାଡଖାଇ: ଆମିଷ ବଜାରରେ ନାହିଁ ଭିଡ, କାଲିକୁ ଆଶା

ଗୋଟିଏ ମାସର ବ୍ୟବଧାନ ପରେ ଆଜି ଛାଡଖାଇ ଥିବାରୁ ଅମିଷ ବ୍ୟବସାୟ ଜମିବ ବୋଲି ବ୍ୟବସାୟୀ ଆଶା ରଖିଥିଲେ । କିନ୍ତୁ ମଙ୍ଗଳବାର ଥିବାରୁ କାଁ ଭାଁ ଲୋକ ଆସି ବଜାରରେ ମାଛ, ମାଂସ କିଣିଛନ୍ତି । ଆଶା ଅନୁଯାୟୀ ବ୍ୟବସାୟ ହୋଇନଥିବାରୁ ବ୍ୟବସାୟୀ ବୁଧବାରକୁ ଅପେକ୍ଷା କରିଛନ୍ତି । ବ୍ୟବସାୟୀମାନଙ୍କ କହିବାନୁଯାୟୀ , ଆଜି ମଙ୍ଗଳବାର ଥିବାରୁ ଲୋକ ମାନେ କମ ଅମିଷ ଖାଆନ୍ତି। କିନ୍ତୁ ଆସନ୍ତା କାଲି ଗ୍ରାହକଙ୍କ ଭିଡ ଜମିବ ଓ ଭଲ ବ୍ୟବସାୟ ହେବ । ଏଥି ପାଇଁ ଆମେ ପ୍ରସ୍ତୁତ ରହିଛୁ। ଆମ ପାଖରେ ଭେରାଇଟ ମାଛ ରହିଛି । ଦର ପୂର୍ବ ଭଳି ରହିଛି। ଗ୍ରାହକ ମାନେ ଦୋକାନ ଆସିଲେ ମଧ୍ୟ କମ କମ କ୍ରୟ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ରାଜଧାନୀରେ ଜମିଲା ଛାଡ଼ଖାଇ, ବୋହିନେଲେ ଟ୍ରକ ଟ୍ରକ ମାଛ ସାଙ୍ଗକୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଂସ

କାର୍ତ୍ତିକ ମାସରେ ହବିଷ୍ୟାଳୀ ଓ ବ୍ରତଧାରୀମାନେ ଦୀର୍ଘ ୧ ମାସ ଧରି ଆମିଷ ବର୍ଜନ କରିଥିଲେ । ଏକ ମାସ ପରେ ଆସିଛି ଛାଡଖାଇ ପାଳି । ତେଣୁ ବିଭିନ୍ନ ଆମିଷ ଦୋକାନରେ ଭିଡ ଜମିଛି । ତେବେ ମଙ୍ଗଳବାର ଛାଡଖାଇ ପଡିଥିବାରୁ ଆମିଷ ବେପାର ଟିକିଏ ମାନ୍ଦା ହୋଇଛି । ବୁଧବାର ଭଲ ବ୍ୟବସାୟ ହେବ ବୋଲି ଆଶା ରହିଛି । ଛାଡଖାଇ ପାଇଁ ବଜାରରେ ଭେରାଇଟର ମାଛ ଉପଲବ୍ଧ ରହିଛି । ଯାହାର ଯାହା ଖାଇବାକୁ ଇଚ୍ଛା ହେଉଛି ସେ ତାହା କିଣିନେଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.