କଟକ: ଓଲଟପୁର ଥାନା ଅନ୍ତର୍ଗତ ସ୍ବାମୀ ବିବେକାନନ୍ଦ ଜାତୀୟ ପ୍ରତିଷ୍ଠାନ ପ୍ରଶିକ୍ଷଣ କେନ୍ଦ୍ର, ନିରତାରର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାଶଙ୍କ ଉପରେ ଆକ୍ରମଣ । କାର୍ଯ୍ୟାଳୟରୁ କାର୍ଯ୍ୟ ସାରି ଫେରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ।
ଦାମୋଦରପୁର ବଜାରରେ ଦୁଇଜଣ ଅଜଣା ଦୁର୍ବୃତ୍ତ ଏକ ମୋଟରସାଇକେଲରେ ଆସି କାର୍ ଉପରକୁ ଢେଲାପଥର ମାଡ କରିଥିଲେ । ଏହାସହ ତାଙ୍କୁ ବନ୍ଧୁକ ଦେଖାଇଥିବା ନିର୍ଦ୍ଦେଶକ ଜଣଙ୍କ ଓଲଟପୁର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଆକ୍ରମଣ କରିବା ପରେ ଦୁର୍ବୃତ୍ତମାନେ ଗାଡିରେ ବନ୍ଧୁକ ଛାଡି ଫେରାର ହୋଇଥିବା ଜଣାପଡିଛି । ଆକ୍ରମଣରେ ଗାଡିଟି ଭାଙ୍ଗି ଯାଇଥିବାବେଳେ ଶକ୍ତିପ୍ରସାଦ ଆହତ ହୋଇଛନ୍ତି ।
ସେପଟେ ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ