ETV Bharat / state

ମିଳିଲାନି ସହାୟତା, ନ୍ୟାୟ ମାଗୁଛନ୍ତି ନିର୍ମାଣ ଶ୍ରମିକ - ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶ୍ରମିକ ସଂଘ

କଟକରେ ନିର୍ମାଣ ଶ୍ରମିକଙ୍କୁ ମିଳିଲାନି କୋରୋନା ସହାୟତା । ଅସନ୍ତାେଷ ପ୍ରକାଶ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶ୍ରମିକ ସଂଘ । ଅଧିକ ପଢନ୍ତୁ...

ନ୍ୟାୟ ମାଗୁଛନ୍ତି ନିର୍ମାଣ ଶ୍ରମିକ
ନ୍ୟାୟ ମାଗୁଛନ୍ତି ନିର୍ମାଣ ଶ୍ରମିକ
author img

By

Published : Dec 11, 2020, 2:02 PM IST

କଟକ: ଦୀର୍ଘ 10ମାସ ହେବ କେରୋନା କାୟାରେ ସାରା ବିଶ୍ବ । କୋରୋନା ପାଇଁ ହୋଇଥିବା ଲକଡାଉନରେ ବେଶ୍ ପ୍ରଭାବିତ ହୋଇଛନ୍ତି ଶ୍ରମିକ ସଂଘ । ସରକାର ସେମାନଙ୍କୁ ଆର୍ଥିକ ସହାୟତା ରାଶି ହେବାକି ପ୍ରତିଶ୍ରୁତି ଦେଇଥିଲେ ହେଲେ ଆଜି ଯାଏଁ ସେମାନଙ୍କୁ କୌଣସି ସହାୟତା ମିଳିନାହିଁ । ଏନେଇ ଶୁକ୍ରବାର ନିର୍ମାଣ ଶ୍ରମିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।

ନ୍ୟାୟ ମାଗୁଛନ୍ତି ନିର୍ମାଣ ଶ୍ରମିକ

କଟକ ଜିଲ୍ଲାରେ 32 ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ରହିଛନ୍ତି । କୋରୋନା ଘର ଦୁଆର ମୁହଁରେ ସମୟତା ରାଶି ଯୋଗାଇ ଦେବାକୁ କହିଥିଲେ ସରକାର । ହେଲେ ଯେଉଁଥିରୁ ଅନେକ ଶ୍ରମିକ କୋରୋନା ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି । 1500 ଟଙ୍କା ଲେଖାଏଁ ପାଇବା ସରକାରୀ ସ୍ଥରରେ ପଞ୍ଜିକୃତ ଶ୍ରମିକଙ୍କ ହକ ଅଛି । ହେଲେ ଏଯାବତ ଏକ ଟଙ୍କା ମଧ୍ୟ ମିଳି ପାରିନାହିଁ । ଯାହା ପାଇଁ ଆଜି ଗର୍ଜନ କରିଛି ନିର୍ମାଣ ଶ୍ରମିକ ସଗଠନ ସମନ୍ବୟ ସମିତି । ଏହା ସହ ସାଇକେଲ ପାଇବାରୁ ଅନେକ ଶ୍ରମିକ ବଞ୍ଚିତ ଅଛନ୍ତି । ଏହାଛଡା ପଞ୍ଜିକୃତ ପାଇଁ ଆବେଦନ କରିଥିଲେ ସୁଧା ଅନେକ ଶ୍ରମିକଙ୍କ ନାଁ ମଧ୍ୟ ସରକାରୀ ପଞ୍ଜିକୃତ ହୋଇପାରି ନାହାନ୍ତି ।

ଆଗକୁ ଯଦି ଶ୍ରମିକମାନଙ୍କ ଏହି ଦାବି ଉପରେ ଧ୍ୟାନ ନ ଦିଆ ଯାଏ ତେବେ ଆଗମୀ ଦିନରେ ଏକ ବଡ଼ ଆନ୍ଦୋଳନର ରୂପ ନେବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ନିର୍ମାଣ ଶ୍ରମିକ ସଂଗଠନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.