ETV Bharat / state

ରାସ୍ତା କାମ ସରିବାର ଦିନକ ପରେ ଉଠିଗଲା ପିଚୁ, ଥାନାରେ ଏତଲା ଦେଲା ଠିକା ସଂସ୍ଥା

author img

By

Published : Jul 8, 2023, 12:15 PM IST

Updated : Jul 8, 2023, 3:30 PM IST

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ନିମ୍ନମାନର କାମକୁ ନେଇ ଅଭିଯୋଗ କଲେ ଗ୍ରାମବାସୀ । ସେପଟେ ସ୍ଥାନୀୟ ଲୋକେ ପିଚୁ ଉଠାଇବାକୁ ନେଇ ଠିକା ସଂସ୍ଥା ପକ୍ଷରୁ ଥାନାରେ ଏତଲା ।‌ ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଦୁର୍ନୀତି !

ରାସ୍ତା କାମ ସରିବାର ଦିନକ ପରେ ଉଠିଗଲା ପିଚୁ

ନିଆଳି: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିମ୍ନମାନର କାମ ହେଉଥିବା ଅଭିଯୋଗ । ସରକାରୀ ଅର୍ଥ ହେରଫେର କରି ନିମ୍ନମାନର କାମ କରାଯିବା ନେଇ ଠିକା ସଂସ୍ଥା ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ । ଖୋର୍ଦ୍ଧା ବାଲିପାଟଣା ବ୍ଲକ ତୁରିନ୍ତିରା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଅଞ୍ଚଳରେ ପିଏମଜିଏସୱାଇରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ଆସିଥିବା ବେଳେ ସେପଟେ ସ୍ଥାନୀୟ ଲୋକେ ପିଚୁ ଉଠାଇବାକୁ ନେଇ ଠିକା ସଂସ୍ଥା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।‌

ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ବାଲିପାଟଣା ବ୍ଲକ ଏମ.ଆର.ଏଲ-୧୫ ତୁରିନ୍ତିରା ଠାରୁ ଚଣାହାଟର ପାଖାପାଖି ସାଢେ ୫ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୭୦.୦୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି କାର୍ଯ୍ୟ ଗତ ବର୍ଷ ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହୋଇ ଚଳିତ ବର୍ଷ ମାର୍ଚ୍ଚ ୧୨ ତାରିଖରେ ସରିବା କଥା । ଏହି ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୨୦୨୮ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଛି ।‌ ଯାହା ସରକାରୀ ସୂଚନା ଫଳକରୁ ଜଣାପଡିଛି । ରାସ୍ତାଟି ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ତଥା ବାଲିପାଟଣା ଗ୍ରାମ୍ୟ ଉନ୍ନୟନ ସେକ୍ସନ ଅଧିନରେ ରହିଛି ।‌ କିନ୍ତୁ କାର୍ଯ୍ୟ ବିଳମ୍ବ ଯୋଗୁଁ ଦାୟିତ୍ଵରେ ଥିବା ଠିକା ସଂସ୍ଥା ଏହାର ଅଗ୍ରଗତି ନିମନ୍ତେ ମହଲତ ଆଣି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି ।

ଗତ କିଛି ଦିନ ରାସ୍ତାରେ ପିଚୁ କାର୍ଯ୍ୟ ଆରମ୍ଭ କରାଯାଇଛି । କିନ୍ତୁ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସନ୍ଦେହ ହେବାରୁ ସେମାନେ ପିଚୁକୁ ହାତରେ ଉଠାଇବାରୁ ପୁଚୁ ଉଠିଥିବା ଦେଖିବାକୁ ମିଳିଥିଲା । ତେଣୁ ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ କରାଯାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।

ସେପଟେ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ସୁପରଭାଇଜର ଗୌରାଙ୍ଗ ଚରଣ ମିଶ୍ର କହିଛନ୍ତି, ‘‘ପିଚୁ କାର୍ଯ୍ୟ ହେବାର ଏକ ମାସ ପର୍ଯ୍ୟନ୍ତ ପିଚୁରେ ହାତ ମାରିବା କଥା ନୁହେଁ । ପିଚୁ ତା ଆପଣାଛାଏଁ ସେଟ୍ ହୋଇଯିବ । ହେଲେ ପିଚୁ ପଡିବାର ଗୋଟିଏ ଦିନ ପରେ ସ୍ଥାନୀୟ ଲୋକେ ହାତରେ ଛଡାଇଛନ୍ତି, ଯାହାକି ବେଆଇନ କାର୍ଯ୍ୟ ।'' ଏଥିପାଇଁ ପିଚୁ ଉଠାଇଥିବା ବ୍ୟକ୍ତିଙ୍କ ନାମରେ ଠିକା ସଂସ୍ଥା ବାଲିପାଟଣା ଥାନାରେ ଅଭିଯୋଗ କରିଛି ।

ତୁରିନ୍ତିରା ଠାରୁ ତରାବୋଇ ରାସ୍ତା ଉପରେ ସାତଟି ପଞ୍ଚାୟତର ଲକ୍ଷାଧିକ ଜନସାଧାରଣ ନିର୍ଭର କରିଥାନ୍ତି ।‌ ଜନସାଧାରଣଙ୍କ ଦାବିକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ହେଉଛି । ହେଲେ ଏବେ ପିଚୁ ଉଠିବା ନେଇ ଦ୍ଵନ୍ଦ ଉପୁଜିଛି । ସେପଟେ ଠିକା ସଂସ୍ଥା ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିବା ବେଳେ ଗ୍ରାମବାସୀ ଏହାକୁ ମିଥ୍ୟା ବୋଲି କହିଛନ୍ତି । ଠିକା ସଂସ୍ଥା ଦୁର୍ନୀତି କରୁଥିବା ଆଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ନିଆଳି

Last Updated : Jul 8, 2023, 3:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.