ETV Bharat / state

ମହାପ୍ରଭୁଙ୍କୁ ଅବମାନନା, ଜଗନ୍ନାଥଙ୍କ ସମ୍ମୁଖରେ ଚେୟାରରେ ବସିଲେ ନିଆଳି ବିଧାୟକ

author img

By

Published : Sep 4, 2022, 5:47 PM IST

Updated : Sep 4, 2022, 7:55 PM IST

ଅଡୁଆରେ ନିଆଳି ବିଧାୟକ । ପ୍ରଭୂ ଜଗନ୍ନାଥଙ୍କ ସମ୍ମୁଖରେ ଚେୟାରରେ ବସିଲେ ବିଧାୟକ । ବିଧାୟକ କରିଥିବା ମସ୍ତବଡ଼ ଭୁଲକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଭାଇରାଲ ହେଉଛି ବିଧାୟକଙ୍କ ଭିଡିଓ । ଅଧିକ ପଢ଼ନ୍ତୁ

ମହାପ୍ରଭୁଙ୍କୁ ଅବମାନନା, ଜଗନ୍ନାଥଙ୍କ ସମ୍ମୁଖରେ ଚେୟାରରେ ବସିଲେ ନିଆଳି ବିଧାୟକ
ମହାପ୍ରଭୁଙ୍କୁ ଅବମାନନା, ଜଗନ୍ନାଥଙ୍କ ସମ୍ମୁଖରେ ଚେୟାରରେ ବସିଲେ ନିଆଳି ବିଧାୟକ

ନିଆଳି: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନିଆଳି ବିଧାୟକଙ୍କ ଅବମାନନା । ଜଗନ୍ନାଥଙ୍କ ସମ୍ମୁଖରେ ଚେୟାର ପକାଇ ବସିଲେ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ । ଆଉ ଭୋଜନ ପାଇଁ ପକାଯାଇଥିଲା କଦଳୀ ପତ୍ର । ତେବେ ଏ ସବୁର ଭିଡିଓ ଏବେ ସାେସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଭିଡିଓଟି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ କଟକ ଜିଲ୍ଲା ନିଆଳି ନିର୍ବାଚିତ ମଣ୍ତଳୀରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି ।

ତେବେ ଏହି ସ୍ଥାନଟି ନିଆଳି ବ୍ଲକର ପ୍ରଭୁ ଶୋଭନେଶ୍ବର ମନ୍ଦିର ପଛପଟରେ ରହିଛି ଜଗନ୍ନାଥଙ୍କର ଏହି ଫଟୋ ଚିତ୍ର । ଏଠାରେ ନିଆଳି ବିଧାୟକ ଜଗନ୍ନାଥ ସମ୍ମୁଖରେ ଚେୟାରରେ ବସିଥିବା ଭିଡିଓକୁ ନେଇ ଚାରିଆଡୁ ନିନ୍ଦା କରାଯାଉଛି । ଜଗତରନାଥ ଜଗନ୍ନାଥଙ୍କୁ ଅପମାନ । ନିଆଳି ବିଧାୟକଙ୍କ ଏ କିଭଳି ମାନସିକତା ବୋଲି ଏବେ ସବୁଠି ଆଲୋଚନା । ଓଡ଼ିଆଙ୍କ ଆରଧ୍ୟା ମହାପ୍ରଭୁଙ୍କ ଆଗରେ ସାରା ଜଗତ ନତମସ୍ତକ ହେଉଥିବାବେଳେ, ଏ କିଭଳି ତାଙ୍କ ସାମନାରେ ଚେୟାର ଟେବୁଲ ପକେଇ ଭୋଜନ ପାଇଁ ବସିଛନ୍ତି ।

ଏଭଳି ଦୁଃସାହାସ କେମିତି କରିଲେ ନିଆଳି ବିଧାୟକ ? ପ୍ରଭୁ ଜଗନ୍ନାଥ ବିଶ୍ୱର ଦେବତା ମହାପ୍ରଭୁଙ୍କୁ ନିଚା ଦେଖାଇବା ଭଳି କାର୍ଯ୍ୟ କରିଛନ୍ତି ସେ । ଏହାକୁ ଆମେ ଜଗନ୍ନାଥ ପ୍ରେମୀ ଘୋର ନିନ୍ଦା କରୁଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କର କୁଆଡ଼େ ପରମ ଭକ୍ତ ବିଧାୟକ ଜଣକ । ତାଙ୍କର ଜଗନ୍ନାଥଙ୍କ ପ୍ରତି ଥିବା ଏଭଳି ଭକ୍ତି କୋଟିକୋଟି ଜଗନ୍ନାଥ ଭକ୍ତଙ୍କୁ ଆଘାତ ଲାଗିଛି ।

ସୂଚନା ଅନୁସାରେ, ଗତ କିଛି ବର୍ଷ ତଳେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ନିଜ ଦଳର ଜଣେ କର୍ମୀଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ହଟ୍ଟହଟ୍ଟା ହୋଇଥିଲେ । ଯାହାର ଭିଡିଓ ମଧ୍ୟ ବେଶ ଭାଇରାଲ ହୋଇଥିଲା । ଏବେ ପୁଣିଥରେ ବିଧାୟକଙ୍କ ଭିଡିଓ ଭାଇରାଲ ହୋଇଛି । ବିଧାୟକଙ୍କ ଏହି ଭୂଲ୍ ଆଦୌ ଗ୍ରହଣୀୟ ନୁହେଁ । ହିନ୍ଦୁ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଆଘତ ଲାଗିଛି । ତାଙ୍କର ଭାବନା ପ୍ରତି କୋଠର ଆଘାତ ଲାଗିଛି । ମହାପ୍ରଭୁ ସାରା ବିଶ୍ବର ପ୍ରିୟ ଦେବତା । ତାଙ୍କୁ ଏଭଳି ଅବମାନନା କରିବା ବିଧାୟକଙ୍କର ମୁର୍ଖାମୀ ବୋଲି ଜଗନ୍ନାଥ ପ୍ରେମୀ ମତ ଦେଇଛନ୍ତି ।

ତେଣୁ ତୁରନ୍ତ ନିଆଳି ବିଧାୟକ ଏହି ଘଟଣାପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ସର୍ବ ସମ୍ମୁଖରେ । ନଚେତ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଏଭଳି ଅପମାନକୁ ଏ ହିନ୍ଦୁ ସମାଜ କେବେ ବି ଗ୍ରହଣ କରିବନି ବୋଲି ଜଗନ୍ନାଥ ପ୍ରେମୀ କହିଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Sep 4, 2022, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.