ETV Bharat / state

ଗୋବିନ୍ଦପୁର ମହାବିଦ୍ୟାଳୟରେ ଆୟୋଜିତ ହେଲା ନୂଆ ଓଡ଼ିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Dec 8, 2023, 6:54 AM IST

ନୂଆ ଓଡିଶା, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟନ କଲେ ନିଆଳି ବିଧାୟକ । ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ଅଭିନବ ଉପାୟ ।ଏହି କାର୍ଯ୍ୟକ୍ରମ ଡିସେମ୍ବର ୩୦ ଯାଏଁ ଚାଲିବ । ଅଧିକ ପଢନ୍ତୁ

ଗୋବିନ୍ଦପୁର ମହାବିଦ୍ୟାଳୟରେ ଆୟୋଜିତ ହେଲା ନୂଆ ଓଡିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ

ନିଆଳି: କଳା ସଂସ୍କୃତି କ୍ରିଡା ଓ ସାମାଜକ ସଚେତନତାର କର୍ଯ୍ୟକ୍ରମ ନୂଆ ଓଡିଶା, ଯୁବ ଓଡ଼ିଶା ,ନବୀନ ଓଡ଼ିଶା କର୍ଯ୍ୟକ୍ରମ କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଗୋବିନ୍ଦପୁର ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।‌
ମହାବିଦ୍ୟାଳୟର ଅଧ୍ୟକ୍ଷ ଗଗନ ବିହରୀ ବେଉରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିିଥିଲେ । ଏହି କାର୍ଯ୍ୟକ୍ରମ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି ।

ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ନୂଆ ଓଡ଼ିଶା, ଶିକ୍ଷା ସହିତ ସାମାଜିକ ବିକାଶ ଧାରାକୁ ଆଗକୁ ନେବାରେ ସହାୟକ ହେବ । ଛାତ୍ରଛାତ୍ରୀ ଦେଶ ତଥା ରାଜ୍ୟର ଆଗାମୀ ଭବିଷ୍ୟତ ପିଲାମାନଙ୍କଠାରୁ ଦେଶ ବହୁତ କିଛି ଆଶା ରଖିଛି ତେଣୁ ଶିକ୍ଷା ସହିତ କ୍ରୀଡାଠାରୁ ଆରମ୍ଭ କରି ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ମୋବାଇଲଠାରୁ ନିଜ ଠାରୁ ଦୂରେଇ ରଖିବା ସହିତ ଶିକ୍ଷା ଉପରେ ଫୋକସ ରଖିଲେ ନିଜ ଲକ୍ଷ୍ୟ ସ୍ତରରେ ପହଁଞ୍ଚିବା ସହଜ ହୋଇପାରିବ । ସଂଘର୍ଷ କଲେ ଜଣେ ସଫଳ ମଣିଷ ହୋଇପାରିବ ।" ଏହାସହ ସେ ପିଲାମାନଙ୍କୁ ନିଜ ପିଲାଦିନର ସଂଘର୍ଷମୟ କଥାକୁ କହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ କର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ....ନୂଆ ଓଡ଼ିଶା କାର୍ଯ୍ୟକ୍ରମ; ସାମିଲ ହେଲେ ୫୦ ହଜାରରୁ ଊର୍ଦ୍ଧ୍ୱ ଦଳ

ସେହିପରି ଏହି କାର୍ଯ୍ୟକ୍ରମରେ ଗୋବିନ୍ଦପୁର ସରପଞ୍ଚ, ସମିତି ସଭ୍ୟା, ଜିଲ୍ଲାପରିଷଦ ସଭ୍ୟ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗଦେଇ ଛାତ୍ର ସମାଜ ଦେଶର ଭବିଷ୍ୟତ ସେମାନଙ୍କ ହାତରେ ଦେଶ ଗଢିବା ଓ ଭବିଷ୍ୟତ ଗଢ଼ିବାର ସମୟ ଆସିଛି ବୋଲି କହିଥିଲେ ।ଯେଉଁ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ସେଇଠୁ ଛାତ୍ରଛାତ୍ରୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେ ନିଶ୍ଚତ ଭାବରେ ଜଣେ ଛାତ୍ର ହେଉ କିମ୍ବା ଛାତ୍ରୀ ଆଗକୁ ଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ ।‌ ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ପାରମ୍ପରିକ ଝୋଟି ଓ ପିଠା ପ୍ରତିଯୋଗିତା ହେବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.