ETV Bharat / state

ନିଆଳି ବିଜେଡିରେ ଜିଲ୍ଲା ସଭାପତିଙ୍କ ବୟାନକୁ ବିରୋଧ, କହିଲେ ନୂଆ ପ୍ରାର୍ଥୀ ନମିଳିଲେ ସ୍ବାଧୀନରୁ ଲଢ଼ିବୁ

author img

By

Published : Jul 23, 2023, 7:27 PM IST

ନିର୍ବାଚନ ପୂର୍ବରୁ ନିଆଳି ବିଜେଡିରେ ଫାଟ । ବର୍ତ୍ତମାନର ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ପୁନର୍ବାର ଟିକେଟ ମିଳିବା ନେଇ କଟକ ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଥିବା ବେଳେ ଆଜି ଏହାକୁ ବିରୋଧ କରିଛନ୍ତି ଅନ୍ୟ ଆଶାୟୀ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

ନିଆଳି ବିଜେଡିରେ ଜିଲ୍ଲା ସଭାପତିଙ୍କ ବୟାନକୁ ବିରୋଧ

ନିଆଳି: କଟକ ଜିଲ୍ଲା ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲାଣି ବୟାନ ବାଜି । ଏହି ବୟାନ ବାଜିକୁ ନେଇ ବିଜେଡିରେ ତୁ ତୁ ମେ ମେ ଆରମ୍ଭ ହୋଇଗଲାଣି । ନିର୍ବାଚନ ପୂର୍ବରୁ ରାଜ୍ୟର ଅଧିକାଂଶ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ ପ୍ରାର୍ଥୀ ବିଜେଡିରୁ ଟିକେଟ ଆଶାରେ ରହିଥିବା ବେଳେ ଦଳୀୟ ନେତୃତ୍ବଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଉନାହାନ୍ତି । ତେବେ ଏହା ଆଗକୁ ବିଜେଡି ପାଇଁ ବୁମେରାଙ୍ଗ୍‌ ହୋଇପାରେ ବୋଲି ମଧ୍ୟ କୁହାଯାଉଛି ।

ତେବେ ଗତ ୧୯ ତାରିଖରେ ନିଆଳିସ୍ଥିତ ପ୍ରାଚୀ ମଣ୍ତପରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ, ସାଂସଦ, ସ୍ଥାନୀୟ ବିଧାୟକଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ଏବଂ ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଠାରେ କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଥିଲେ, "ନିଆଳି ଲୋକଙ୍କ ଉପରେ ଆଶା ଭରସା ଅଛି, ବିଜେଡି ଏଠାରେ ଶହେକୁ ଶହେ ଜିତିବ । ନିଆଳିରେ ବିଧାୟକ ପ୍ରମୋଦ ମଲ୍ଲିକ ସଙ୍ଗଠନ ରଖିଛନ୍ତି । ନିଆଳି ଲୋକେ ତାଙ୍କ ଉପରେ ବିଶ୍ବାସ ରଖିଛନ୍ତି ଏବଂ ସେ ମଧ୍ୟ ନିଆଳିବାସୀଙ୍କ ଉପରେ ବିଶ୍ବାସ ରଖନ୍ତୁ । ମୁଖ୍ୟମନ୍ତ୍ରୀ ତାଙ୍କୁ ଚତୁର୍ଥ ଥର ପାଇଁ ପ୍ରାର୍ଥୀ କରିବେ ଆଉ ପ୍ରମୋଦ ମଲ୍ଲିକ ବିଧାୟକ ହେବେ ।" ତେବେ ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ଟାର୍ଗେଟ କରି ସେ କହିଥିଲେ, "ଆଉ ଯେଉଁମାନେ ଆଶା ରଖି ବୁଲୁଛନ୍ତି ମୋ ପାଖକୁ ଆସିଥିଲେ । ମୁଁ ସିଧା ସଳଖ କୁହେ ଆଗ ନିର୍ବାଚନ ମଣ୍ଡଳୀରୁ ଆର୍ଶୀବାଦ ଆଣ, ତା'ପରେ ଯାଇ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦ ଆଣିବ । ତା'ପରେ ଯାଇ ଆମକୁ କହିବ । ନହେଲେ ବିଶୃଙ୍ଖଳା କରିବାର ଅଛି ତ ଦଳ ଛାଡି ପଳାଅ ।" ତେବେ ଏହି କଥାକୁ ଏବେ ଆଉ ହଜମ କରିପାରିନାହାନ୍ତି ବିଜେଡି ଆଶାୟୀ ପ୍ରାର୍ଥୀ । ଦେବାଶିଷଙ୍କ ପ୍ରତ୍ୟେକ କଥାକୁ ଗୋଟି ଗୋଟି କରି କାଉଣ୍ଟର କରିଛନ୍ତି ବିଜେଡି ଆଶାୟୀ ପ୍ରାର୍ଥୀ ।

ଏହା ମଧ୍ୟ ପଢ଼ନ୍ତୁ...BJD Executive Meeting: ବିଧାନସଭା ନିର୍ବାଚନ ପାଇଁ ପାଗ ଭିଡା, ନିଆଳିରେ ବିଜେଡି ବୈଠକ

ଆଜି କଣ୍ଟାପଡ଼ା ବ୍ଲକସ୍ଥିତ ଗତେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଆଳି ବିଧାସଭା ଆସନର ଦୁଇ ବିଜେଡି ଆଶାୟୀ ପ୍ରାର୍ଥୀ ତୃପ୍ତି ରଞ୍ଜନ ବେହେରା ଏବଂ ରାଜ୍ୟ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଦସ୍ୟ ବିପିନ ବେହେରା ଦେବାଶିଷଙ୍କୁ ଟାର୍ଗେଟ କରିଛନ୍ତି । ନିଆଳି ଆସନ ପାଇଁ କିଏ ପ୍ରାର୍ଥୀ ହେବ, ଏହାକୁ ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ଣ୍ଣୟ କରିବେ । କିନ୍ତୁ କଟକ ଜିଲ୍ଲା ବିଜେଡି ସଭାପତି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ବର୍ତ୍ତମାନର ବିଧାୟକ ଟିକେଟ ପାଇବା ପାଇଁ ପ୍ରତିକ୍ରିୟା ରଖିବା ନେଇ ଉଭୟ ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଏଥିପାଇଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଯଦି ନିଆଳିରେ ନୂଆ ପ୍ରାର୍ଥୀ ଦିଆନଯାଏ, ତେବେ ଆମେ ଆସନ୍ତା ବିଧାନସଭା ନିର୍ବାଚନରେ ସ୍ବାଧୀନ ଭାବରେ ପ୍ରତିନ୍ଦ୍ବନ୍ଦ୍ବିତା କରିବୁ ।" ତେବେ ନିଆଳି ବିଧାସଭା ଆସନ ପାଇଁ ଯଦି ପ୍ରାର୍ଥୀତ୍ବକୁ ନେଇ ଏବେଠାରୁ ତୁ ତୁ ମେ ମେ ଆରମ୍ଭ ହେଲାଣି, ଆଗକୁ ଦଳ ଭିତରେ କି ପ୍ରଭାବ ପଡିବ ତାହା ସମୟ ହିଁ କହିବ । ଅନ୍ୟପଟେ ଅନ୍ୟ ଆଶାୟୀ ବିଜେଡି ପ୍ରାର୍ଥୀ ପ୍ରସନ୍ନ କୁମାର ମଲ୍ଲିକ, ସୁବାଷ ମଲ୍ଲିକ ଏବଂ ଅବସରପ୍ରାପ୍ତ କୃଷି ଅଧିକାରୀ ପ୍ରମୋଦ ମଲ୍ଲିକ ଏହି ସାମ୍ବାଦିକ ସମ୍ମିଳନୀରୁ ନିଜକୁ ଦୂରେଇ ରଖିଥିବା ଜଣାପଡିଛି । ତେବେ ଏହି ସାମ୍ବାଦିକ ସମ୍ମିଳନୀ ପରେ ବର୍ତ୍ତମାନ ନିଆଳି ବିଜେଡିର ଗତି କେଉଁ ଆଡକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.