ETV Bharat / state

SCBରେ ପୁଣି ଅଘଟଣ, ଡଷ୍ଟବିନ ନିକଟରୁ ନବଜାତ ଶିଶୁ ଉଦ୍ଧାର

author img

By

Published : Dec 23, 2022, 4:56 PM IST

Updated : Dec 23, 2022, 6:17 PM IST

SCB ମେଡିକାଲର ଡଷ୍ଟବିନ ନିକଟରେ ଏକ ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁପୁତ୍ର ଉଦ୍ଧାର । ଶିଶୁପୁତ୍ରକୁ ତୃତୀୟ ମହଲାରୁ ଫୋପାଡି ଦିଆଯାଇଥିବା ଅନୁମାନ କରାଯାଉଛି । ଅଧିକ ପଢ଼ନ୍ତୁ

SCBରେ ଡଷ୍ଟବିନ ନିକଟରୁ ନବଜାତ ଶିଶୁ ଉଦ୍ଧାର
SCBରେ ଡଷ୍ଟବିନ ନିକଟରୁ ନବଜାତ ଶିଶୁ ଉଦ୍ଧାର
ଡଷ୍ଟବିନ ନିକଟରୁ ନବଜାତ ଶିଶୁ ଉଦ୍ଧାର

କଟକ: SCB ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଘଟଣ । ଡଷ୍ଟବିନ ନିକଟରେ ଏକ ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁପୁତ୍ର ଉଦ୍ଧାର । ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଶିଶୁପୁତ୍ରକୁ ଚିକିତ୍ସା ପାଇଁ SNCU (Special Newborn Care Unit)ରେ ଭର୍ତ୍ତି କରାଯାଇଛି । ତେବେ ଶିଶୁପୁତ୍ରକୁ ତୃତୀୟ ମହଲାରୁ ଫୋପାଡି ଦିଆଯାଇଥିବା ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳର ମାନସ ଜେନାଙ୍କ ସ୍ତ୍ରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ରାତିରେ ଛୁଆ ଶୋଇଥିବା ବେଳେ ମାଆ ଅଳିଆ ଫୋପାଡିବା ପାଇଁ ବାହାରକୁ ଯାଇ ଆସିବା ପରେ ଛୁଆ ନଥିବା ଦେଖିବାକୁ ପାଇଥିଲେ । ସେପଟେ ତାଙ୍କ ଛୁଆକୁ ତଳ ମହଲା ନିକଟସ୍ଥ ଏକ ପରିତ୍ୟକ୍ତ ଜାଗାରୁ ସୁରକ୍ଷା କର୍ମୀ ଉଦ୍ଧାର କରିଥିଲେ । ଏହି ଘଟଣାରେ ମେଡିକାଲ ଫାଣ୍ଡିରେ ଜଣାଇଛନ୍ତି ମାନସ ।

ପୋଲିସ ଏହ ଘଟଣାରେ ଛୁଆର ପରିବାର ଲୋକଙ୍କୁ ପଚରାଉଚରା କରୁଛି । କଟକ SCB ମେଡିକାଲରେ ବାରମ୍ବାର ଛୁଆ ଚୋରି ଅଭିଯୋଗ ହୋଇ ଆସୁଥିବାବେଳେ କିଭଳି ଶିଶୁପୁତ୍ରଟି ତଳକୁ ପଡିଥିଲା ତାହା ତଦନ୍ତ ସାପେକ୍ଷ । ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ପୋଲିସକୁ ଜଣାଯାଇଛି । ସତ୍ୟାସତ୍ୟ ଯାଞ୍ଚ ପାଇଁ SCB ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଛି । ସିସିଟିଭି ଫୁଟେଜର ଯାଞ୍ଚ କରାଯିବ । ତେବେ ଶିଶୁଟିର କିଏ ଦାବିଦାର ତାହାକୁ ମଧ୍ୟ ତର୍ଜମା କରାଯାଉଥିବା କହିଛନ୍ତି SCBର ପ୍ରଶାସନିକ ଅଧିକାରୀ ।

ଇଟିଭି ଭାରତ, କଟକ

Last Updated : Dec 23, 2022, 6:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.