କଟକ: ପୁଣି ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ । ତେଲେଙ୍ଗା ବଜାର କାଠଯୋଡ଼ି ରାସ୍ତାରେ ନିକଟରେ କ୍ଷତ ବିକ୍ଷତ ନବଜାତ ଶିଶୁର ମୃତ ଦେହକୁ ଉଦ୍ଧାର କରାଯାଇଛି। ତେବେ ଏପରି କାଣ୍ଡ କିଏ ବିହାଉଛି ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।
ସୂଚନାଯୋଗ୍ୟ , ଶିଶୁ ଜଣକୁ ରାସ୍ତା ଉପରେ କେହି ଫିଙ୍ଗି ଚାଲିଯାଇଥିବା ଅନୁମାନ କରାଯାଉଛି। ପୁରୀଘାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ