ETV Bharat / state

କ୍ରୀଡା ନୁହେଁ ବ୍ୟବସାୟର ଠିକଣା ସାଜିଛି ନେତାଜୀ ପଡିଆ - ନେତାଜୀ ପଡିଆର ଦୂରାବସ୍ଥା

କଟକ ନୂଆବଜାରର ନେତାଜୀ ପଡିଆ ଏବେ ବ୍ୟବସାୟର ପେଣ୍ଠ ସ୍ଥଳ ପାଲଟିଛି । ବାହାଘର ଠାରୁ ଆରମ୍ଭ କରି ଜନ୍ମ ଦିନ ଭୋଜି ପର୍ଯ୍ୟନ୍ତ । ସବୁ ଏଠାରେ ଆୟୋଜନ ହେଉଛି । ଯାହାକୁ ନେଇ ବଢିଛି ଚିନ୍ତା । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

netaji-playground
netaji-playground
author img

By

Published : Feb 7, 2020, 11:56 PM IST

Updated : Feb 8, 2020, 4:44 PM IST

କଟକ: ଖେଳ ପଡିଆରେ ଚାଲିଛି ବ୍ୟବସାୟ । ନିରାଶ ହେଉଛନ୍ତି ଖେଳାଳି । ଏହା କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଏହା କଟକ ନୂଆବଜାରର ନେତାଜୀ ପଡିଆର କଥା । 54 ନମ୍ବର ୱାର୍ଡର ସ୍ଥିତ ଏହି ପଡିଆର ନିର୍ମାଣ କେବଳ କ୍ରୀଡା ପାଇଁ ହୋଇଥିଲା । କିନ୍ତୁ ଆଜିର ଦିନରେ ଏହା ଏକ ବ୍ୟବସାୟର ଆଡ୍ଡା ସ୍ଥଳ ପାଲଟିଛି । ଯାହାକୁ ନେଇ ବଢିଛି ଚିନ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଭଡାରେ ଲାଗୁଛି ନେତାଜୀ ପଡିଆ । ଖେଳ କମ୍‌ ବ୍ୟବସାୟର ପେଣ୍ଠ ସ୍ଥଳ ସାଜିଛି ଏହି ପଡିଆ । ବାହାଘର ଠାରୁ ଆରମ୍ଭ କରି ଜନ୍ମ ଦିନ ଭୋଜି ପର୍ଯ୍ୟନ୍ତ । ସବୁ ଏଠାରେ ଆୟୋଜନ ହେଉଛି ।

ଯାହା ଛୋଟ ବଡ ଖେଳାଳି ମାନଙ୍କର ଭବିଷ୍ୟ ସହ ଖେଳା ଯାଉଛି ବୋଲି ଆଭିଯୋଗ କରିଛନ୍ତି ପୂର୍ବତନ ସିଏମସି କର୍ପୋରେଟର ଜୟଦେବ ଜେନା । ବିଶେଷ କରି ନିକଟରେ ଥିବା ଶିଶୁ ମନ୍ଦିରର ପିଲା ମାନେ ଏହି ପଡିଆରେ ବାର୍ଷିକ କ୍ରୀଡା ଓ ଦୈନନ୍ଦିନ ଖେଳ ଅଭ୍ୟାସ ପାଇଁ ଆସିଥାନ୍ତି । ହେଲେ ବର୍ତ୍ତମାନ ପଡିଆର ସ୍ଥିତି ଯାହା ରହିଛି ତାହା ନ କହିବା ଭଲ ।

ଅନ୍ୟପଟେ ରାଜ୍ୟ ସରକାର କ୍ରୀଡା ଉପରେ ବେଶ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ନେତାଜୀ ପଡିଆର ସ୍ଥିତି ବେଶ୍‌ ସଙ୍ଗିନ । କ୍ରିକେଟ, ଫୁଟବଲ, ଭଲିବଲ୍‌ ଇତ୍ୟାଦି କ୍ରୀଡାର ଖେଳ ଅଭ୍ୟାସ ପାଇଁ ନିର୍ମାଣ କରାଯାଇଥିଲା ଏହି ପଡିଆ । ଏବେ କିନ୍ତୁ ଏହା ବ୍ୟବସାୟ ମୁଁହା ପଡିଆ । ତେବେ ଏହି ଘଟଣା ଉପରେ ଏକ ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ତେବେ କ୍ରୀଡାକୁ ଆଖି ଠାର ମାରି ଅର୍ଥ ଉପାର୍ଜନ କରୁନିତ ସିଏମସି ? ଏମିତି କିଛି ପ୍ରଶ୍ନ ସର୍ବସାଧାରଣରେ ଉଙ୍କି ମାରୁଚି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଖେଳ ପଡିଆ ରେ ଚାଲିଛି ବ୍ୟବସାୟ । ନିରାଶ ହେଉଛନ୍ତି ଖେଳାଳି । ଏହା କୌଣସି ଉପାନ୍ତ ଅଞ୍ଚଳ ର ନୁହେଁ ବରଂ ଏହା କଟକ ନୂଆବଜାର ର ନେତାଜୀ ପଡିଆ ର କଥା । 54 ନମ୍ବର ୱାର୍ଡ ରେ ଏହି ପଡିଆ ର ନିର୍ମାଣ କେବଳ କ୍ରୀଡା ପାଇଁ ହୋଇଥିଲା ତାହା ଆଜିର ଦିନ ରେ ଏକ ବ୍ୟବସାୟ ର ଆଡା ସ୍ଥଳ ପାଲଟିଛି । ଯାହାକୁ ନେଇ ବଢିଛି ଚିନ୍ତା ।

Body:ଭିଓ:ଭଡା ରେ ଲାଗୁଛି ନେତାଜୀ ପଡିଆ । ଖେଳ କମ ବ୍ୟବସାୟ ର ପେଣ୍ଠ ସ୍ଥଳ ସାଜିଛି ଏହି ପଡିଆ । ବାହାଘର ଠୁ ଆରମ୍ଭ କରି ଜନ୍ମ ଦିନ ଭୋଜି ପର୍ଯ୍ୟନ୍ତ । ସବୁ ଏଠାରେ ଆୟୋଜନ ହେଉଛି । ଯାହା ଛୋଟ ବଡ଼ ଖେଳାଳି ମାନଙ୍କର ଭବିଷ୍ୟ ସହ ଖେଳା ଯାଉଛି ବୋଲି ଆଭିଯୋଗ କରିଛନ୍ତି ପୁର୍ବତନ ସିଏମସି କର୍ପୋରେଟର ଜୟଦେବ ଜେନା ।ବିଶେଶକରି ନିକଟରେ ଥିବା ଶିଶୁ ମନ୍ଦିର ର ପିଲା ମାନେ ସେଠାରେ ବାର୍ଷିକ କ୍ରୀଡା ଓ ଦୈନନ୍ଦିନ ଖେଳ ଅଭ୍ୟାସ ପାଇଁ ଆସିଥାନ୍ତି । ହେଲେ ବର୍ତ୍ତମାନ ପଡିଆ ର ସ୍ଥିତି ଯାହା ରହିଛି ତାହା ନ କହିବା ଭଲ ।

ବାଇଟ: ଜୟଦେବ ଜେନା( ପୁର୍ବତନ କର୍ପୋରେଟର ସିଏମସି )

ଭିଓ୨: ଅନ୍ୟପଟେ ରାଜ୍ୟ ସରକାର କ୍ରୀଡା ଉପରେ ବେଶ ଗୁରୁତ୍ୱ ଦେଉଥିଲା ବେଳେ ନେତାଜୀ ପଡିଆ ର ସ୍ଥିତି ବେଶ ସଙ୍ଗିନ । କ୍ରିକେଟ , ଫୁଟବଲ , ଭଲି ବଲ ଇତ୍ୟାଦି କ୍ରୀଡା ସେଠାରେ ଖେଳ ଅଭ୍ୟାସ ପାଇଁ ନିର୍ମାଣ କରାଯାଇଥିଲା ବେଳେ ଏବେ ବ୍ୟବସାୟ ମୁଁହା ପଡିଆ । ତେବେ ଏହି ଘଟଣା ଉପରେ ଏକ ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲାପାଳ

ବାଇଟ: ଭବାନୀ ଶଙ୍କର ଚୟିନୀ( ଜିଲାପାଳ କଟକ)

Conclusion:ଫାଭିଓ:ତେବେ କ୍ରୀଡା କୁ ଆଖିଠାର ମାରି ଅର୍ଥ ଉପାର୍ଜନ କରୁନିତ ସିଏମସି । ଖେଳ ନାଁ ରେ ବ୍ୟବସାୟ କରି ଛୋଟ ପିଲା ମାନଙ୍କ ଭବିଷ୍ୟ ସହ ଖେଳୁନି ତ ମହାନଗର ନିଗମ । ଏମିତି କିଛି ପ୍ରଶ୍ନ ସର୍ବସାଧାରଣ ରେ ଉଙ୍କି ମାରୁଚି ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
Last Updated : Feb 8, 2020, 4:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.