ETV Bharat / state

ଜୁନ 15 ସୁଦ୍ଧା ଲୋକାର୍ପିତ ହେବ ନେତାଜୀ ବସ ଟର୍ମିନାଲ

କଟକରେ ନବ ନିର୍ମିତ ନେତାଜୀ ବସ ଟର୍ମିନାଲର କାର୍ଯ୍ୟ ଓ ଅଗ୍ରଗତିକୁ ତଦାରଖ କରିଛନ୍ତି କଟକ ମେୟର ସୁବାସ ସିଂ, କମିଶନର ଓ ବିଧାୟକ ସୌଭିକ ବିଶ୍ୱାଳ । ଅଧିକ ପଢନ୍ତୁ

author img

By

Published : Apr 7, 2023, 1:22 PM IST

Updated : Apr 7, 2023, 1:47 PM IST

netaji bus terminal will be inaugurate soon

କଟକ: ଖୁବଶୀଘ୍ର କଟକ ଖାନନଗରରେ ଉଦଘାଟନ ହେବ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅଗ୍ରଗତିକୁ ନେଇ ତଦାରଖ କରିଛନ୍ତି କଟକ ମେୟର ସୁବାସ ସିଂ ବିଧାୟକ ସୌଭିକ ବିଶ୍ୱାଳ ଓ କମିଶନର ନିଖିଲ ପବନ କଲ୍ୟାଣ । କାର୍ଯ୍ୟ ଖୁବ ଶୀଘ୍ର ଶେଷ କରିବା ନେଇ ବସ ଟର୍ମିନାଲ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ମେୟର, କମିଶନର ଓ ବିଧାୟକ। । ଆସନ୍ତା ଜୁନ ମାସ ୧୫ ତାରିଖ ସୁଦ୍ଧା ଉଦଘାଟନ କରାଯିବାର ଲକ୍ଷ୍ୟ ରଖା ଯାଇଥିବା ସୂଚନା ମିଳିଛି ।

କେଉଁଭଳି ଭାବରେ ବସ ଟର୍ମିନାଲ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରିବ ବସ, ଏହା ସହ ଯାତ୍ରୀ ମାନଙ୍କ ସୁବିଧା ସୁଯୋଗକୁ ଧ୍ୟାନ ଦିଆଯିବ, ପାର୍କିଂ ବ୍ୟବସ୍ଥା ଓ ଅନ୍ୟାନ୍ୟ ସମସ୍ତ ବିଷୟ ଉପରେରେ ଆଲୋଚନା କରାଯାଇଛି । କଟକ ପୁରୁଣା ବାଦାମବାଡି ବସଷ୍ଟାଣ୍ଡରେ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଖାନନଗରରେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

ଏହି ନୂଆ ବସ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏଥିରେ ଏକ ବୃହତ ବସ ଟର୍ମିନାଲ, ସାଧାରଣ ଯାତ୍ରୀବାହୀ ବସ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ , ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ଏହାସହ ଯାତ୍ରୀ ବିଶ୍ରାମଗାର, ଫୁଡ କୋର୍ଟ, ଟିକେଟ ଗୃହ ଓ ଅନେକ ସୁବିଧା ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ସାଙ୍ଗରେ ୧୯୧ ବସ ଏଠାରେ ପାର୍କିଂ କରାଯିବା ନେଇ ବ୍ୟବସ୍ଥା କରାଯାଇଛି।

ବସ ଟର୍ମିନାଲ ପାଖାପାଖି ୧୬ ଏକର ସ୍ଥାନରେ କରାଯାଇଛି । କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ରହିଛି । ମୁଖ୍ୟମନ୍ତ୍ରୀ ବସ ଟର୍ମିନାଲର ଉଦଘାଟନ କରିବାର ସୂଚନା ରହିଛି । ବସ ଟର୍ମିନାଲ ନିକଟରେ ଥିବା ମଲା ଚଣ୍ଡିଆ ଛକ, ରିଂ ରୋଡ଼ ପ୍ରଶସ୍ତିକରଣ କାର୍ଯ୍ୟ ଶେଷ ହେଲେ ଖୁବଶୀଘ୍ର ଉଦଘାଟନ କରାଯିବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ । ତେବେ କଟକର ଐତିହ ଗୌରବର ଗାଥା ବହନ କରୁଥିବା ସୁବାସ ବୋଷଙ୍କ ନାଁରେ ନାମିତ କରାଯାଇଛି ବସଷ୍ଟାଣ୍ଡ । ଏହି ବିଶ୍ୱ ସ୍ତରୀୟ ବସଷ୍ଟାଣ୍ଡ କଟକରେ ନିର୍ମାଣ କରାଯିବା ଫଳରେ ସାରା ରାଜ୍ୟର ଲୋକ ମାନେ ଏବେ କଟକକୁ ଗମନାଗମନ କରିବେ । ବର୍ତ୍ତମାନ ବାଦାମବାଡ଼ି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ରହିଥିଲା ବେଳେ ଏଠାରେ ମଧ୍ୟ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ଯାତାୟାତ କରୁଛନ୍ତି । ତେଣୁ ନେତାଜୀ ବସ ଟର୍ମିନାଲ ନିର୍ମାଣ ପରେ ଲୋକଙ୍କ ଗମନାଗମନ ଦିଗ ଆହୁରି ସ୍ୱଚ୍ଛଳ ହେବ ଓ ଲୋକେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।

ଇଟିଭି ଭାରତ, କଟକ

Last Updated : Apr 7, 2023, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.