ETV Bharat / state

NCC କ୍ୟାଡେଟ ସ୍ବପ୍ନେଶ୍ବର ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ସହପାଠୀ - କଟକର ସ୍ଵପ୍ନେଶ୍ୱର୍ ଦାସଙ୍କ ମୃତ୍ୟୁ

NCC ଟ୍ରେନିଂ ସମୟରେ କଟକର ସ୍ଵପ୍ନେଶ୍ୱର୍ ଦାସଙ୍କ ମୃତ୍ୟୁ ଘଟଣା । ହତ୍ୟା ଅଭିଯୋଗ ଆଣିଲେ ସିଟି କଲେଜ ଛାତ୍ରଛାତ୍ରୀ । NCC ପକ୍ଷରୁ ସନ୍ତରଣ ଟ୍ରେନିଂ ବେଳେ ସ୍ଵପ୍ନେଶ୍ୱରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

NCC କ୍ୟାଡେଟ ସ୍ବପ୍ନେଶ୍ବରଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ସହପାଠୀ

author img

By

Published : Sep 14, 2022, 1:40 PM IST

କଟକ: ଟ୍ରେନିଂ ବେଳେ ସୁଇମିଂ ପୁଲରେ ବୁଡି NCC କ୍ୟାଡେଟ୍‌ଙ୍କ ମୃତ୍ୟୁ ଘଟଣା । ଗତ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା । ମୃତ NCC କ୍ୟାଡେଟ ହେଲେ ସ୍ବପ୍ନେଶ୍ବର ଦାସ । ହତ୍ୟା ଅଭିଯୋଗ ଆଣିଲେ ସିଟି କଲେଜ ଛାତ୍ରଛାତ୍ରୀ । ତେବେ NCC ପକ୍ଷରୁ ସନ୍ତରଣ ଟ୍ରେନିଂ ବେଳେ ସ୍ଵପ୍ନେଶ୍ବରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏନେଇ ଟାୟାର ଜାଳି କଲେଜ ସମମ୍ମୁଖରେ ଜୋରଦାର ଆନ୍ଦୋଳନ କରିବା ସହ ତାଙ୍କୁ ନ୍ୟାୟ ଦାବି କରିଛନ୍ତି କଲେଜର ସମସ୍ତ ଛାତ୍ରଛାତ୍ରୀ ।

ସୂଚନା ଅନୁଯାୟୀ, ଗତ ଶନିବାର କଟକର ଏକ ଘରୋଇ ସୁଇମିଂ ପୁଲରେ NCC କ୍ୟାମ୍ପ ପାଇଁ ଚାଲିଥିଲା ସନ୍ତରଣ ପ୍ରଶିକ୍ଷଣ। ସେହି ସମୟରେ ଚାଲିଯାଇଥିଲା NSM ସିଟି କଲେଜଛାତ୍ର ସ୍ଵପ୍ନେଶ୍ବର୍ ଦାସଙ୍କ ଜୀବନ । ଯାହାକୁ ନେଇ ପରିବାରରେ ଖେଳିଯାଇଥିଲା ଶୋକର ଲହରୀ । ତେବେ ଅନ୍ୟପଟେ NCC ପକ୍ଷରୁ କ୍ଷତିପୂରଣ ଦେବା ଲାଗି ସୂଚନା ଦେଇଛନ୍ତି ଏନସିସି କର୍ତ୍ତୃପକ୍ଷ । ଏଥିସହ ଏହି ଘଟଣା ସମ୍ପୂର୍ଣ୍ଣ ରୂପେ ହତ୍ୟା ଆଡ଼କୁ ଇଙ୍ଗିତ କରୁଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ତେବେ ଯଦି ଆଗାମୀ ଦିନରେ ସ୍ଵପ୍ନେଶ୍ବରଙ୍କୁ ନ୍ୟାୟ ନ ମିଳେ ତେବେ ଆହୁରି ଜୋରଦାର ଆନ୍ଦୋଳନ ହେବ ବୋଲି କଲେଜର ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।

NCC କ୍ୟାଡେଟ ସ୍ବପ୍ନେଶ୍ବରଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ସହପାଠୀ

ଏନେଇ ସ୍ବପ୍ନେଶ୍ବରଙ୍କ ସହପାଠୀ ସୁଭମ କହିଛନ୍ତି, " ମୋର ବନ୍ଧୁଙ୍କୁ NCCର ସିନିଅର ନେଇକି ଯାଇଥିଲେ କଟକର ଏକ ଘରୋଇ କ୍ଲବକୁ ସୁଇମିଂ ଶିଖେଇବାକୁ । ତେବେ ସେଠାରେ ତାଙ୍କୁ ସିନିଅର୍ ମାନେ ହତ୍ୟା କରିଛନ୍ତି ବୋଲି ଏହା ଆମକୁ ଲାଗୁଛି । କାରଣ ତିନି ଜଣଙ୍କ ପାଖରୁ ତିନି ପ୍ରକାର କଥା ଆମକୁ ଶୁଣିବାକୁ ମିଳୁଛି । ତାଙ୍କ ସାଙ୍ଗରେ ଯେଉଁମାନେ ଯାଇଥିଲେ ସେମାନେ କହୁଛନ୍ତି ଯେ ତାଙ୍କୁ ଆମେ ଗାଡିରେ ନେଇକି ଆସିଲା ବେଳେ ସେନ୍ସ ଚାଲିଗଲା । କିନ୍ତୁ ଆଉ କିଛି ପିଲା କହୁଛନ୍ତି କି ସୁଇମିଂ ପୁଲରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ତେଣୁ ଏନେଇ ସିଧାସଳଖ ଅଭିଯୋଗ ହତ୍ୟା ଆଡକୁ ଯାଉଛି। "

ତେବେ ସୂଚନା ଥାଉକି, ଗତ ଶନିବାର କଟକର ଏକ ଘରୋଇ କ୍ଲବ୍ ସୁଇମିଂ ପୁଲ୍‌ରେ ବୁଡ଼ି ଏନସିସି କ୍ୟାଡେଟ ସ୍ବପ୍ନେଶ୍ବର ଦାସଙ୍କ ମୃତ୍ୟୁ ହୋଇଥିଲା । ସେ ସୁଇମିଙ୍ଗ ପୁଲରେ ଟ୍ରେନିଂ ନେଉଥିବା ବେଳେ ଘଟିଥିଲା ଏହି ଅଘଟଣ । ଟ୍ରେନିଂ ଶେଷ କରି ସାରି ଛାତ୍ର ଜଣଙ୍କ ଉପରକୁ ଆସିବା ପରେ ତାଙ୍କୁ ହଠାତ୍ ବାତ ମାରିଥିଲା । ଏଥିରେ ସ୍ବପ୍ନେଶ୍ବର ଗୁରୁତର ହୋଇ ପଡ଼ିଥିଲେ । ଏନେଇ ସଙ୍ଗେ ସଙ୍ଗେ ତାଙ୍କୁ ତୁରନ୍ତ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ , କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.