କଟକ: କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ପୁଣିଥରେ ଶୁଣିବାକୁ ମିଳିଛି ନବୀନ ବନ୍ଦନା । ଏହି ବନ୍ଦନା ଗାନ କରିଛନ୍ତି ଜଣେ ସାଧାରଣ ଲୋକେ । ହେଲେ ଏହାକୁ ନେଇ ଏବେ ତେଜୁଛି ରାଜନୀତି । ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ଖଣ୍ଡପଡା ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ ।
ବାଲିଯାତ୍ରାରେ ଯେଉଁ ବିବାଦ ସାମ୍ନାକୁ ଆସିଛି ତାହାକୁ ନେଇ ବିବ୍ରତ ନହୋଇ ଏହାର ସମାଧାନ ଦିଗରେ ଅଗ୍ରସର ହେବା ଆବଶ୍ୟକ । କାରଣ ହଜାର ବର୍ଷର ସହରରେ ଏହି ଐତିହାସିକ ବାଲିଯାତ୍ରା ପ୍ରତି ଏପରି ପ୍ରଶ୍ନ ଉଠିବା ଠିକ ନୁହେଁ । ଯଦି ପୂଜା କମିଟି ଓ ଶାନ୍ତି କମିଟି ବାଲିଯାତ୍ରା ଅନୁପସ୍ଥିତ ରହିଲେ ତାହା ନିଶ୍ଚୟ ପ୍ରଶ୍ନ ପରିସର ଭୁକ୍ତ ହେବ । କିନ୍ତୁ ବାଲିଯାତ୍ରା ଭଳି ବଡ଼ ମେଳାରେ ସମସ୍ତେ ମିଶିକି ଆୟୋଜନ କଲେ ମେଳାର ଶୋଭା ଆହୁରି ବୃଦ୍ଧି ପାଇବ । ତେଣୁ ଏପରି ବିବାଦରୁ ଦୂରେଇ ରହି ମେଳା ଆୟୋଜନ କରିବା ନିତ୍ୟନ୍ତ ଆବଶ୍ୟକ ।
ଏହାଛଡା ମଞ୍ଚରେ ହେ ନବୀନ ତୁମ ଫ୍ୟାନ ଗୀତ ଗାଇବା କୌଣସି ରାଜନୈତିକ ଦୃଷ୍ଟି ଭଙ୍ଗୀ ନୁହେଁ । ଯିଏ ଚାହିଁବ ସେ ନବୀନ କଣ ମୋଦି ଗୀତ ବି ଗାଇ ପାରିବ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବାଲିଯାତ୍ରାକୁ ରାଜନୀତିକରଣ କରାଯାଇ ଅନେକ କଦର୍ଯ୍ୟ କାମ କରାଯାଉଛି । ତେଣୁ ବାଲିଯାତ୍ରାରେ ନବୀନଙ୍କ ଗୀତ ଗାଇବା ରାଜନୀତି ନୁହେଁ ବୋଲି କହିଛନ୍ତି ଖଣ୍ଡପଡା ବିଧାୟକ ସୋମ୍ୟରଞ୍ଜନ ।
ଇଟିଭି ଭାରତ, କଟକ