ETV Bharat / state

ପ୍ରକୃତିବନ୍ଧୁ ଦୀନବନ୍ଧୁ: ୭ବର୍ଷରେ ଲଗାଇଲେଣି ୨୦ହଜାର ବୃକ୍ଷ, ହସୁଛି ରାଜଧାନୀ ଉପକଣ୍ଠ - ସବୁଜିମା ଭରା ପରିବେଶ

ସବୁଜିମାରେ ହସୁଛି ରାଜଧାନୀ ଉପକଣ୍ଠ । ସବୁଜିମା ଭରା ପରିବେଶକୁ ଦେଖିଲା ବେଳକୁ ଯେପରି ପେଟ ପୁରିଯାଉଛି । ଖୋର୍ଦ୍ଧା ବାଲିଅନ୍ତା ବ୍ଲକର ଦୀନବନ୍ଧୁ ଭୋଇ ପ୍ରକୃତି ବନ୍ଧୁ ସାଜି ଲଗାଇ ଆସୁଛନ୍ତି ବୃକ୍ଷ । ୨୦୧୫ରୁ ସେ ୨୦ ହଜାର ବୃକ୍ଷ ଲଗାଇସାରିଲେଣି । ଦେଖନ୍ତୁ ଏହି ରିପୋର୍ଟ

Nature Lover Dinabandhu Bhoi
Nature Lover Dinabandhu Bhoi
author img

By

Published : May 9, 2023, 4:47 PM IST

ପ୍ରକୃତିବନ୍ଧୁ ଦୀନବନ୍ଧୁ: ୭ବର୍ଷରେ ଲଗାଇଲେଣି ୨୦ହଜାର ବୃକ୍ଷ, ହସୁଛି ରାଜଧାନୀ ଉପକଣ୍ଠ

ନିଆଳି: ସବୁଜିମାରେ ହସୁଛି ରାଜଧାନୀ ଉପକଣ୍ଠ । ମନୁଷ୍ୟ ସମାଜ ପାଇଁ ବୃକ୍ଷ ନିହାତି ଆବଶ୍ୟକ, ଏହା ହିଁ ଆମର ପ୍ରକୃତ ବନ୍ଧୁ । ଏହି କଥାକୁ ଖୁବ ଭଲଭାବେ ବୁଝିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ବାଳକାଟି ଅଞ୍ଚଳର ହୀରାପୁର ଗ୍ରାମର ଦୀନବନ୍ଧୁ ଭୋଇ । ଯିଏକି ୭ ବର୍ଷ ମଧ୍ୟରେ ଲଗାଇଲେଣି ପ୍ରାୟ ୨୦ ହଜାରରୁ ଅଧିକ ବୃକ୍ଷ । ସେ ରାଜଧାନୀ ଉପକଣ୍ଠ ବାଳକାଟି, ବାଲିଅନ୍ତା ଓ ଏହାର ଆଖପାଖ ଅଞ୍ଚଳରେ ନିଜ ଫାଉଣ୍ଡେସନ ସହାୟତାରେ ଗଛ ଲଗାଇଛନ୍ତି । ଏଥିଲାଗି ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକୃତି ବନ୍ଧୁ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି ।

ଗଛ ଲଗାଇ ପ୍ରକୃତି ପ୍ରେମୀ ଭାବେ ନୂଆ ପରିଚୟ ପାଇଥିବା ଦୀନବନ୍ଧୁଙ୍କ ପିଲା ବେଳୁ ସମାଜ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା । ସମାଜ ପାଇଁ ସର୍ବଦା କିଛି କରିବା ଲାଗି ସେ ଉଦ୍ୟମ ଜାରି ରଖିଥିଲେ । ଯାହାକି ଆଜି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ଏବେ ଅହେତୁକ ମାତ୍ରାରେ ଜଙ୍ଗଲ କ୍ଷୟ ହେଉଛି । ଫଳରେ ପ୍ରଦୂଷଣ ମାତ୍ରା ବଢିଥିବା ବେଳେ ତାପମାତ୍ରା ବୃଦ୍ଧି ପାଇଛି । ସବୁଜିମା ବଦଳରେ ଆକାଶ ଛୁଆଁ କୋଠା ଆଗାମୀ ପୀଢି ପାଇଁ ଢେର ବିପଦ ସୃଷ୍ଟି କରିବାକୁ ଯାଉଛି । ନାଲି ନୀଳ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେଉଛି ହେଲେ ସମାଜ ପରିବର୍ତ୍ତନ ପାଇଁ ଗଛ ଲଗାଇବା କାହାରି ଦାୟିତ୍ଵ କିମ୍ବା ମୂଲ୍ୟବୋଧ ନଥିଲା ପରି ମନେ ହେଉଛି ।

ଠିକ ସମୟରେ ଠିକ ନିଷ୍ପତ୍ତି ନ ନେଲେ ପରିବେଶ ଧ୍ବଂସାଭିମୁଖୀ ହୋଇଯିବ। ମନରେ ଏହି ଆଶା ଓ ଆଶଙ୍କା ରଖି ୨୦୧୫ ମସିହାରୁ ଦୀନବନ୍ଧୁ ଆରମ୍ଭ କରିଛନ୍ତି ବୃକ୍ଷରୋପଣ । ଯେଉଁଠି ଦେଖିଲେ ସେଇଠି ଗଛଟିଏ ଲଗାଇ ଦିଅନ୍ତି ଦୀନବନ୍ଧୁ। ସେ ରାସ୍ତାକଡ଼ ହେଉ କିମ୍ବା ନଦୀପଠା କିମ୍ବା ଅନାବାଦୀ ଜମି ପ୍ରତ୍ୟେକ ସ୍ଥାନରେ ଗଛଟିଏ ଲଗାନ୍ତି ଦୀନବନ୍ଧୁ । ଆମ୍ବ ଗଛଠାରୁ ଆରମ୍ଭ କରି ଜାମୁ, ତାଳ, ଚାଖୁଣ୍ତା, ଖେରସ, ଶିଶୁ, ଆକାଶିଆ, ପଟାସ ଏମିତି ଅନେକ ପ୍ରକାରର ଚାରା ସଂଗ୍ରହ କରି ସେ ଗଛ ଲଗାଇ ଚାଲିଛନ୍ତି । ବାଳକାଟିଠାରୁ ଟଙ୍କପାଣି ରାସ୍ତାର ଉଭୟ ପାର୍ଶ୍ବ ସମୁଜିମାରେ ହସୁଥିବା ବେଳେ ଗଡଖୁଣ୍ତିଆ ସୁଦର୍ଶନ ଦାରୁ ପୀଠ ତଥା ଭାର୍ଗବୀ ନଦୀ ପଠାରେ ଶିଶୁ ଗଛ ବେଶ ସବୁଜିମାରେ ପରିପୂର୍ଣ୍ଣ।

ଏହା ବି ପଢନ୍ତୁ- ରଥ ଖଳାରେ କୁନି କାରିଗର, ଶିଖୁଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ତେବେ ବଞ୍ଚିଥିବା ଯାଏଁ ଦୀନବନ୍ଧୁ ଦିନ ରାତିକୁ ଏକ କରି ସମାଜ ପାଇଁ ସବୁଜିମାରେ ପରିଣତ ପାଇଁ ନେଇଛନ୍ତି ସଂକଳ୍ପ। ଗଛଟିଏ ଭାଙ୍ଗି ଗଲେ କିମ୍ବା ଗାଈଗୋରୁ ଖାଇଗଲେ ବ୍ୟଥିତ ହୁଅନ୍ତି ଦୀନବନ୍ଧୁ। ଗଛ ଲଗାଇବାରେ ନିଜକୁ ସୀମିତ ରଖି ନାହାଁନ୍ତି ଦୀନବନ୍ଧୁ ବରଂ ଘର ନିକଟରେ ପଶୁପକ୍ଷୀମାନଙ୍କ ଲାଗି ଅନେକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛନ୍ତି । ଏଥିପାଇଁ ଦୀନବନ୍ଧୁ ଭୋଇ ପ୍ରକୃତ ବନ୍ଧୁ ସମ୍ମାନ ରାଜ୍ୟ ସରକାରଙ୍କଠାରୁ ପାଇସାରିଛନ୍ତି । ଏମିତି କି ବିଭିନ୍ନ ଅନୁଷ୍ଠାନରୁ ୫୦ରୁ ଊର୍ଦ୍ଧ୍ବ ସ୍ଥାନରୁ ସମ୍ମାନର ଅଧିକାରୀ ହୋଇସାରିଛନ୍ତି।

ବୃକ୍ଷ ରୋପଣ ପାଇଁ ଦୀନବନ୍ଧୁ ଭୋଇଙ୍କ ପୁଅଠାରୁ ଆରମ୍ଭ କରି ସ୍ତ୍ରୀ, ବୋଉ ଓ ବାପା ସହଯୋଗ କରିଥାନ୍ତି । ଦୀନବନ୍ଧୁ ବୃକ୍ଷରୋପଣ କରି ଏବେ ପ୍ରକୃତି ବନ୍ଧୁ ଭାବେ ବାଳକାଟି ଅଞ୍ଚଳରେ ବେଶ ପରିଚିତ। ବୃତ୍ତିରେ ଜଣେ ସେ ଛତୁ ଚାଷୀ । ଏହାସହିତ ସେ ଗଛ ମଧ୍ୟ ଲଗାଇଥାନ୍ତି । ଏଥିଲାଗି ଦୁଇ ପଇସା ରୋଜଗାର କରିବା ତାଙ୍କ ପାଇଁ କଷ୍ଟ ହୁଏ । ଏ ନେଇ ତାଙ୍କ ପତ୍ନୀ କୁହନ୍ତି, " ମୋ ସ୍ବାମୀ ବହୁ ଦିନ ଧରି ଗଛ ଲଗାଇ ଆସୁଛନ୍ତି । ଗଛକୁ ଗୋଟିଏ ସନ୍ତାନ ପରି ସେ ଲାଳନପାଳନ କରନ୍ତି । ଗଛପତ୍ରକୁ ଗାଈଗୋରୁ ଖାଇଲେ ସେ ସହିପାରନ୍ତି ନାହିଁ । ତାଙ୍କୁ କଷ୍ଟ ହୋଇଥାଏ । ହେଲେ ଯେତେବେଳେ ପଥିକଟିଏ ଗଛ ତଳେ ବସି ଆହା ପଦେ କହେ ଏହା ତାଙ୍କ ପାଇଁ ଆଶୀର୍ବାଦ ହୋଇଯାଏ ।"

ଦୀନବନ୍ଧୁ ୨୦୧୫ ମସିହାରୁ ୨୦ ହଜାରରୁ ଊର୍ଦ୍ଧ୍ଵ ବୃକ୍ଷରୋପଣ କରିସାରିଲେଣି । ସମାଜ ପରିବର୍ତ୍ତନ ପାଇଁ ପାଣିପାଗର ପରିବର୍ତ୍ତନ ପାଇଁ ଗଛର ନିହାତି ଆବଶ୍ୟକ ବୋଲି ଦିନବନ୍ଧୁ ଭୋଇ ମର୍ମେ ମର୍ମେ ଅନୁଭବ କରୁଥିବା ବେଳେ ଦିନବନ୍ଧୁଙ୍କ ଏଭଳି ମହତ ଉଦ୍ୟମ ଅନ୍ୟମାନଙ୍କ ପାଇଁ ଏକ ଜ୍ବଳନ୍ତ ଉଦାହରଣ ନିଶ୍ଚୟ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.