ETV Bharat / state

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ, 3 ମେଣ୍ଢା ମୃତ

author img

By

Published : Mar 22, 2023, 4:08 PM IST

ନାହାଳପୁର ପଞ୍ଚାୟତ ଗୁଣାଦୋଳରେ ପୁଣି ମେଣ୍ଢା ମୃତ୍ୟୁ । ଅଦୃଶ୍ୟ ଅଜଣା ଜନ୍ତୁଙ୍କ ପୁଣି ଆତଙ୍କ, ୧୦ ଦିନ ନିରବତା ପରେ ତିନି ମେଣ୍ଢାଙ୍କ ଜୀବନ ନେଲା ଅଜଣା ଜନ୍ତୁ । ଅଧିକ ପଢନ୍ତୁ

mysterious animal
mysterious animal
ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ

ନିଆଳି: ନିଆଳିରେ ପୁଣି ଅଦୃଶ୍ୟ ଅଜଣା ଜନ୍ତୁ ଆତଙ୍କ । ୧୦ ଦିନ ନିରବତା ପରେ ଗୁହାଳରେ ପଶି ୩ ମେଣ୍ଢାଙ୍କ ଜୀବନ ନେଲା ଅଜଣା ଜନ୍ତୁ । ନାହାକପୁର ପଞ୍ଚାୟତ ଗୁଣାଦୋଳ ଗାଁର ପଞ୍ଚାନନ ଚୌଧୁରୀଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୩ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ତେବେ କେଉଁ ଆଡୁ ଆସୁଛି ଅଜଣା ଜନ୍ତୁ ତା'ର କୌଣସି ଟେର୍‌ ପାଉନାହିଁ ବନ ବିଭାଗ ଏବଂ ମେଷ ପାଳକ ।

ଅତି ଚତୁରାତର ସହ ଅଦୃଶ୍ୟ ଅଜଣା ଜନ୍ତୁ ନିଆଳି , କଣ୍ଟାପଡ଼ା , ବାରଙ୍ଗ ଏବଂ ବାଲିପାଟଣା ବ୍ଲକ ଏପରିକି ଗତ କିଛି ଦିନ ତଳେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ୯ ମେଣ୍ଢାଙ୍କ ଜୀବନ ନେଇ ସାରିଛି ଅଜଣା ଜନ୍ତୁ । ଗତ ଆଠ ବର୍ଷ ମଧ୍ୟରେ ଅଦୃଶ୍ୟ ଅଜଣା ଜନ୍ତୁଙ୍କ ଆକ୍ରମଣରେ ଅନେକ ମେଣ୍ଢା ମୃତ୍ଯୁବରଣ କରି ସାରିଲେଣି । ଫୁଲନଖରା ବନ ବିଭାଗର ସବୁ ପ୍ରକାର ଉଦ୍ୟମ ଫେଲ ମାରିଛି । ଚଳିତ ମାସ ୧୦ ତାରିଖ ଏବଂ ୧୩ ତାରିଖରେ ମଧ୍ୟ ନାହାଳପୁର ପଞ୍ଚାୟତର ଗୁଣାଦୋଳ ଗ୍ରାମରେ ଦୁଇ ଜଣ ମେଷ ପାଳକଙ୍କ ଗୁହାଳରୁ ୨୯ ମେଣ୍ଢାଙ୍କୁ ଶିକାର କରିସାରିଛନ୍ତି ଅଜଣା ଜନ୍ତୁ । ସେବେ ଠାରୁ ଫୁଲନଖରା ବନ ବିଭାଗର କର୍ମଚାରୀମାନେ ଟ୍ରାପ କ୍ୟାମେରା ଏବଂ ରାତି ପାଟ୍ରୋଲିଂ ସତ୍ତ୍ୱେ ଅଦୃଶ୍ୟ ଅଜଣା ଜନ୍ତୁଙ୍କ ଆତଙ୍କ କମି ନାହିଁ ।‌

ଏହା ମଧ୍ୟ ପଢନ୍ତୁ- ICC ODI World Cup: ଅକ୍ଟୋବର 5ରୁ ବିଶ୍ବକପ, ନଭେମ୍ବର 19ରେ ଫାଇନାଲ

ସେହିପରି ପୁଣି ଥରେ ଗତକାଲି(ମଙ୍ଗଳବାର) ଅଜଣା ଜନ୍ତୁଙ୍କ ଆକ୍ରମଣରେ ତିନି ମେଣ୍ଢାଙ୍କ ମୃତ୍ୟୁ ପରେ ଫୁଲନଖରା ବନ ବିଭାଗ ଓ ପଶୁ ସମ୍ପଦ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଏଥିସହ ମୃତ ମେଣ୍ଢାଙ୍କ ମୃତଦେହ ବ୍ଯବଚ୍ଛେଦ କରାଯାଇଛି ।‌ ଇତି ମଧ୍ୟରେ ଅଜଣା ଜନ୍ତୁଙ୍କ ଆତଙ୍କକୁ ଆଠ ବର୍ଷ ବିତି ଯାଇଥିଲେ ମଧ୍ୟ ମେଣ୍ଢାଙ୍କୁ କିଏ ମାରୁଛି ତାହାକୁ ନେଇ ଏବେ ବି ନିଆଳି, କଣ୍ଟାପଡ଼ା ଓ ଆଖପାଖ ଅଞ୍ଚଳରେ ଲୋକେ ଦ୍ବନ୍ଦରେ । ଅଦୃଶ୍ୟ ଅଜଣା ଜନ୍ତୁଙ୍କୁ ଠାବ କରିବା ପାଇଁ ୨୦୧୬ ମସିହାରୁ ବନ ବିଭାଗ ସବୁ ପ୍ରକାର ଉଦ୍ୟମ କରିଛି ସତ କିନ୍ତୁ ଏଯାବତ୍ ସଫଳ ହୋଇପାରି ନାହିଁ ।

ପ୍ରକାଶ ଥାଉକି କିଛି ଦିନ ପୂର୍ବେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ମଙ୍ଗୁଳି ପଞ୍ଚାୟତର ଶଙ୍ଖାରି ସାହିରେ ପ୍ରଫୁଲ୍ଲ ବାରିକଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ୧୪ଟି ମେଣ୍ଡାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ୯ଟି ମେଣ୍ଢାର ମୃତ୍ୟୁ ହୋଇଥିବା ବେଳେ ବେଳେ ୫ଟି ମେଣ୍ଢା ଗୁରୁତର ହୋଇଥିଲେ । ତେବେ ମୃତ ମେଣ୍ଢା ଗୁଡିକ ତଣ୍ଟି କଣା ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାପରେ ଜଗତସିଂହପୁରରେ ମଧ୍ୟ ଏନେଇ ପଶୁପାଳନ କରିଥିବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.