ETV Bharat / state

ଚର୍ଚ୍ଚାରେ କଟକ ସବିହାଙ୍କ ରାକ୍ଷୀ: ଭାଇ ପିନ୍ଧିବ ରକ୍ଷାର ଡୋରି, ପୁରିବ ପଶୁପକ୍ଷୀଙ୍କ ପେଟ

author img

By

Published : Aug 21, 2023, 1:47 PM IST

ଶହ ଶହ ହିନ୍ଦୁ ଭାଇଙ୍କ ପାଇଁ ରାକ୍ଷୀ ତିଆରି କରୁଛନ୍ତି ମୁସଲମାନ ଭଉଣୀ ସବିହା ସୁମ୍ବୁଲ । ସେ ଖାଲି ନିଜ ହାତ ତିଆରି ରାକ୍ଷୀ ବ୍ୟବସାୟ କରୁ ନାହାନ୍ତି ବରଂ ସେଥିରୁ ଲାଭ ଅର୍ଥରେ ରାସ୍ତାରେ ବୁଲୁଥିବା ଗାଈ ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସମସ୍ତେ । ଦେଖନ୍ତୁ ଏ ରିପୋର୍ଟ

ରାକ୍ଷୀ ତିଆରି କରି ଚର୍ଚ୍ଚାରେ ମୁସଲମାନ ଭଉଣୀ
ରାକ୍ଷୀ ତିଆରି କରି ଚର୍ଚ୍ଚାରେ ମୁସଲମାନ ଭଉଣୀ
ରାକ୍ଷୀ ତିଆରି କରି ଚର୍ଚ୍ଚାରେ ମୁସଲମାନ ଭଉଣୀ

କଟକ: ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ପବିତ୍ର ବନ୍ଧନକୁ ବାନ୍ଧି ରଖିଥାଏ ରାକ୍ଷୀ । ଏହି ଦିନରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ମନାସିବା ସହ ନିଜର ସୁରକ୍ଷା ପାଇଁ ଭାଇ ପାଖରେ ଦାବି ରଖିଥାଏ । ପରସ୍ପରର ସ୍ନେହ ଶ୍ରଦ୍ଧାର ସାକ୍ଷୀ ହେଉଛି ଏହି ରାକ୍ଷୀ । ଏହି ସଂପର୍କରେ ନା ଜାତି ଧର୍ମ ଅଛି ନା ଧନୀ ଗରିବ ଏଥିପାଇଁ ବଜାରରେ ଅନେକ କିସମର ରାକ୍ଷୀ ବିକ୍ରି ହେଉଥିବା ବେଳେ କଟକ ଷ୍ଟେସନ ବଜାର ମଠ ସାହି ଅଞ୍ଚଳର ଅସ୍ପାକ୍ ଅଲି ଖାନ୍ ଓ ତବସୋମ ନାଜଙ୍କ ଝିଅ ସବୀହା ସୁମ୍ବୁଲଙ୍କ ରାକ୍ଷୀ ଚର୍ଚ୍ଚାରେ।

ଖାଲି ନିଜ ହାତରେ ରାକ୍ଷୀ ବ୍ୟବସାୟ କରୁ ନାହାନ୍ତି ବରଂ ସେଥିରୁ ଲାଭ ଅର୍ଥରେ ରାସ୍ତାରେ ବୁଲୁଥିବା ଗାଈ ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସମସ୍ତେ । ସେ ନିଜ ହାତରେ ରାକ୍ଷୀ ତିଆରି କରି ବିକ୍ରି କରୁଛନ୍ତି । ସବିହାଙ୍କ ରାକ୍ଷୀ ତିଆରି ଅନ୍ଦାଜ କିନ୍ତୁ ପୂରା ନିଆରା । ପିଜି ପାଠ ପଢି ସାରିବା ପରେ ସେ ଏବେ କମ୍ପିଟେଟିଭ ପାଇଁ ଏବେ ପଢ଼ାପଢ଼ି ଜାରି ରଖିଛନ୍ତି । ଏହା ସହ ରାକ୍ଷୀ ତିଆରିକୁ ନିଜର ଏକ ସ୍ୱଳ୍ପ ଆୟର ମାଧ୍ୟମ କରିଛନ୍ତି ସେ ।

ଅନଲାଇନ୍ ଦ୍ଵାରା ସବୁ କଞ୍ଚା ମାଲ୍ ମଗାଇବା ସହ ନିଜେ ପରିଶ୍ରମ କରି ଏହି ରାକ୍ଷୀ ଗୁଡ଼ିକୁ ତିଆରି କରୁଛନ୍ତି । ସୋସିଆଲ ମିଡ଼ିଆ ପେଜ୍ ମାଧ୍ୟମରେ ପ୍ରମୋସନ୍ କରି ଅର୍ଡର ପାଇଥାନ୍ତି । ଏହି ରାକ୍ଷୀର ମୂଲ୍ୟ ରହିଛି 50 ଟଙ୍କାରୁ ଆରମ୍ଭ କରି 500 ଟଙ୍କା ପର୍ଯ୍ୟନ୍ତ । ଖାଲି ସେତିକି ନିଜେ ଭଉଣୀ ମାନଙ୍କର ମନ ପସନ୍ଦକୁ ନଜର ରଖି ନିଜ ହାତରେ ଚିତ୍ରିତ କରିବା ସହ ସଜେଇ ଥାଆନ୍ତି । ରାଜ୍ୟ ତଥା ବାହାରୁ ମଧ୍ୟ ସେ ରାକ୍ଷୀ ପାଇଁ କଞ୍ଚା ମାଲ ଆଣିଥାନ୍ତି । ଆଉ ଏହି ଡିଜାଇନ ରାକ୍ଷୀ ବର୍ତ୍ତମାନ ସବିହାଙ୍କୁ ଏକ ନୂତନ ପରିଚୟ ପ୍ରଦାନ କରିଛି।

ଏହା ମଧ୍ୟ ପଢନ୍ତୁ- AI RAKHI: କଥା କହୁଛି ରାକ୍ଷୀ, କ୍ୟୁଆର୍ କୋର୍ଡ ସ୍କାନ କଲେ ଭାଇ ଶୁଣିବ ଭଉଣୀ ମେସେଜ୍; ଦାମ ବହୁତ ଶସ୍ତା

ଏହା ମଧ୍ୟ ପଢନ୍ତୁ- ଡିଜିଟାଲ ରାକ୍ଷୀ ବିକି ଚର୍ଚ୍ଚାରେ କଟକ ଝିଅ, MBA ପାଠର ଉଠାଉଛନ୍ତି ଖର୍ଚ୍ଚ

ସବିହାଙ୍କ ଏହି ହାତ ତିଆରି ଜିନିଷ ବିକ୍ରି ପଛରେ ରହିଛି ଏକ ମହତ୍ ଉଦ୍ଦେଶ୍ୟ । ଲକ୍ ଡାଉନ୍ ସମୟରେ ଅସହାୟ ବୁଲା କୁକୁର ,ଗାଈ ଗୋରୁ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ସେ । କଟକ ସହରରେ ବୁଲି ବୁଲି ସେବା ଯୋଗାଉଥିଲେ । ଏହି ସମୟରେ ତାଙ୍କ ସମ୍ମୁଖରେ ବାଧା ସୃଷ୍ଟି ହୋଇଥିଲା ଅର୍ଥ । ଯାହାର ସମାଧାନ ପାଇଁ ସେ ଏହିଭଳି ହାତ ତିଆରି ରାକ୍ଷୀ ଓ ଅନ୍ୟ ଜିନିଷ ବିକ୍ରି କରିବା ଆରମ୍ଭ କରିଥିଲେ । ଏଥିରୁ ମିଳୁଥିବା ଲାଭ ଅର୍ଥକୁ ସବୁ ପଶୁ ପକ୍ଷୀ ମାନଙ୍କର ସେବାରେ ସେ ବିନିଯୋଗ କରନ୍ତି । ଏହାରି ଭିତରେ ଶହ ଶହ ଆହତ କୁକୁର,ଗାଈ ଷଣ୍ଢ ମାନଙ୍କୁ ସେ ସେବା ଯୋଗାଇଥିବା ବେଳେ ଆଗକୁ କିଛି ବଡ ଧରଣର ସେବା କାର୍ଯ୍ୟ କରିବା ଲକ୍ଷ ରଖିଛନ୍ତି ସେ । ସବିହାଙ୍କ ଏହି ପ୍ରୟାସ ତାଙ୍କୁ ସ୍ବାବଲମ୍ବୀ କରିବା ସହ ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ବେଶ୍ ଗର୍ବ ଅନୁଭବ କରିଛନ୍ତି ପରିବାର ଲୋକେ।

ଏନେଇ ସବିହାଙ୍କ ମାଆ ତବସୋମ ନାଜ କହିଛନ୍ତି, "ଲକଡାଉନ ସମୟରେ ପଶୁପକ୍ଷୀମାନେ ଖାଇବାକୁ ପାଉ ନ ଥିବା ନେଇ ସବିହାଙ୍କ ମନରେ । ବିଶେଷ କରି ବୁଲା କୁକୁର ବିଲେଇ ହୁଅନ୍ତୁ କି ଗାଈଗୋରୁ ସେମାନଙ୍କୁ କେହି ଖାଇବାକୁ ବି ଦେଉ ନ ଥିଲେ । ସେମାନଙ୍କୁ ସବିହା ଖାଇବାକୁ ଦିଏ ଏବଂ ସେମାନଙ୍କ ଚିକିତ୍ସା କରାଏ । ସେ ପାଠ ପଢା ସହିତ ରାକ୍ଷୀ ମଧ୍ୟ ତିଆରି କରୁଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.