ETV Bharat / state

ଭଷାଣ ଉତ୍ସବରେ ଭାଇଚାରାର ବାର୍ତ୍ତା - ଭାଇଚାରାର ସହର କଟକଟ

ଭଷାଣ ଉତ୍ସବରେ ଭାଇଚାରାର ବାର୍ତ୍ତା ଦେଲା ଭାଇଚାରାର ସହର । ସମସ୍ତ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକଙ୍କୁ ମଞ୍ଚକୁ ଡାକି ସେମାନଙ୍କୁ ମିଠା ପ୍ୟାକେଟ ସହ ବେକରେ ଗାମୁଛା ପକାଇ ସମ୍ବର୍ଦ୍ଧିତ କଲେ ମୁସଲିମ ଭାଇମାନେ । ଅଧିକ ପଢ଼ନ୍ତୁ...

ଭଷାଣ ଉତ୍ସବରେ ଭାଇଚାରାର ବାର୍ତ୍ତା
author img

By

Published : Oct 10, 2019, 12:02 AM IST

କଟକ: ଜଗତଜନନୀଙ୍କ ଭଷାଣ ଉତ୍ସବରେ ହିନ୍ଦୁ ଭାଇଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ମୁସଲିମ ଭାଇମାନେ। ମିଠା ପ୍ୟାକେଟ ଓ ଗାମୁଛା ପକାଇ କରିଛନ୍ତି ସମ୍ବର୍ଦ୍ଧିତ । ଏଭଳି ନିଆରା ଭାଇଚାରର ପରମ୍ପରା ଦେଖିବାକୁ ମିଳିଛି ଭାଇଚାର ସହର କଟକରେ।

ଭଷାଣ ଉତ୍ସବରେ ଭାଇଚାରାର ବାର୍ତ୍ତା

ବୁଧବାର ମା’ ଜଗତଜନନୀଙ୍କ ଭଷାଣ ଉତ୍ସବ ଚାଲିଥିବା ବେଳେ ମୁସଲିମ ଭାଇମାନେ ଉତ୍ସବରେ ସାମିଲ ହୋଇଛନ୍ତି। ହାଓଡା ମଟର ଛକ ଠାରେ ଏକ ମଞ୍ଚ କରି ସମସ୍ତ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକଙ୍କୁ ମଞ୍ଚକୁ ଡାକି ସେମାନଙ୍କୁ ମିଠା ପ୍ୟାକେଟ ସହ ବେକରେ ଗାମୁଛା ପକାଇ ସମ୍ବର୍ଦ୍ଧିତ କରିଛନ୍ତି। ଏଭଳି ଭାଇଚାର ପୂର୍ବରୁ ରହି ଆସିଛି ଓ ଏହାକୁ ବଜାୟ ରଖାଯିବ ବୋଲି ମୁସଲିମ ଭାଇ ମାନେ କହିଛନ୍ତି।

କେବଳ ସେତିକି ନୁହେଁ, ହିନ୍ଦୁଙ୍କ ପର୍ବ ଏହି ଦଶହରାରେ ସେମାନେ ଅଂଶ ଗ୍ରହଣ କରିଥାଆନ୍ତି। ଦଶହରା ପର୍ବରେ ହିନ୍ଦୁଙ୍କ ଭଳି ସେମାନେ ମଧ୍ୟ ନୂଆ ପୋଷାକ ପିନ୍ଧନ୍ତି। ଏହି ପର୍ବରେ ସାମିଲ ହୋଇ ସେମାନେ ବେଶ ଖୁସି ମଧ୍ୟ ପ୍ରକଟ କରିଛନ୍ତି। ଉଭୟ ପରସ୍ପରଙ୍କ ପର୍ବରେ ସାମିଲ ହୋଇ ଭାଇଚାରାର ସନ୍ଦେଶ ଦେଉଛନ୍ତି। ସେହିପରି ମୁସଲିମ ଭାଇଙ୍କ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି ସମ୍ବର୍ଦ୍ଧିତ ହୋଇଥିବା ପୂଜା ମଣ୍ଡପର କର୍ମକର୍ତ୍ତା। ଭାଇଚାରାର ସହର କଟକରେ ସମସ୍ତେ ସମସ୍ତଙ୍କ ପର୍ବରେ ସାମିଲ ହୋଇଥାଆନ୍ତି। ଯାହାଦ୍ବାରା କଟକବାସୀ ଏକତ୍ର ହୋଇ ରହିବେ ବୋଲି ବଣିଆ ସାହି ପୂଜା ମଣ୍ଡପର ଯୁଗ୍ମ ସମ୍ପାଦକ କହିଛନ୍ତି ।

ସାରା ଦେଶରେ ହିନ୍ଦୁ ମୁସଲମାନ ମୁହାଁ ମୁହିଁ ହେଉଥିଲେ ହେଁ ଆଜି ମଧ୍ୟ ଭାଇଚାରାକୁ ଉଜ୍ଜିବୀତ ରଖିଛି କଟକ ସହର । ଆଉ ଦେଶବାସୀଙ୍କୁ ଦେଉଛି ଭାଇଚାରା ଓ ସଦଭାବନାର ସନ୍ଦେଶ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଭଷାଣ ଉତ୍ସବ ରେ ହିନ୍ଦୁ ମାନଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ମୁସଲିମ।ହିନ୍ଦୁଙ୍କୁ ମିଠା ପାକେଟ ଓ ଗାମୁଛା ପକାଇ ସମ୍ବର୍ଦ୍ଧିତ କରିଛନ୍ତି ମୁସଲିମ ।ଏଭଳି ନିଆରା ଭାଇଚାର ପରମ୍ପରା ଦେଖିବାକୁ ମିଳିଛି ଭାଇଚାର ସହର କଟକରେ।

ଆଜି ମା ଜଗତଜନନୀ ଙ୍କ ଭଷାଣ ଉତ୍ସବ ଚାଲିଥିବା ବେଳେ ମୁସଲିମ ଭାଇ ମାନେ ହିନ୍ଦୁ ଙ୍କ ପର୍ବରେ ସାମିଲ ହୋଇଛନ୍ତି।ହାଓଡା ମଟର ଛକ ଠାରେ ଏକ ମଞ୍ଚ କରି ସମସ୍ତ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକଙ୍କୁ ଷ୍ଟେଜ କୁ ଡାକି ସେମାନଙ୍କୁ ମିଠା ପୁଡ଼ିଆ ସହ ବେକରେ ଗାମୁଛା ପକାଇ ସମ୍ବର୍ଦ୍ଧିତ କରିଛନ୍ତି।ଏଭଳି ଭାଇଚାର ପୂର୍ବରୁ ରହି ଆସିଛି ଓ ଏହାକୁ ବଜାୟ ରଖା ଯିବ ବୋଲି ମୁସଲିମ ଭାଇ ମାନେ କହିଛନ୍ତି।କେବଳ ସେତିକି ନିହେଁ,ହିନ୍ଦୁଙ୍କ ପର୍ବ ଏହି ଦଶହରା ରେ ସେମାନେ ଅଂଶ ଗ୍ରହଣ କରିଥାଆନ୍ତି।ଦଶହରା ପର୍ବରେ ହିନ୍ଦୁଙ୍କ ଭଳି ସେମାନେ ମଧ୍ୟ ନୂଆ ଡ୍ରେସ ପିନ୍ଧିଥାଆନ୍ତି।ଏହି ପରି ହିନ୍ଦୁଙ୍କ ପର୍ବରେ ସାମିଲ ହୋଇ ସେମାନେ ବେଶ ଖିସି ମଧ୍ୟ ପ୍ରକଟ କରିଛନ୍ତି।ଉଭୟ ଉଭୟ ଙ୍କ ପର୍ବରେ ସାମିଲ ହୋଇ ଭାଇଚାରା ର ସନ୍ଦେଶ ଦେଉଛନ୍ତି।
ସେହିପରି ମୁସିଲିମ ମାନଙ୍କ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ସ୍ୱାଗତ କରିଛନ୍ତି ସମ୍ବର୍ଦ୍ଧିତ ହୋଇଥିବା ପୂଜା ମଣ୍ଡପ ର କର୍ମକର୍ତ୍ତା।ଭାଇଚାର ସହର କଟକରେ ସମସ୍ତ ସମସ୍ତଙ୍କ ପର୍ବରେ ସାମିଲ ହୋଇଥାଆନ୍ତି।ଏହା ଦ୍ବାରା ସମସ୍ତେ ଏକତ୍ର ହୋଇ ରହିବେ ବୋଲି ବଣିଆ ସାହି ପୂଜା ମଣ୍ଡପର ଯୁଗ୍ମ ସମ୍ପାଦକ କହିଛନ୍ତି।

ବାଇଟ - ପରଭେଜ ୟୁସୁଫ,କଟକ ବାସିନ୍ଦା।
ବାଇଟ - ମଜିଦ ଖାନ,କଟକ ବାସିନ୍ଦା।
ବାଇଟ - ଦିଲ୍ଲୀପ ସାହୁ,ଯୁଗ୍ମ ସମ୍ପାଦକ,ବଣିଆ ସାହି ପୂଜା ମଣ୍ଡପ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.