ETV Bharat / state

କୋରୋନା ପାଇଁ କଳାକାର ଆଖିରେ ଲୁହ, ପାଦରେ ବେଡି !

author img

By

Published : Nov 6, 2020, 5:56 PM IST

ଦେଶରେ ଜାରି ରହିଛି କୋରୋନା କାୟା । କିଛି ମାତ୍ରାରେ ସଂକ୍ରମଣ କମିଥିଲେ ସୁଦ୍ଧା ଦ୍ବିତୀୟ ଲହରି ଆଶଙ୍କାରେ ସଭିଏଁ । ତେବେ ଅନଲକ ପର୍ଯ୍ୟୟରେ ଅନେକ ଅନୁଷ୍ଠାନ କିଛି ମାତ୍ରାରେ ଖୋଲିବା ଆରମ୍ଭ ହୋଇଛି । ହେଲେ ଲୋକଙ୍କୁ ଆନନ୍ଦ ଦେଉଥିବା ସଙ୍ଗୀତ ଜଗତ ଏବେ ତଳ ମୁହାଁ । ଅଧିକ ଖବର ପଢନ୍ତୁ...

କୋରୋନା କାଳରେ ବେହାଲ ସଙ୍ଗୀତ ଜଗତ, କଳାକାର ଆଖିରେ ଲୁହ

କଟକ: ସନ୍ଧ୍ୟାରେ ଜମୁଥିଲା ସଙ୍ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆସର । ଝୁମୁଥିଲେ ଦର୍ଶକ ଓ କଳାକାର । ଏହାସହ ରେକର୍ଡିଂ ଷ୍ଟୁଡିଓରେ ଲାଗୁଥିଲା ଗହଳିଚହଳି । କିନ୍ତୁ ଏବେ ବଦଳିଯାଇଛି ସମୟ । ବାଜୁନି ବାଜା କି ଜଳୁନି ରଙ୍ଗୀନ ଲାଇଟ୍ । ଆଉ ମୁହଁରେ ରଙ୍ଗ ମାଖୁ ନାହାଁନ୍ତି କଳାକାର । ଅନ୍ଧାର ରାତିରେ ଦର୍ଶକଙ୍କ ଖଚାଖଚ ଭିଡ ବି ନାହିଁ । କାରଣ ସମସ୍ତଙ୍କ ହାତକୁ ବାନ୍ଧି ରଖିଥିବା ଅଦୃଶ୍ୟ ଭାଇରସ କଳାକାରଙ୍କ ହାତରେ ମଧ୍ୟ ବେଡି ପକାଇଛି ।

ଏହାରି ଭିତରେ ଅନେକ ଅନୁଷ୍ଠାନ କିଛି ମାତ୍ରାରେ ଖୋଲିବା ଆରମ୍ଭ ହୋଇଛି । ହେଲେ ଲୋକଙ୍କୁ ଆନନ୍ଦ ଦେଉଥିବା ସଙ୍ଗୀତ ଜଗତ ଏବେ ତଳ ମୁହାଁ । ଗୀତ ରିଲିଜ ହେଉନି । ଏଭଳି ସ୍ଥିତିରେ ଗୀତିକାର ଓ ଗାୟକ କରିବ କଣ ? ଲୋକମାନେ ନୂଆ ସଙ୍ଗୀତ ଶୁଣିବାକୁ ଚାତକ ପରି ଚାହିଁ ରହିଥିଲା ବେଳେ ସଙ୍ଗୀତ କଳାକାର ଏବେ ନୂଆ ଗୀତ ଆଣିବା ପାଇଁ ଅସମର୍ଥ । ଏହାସହ କୋରୋନା ସମୟରେ ଆର୍ଥିକ ସହାୟତା ମଧ୍ୟ ମିଳିବା ସାତ ସପନ । ତେଣୁ କେମିତି ବଞ୍ଚିବ ଏହି ଜଗତ ତାକୁ ନେଇ ପ୍ରଶ୍ନ କରିଛନ୍ତି ଅନେକ ବରିଷ୍ଠ ସଙ୍ଗତଜ୍ଞ ଓ ଗୀତିକାର ।

ଅନ୍ୟପଟେ ପର୍ଯ୍ୟାୟ କ୍ରମେ ଅନଲକ ଜାରି ହେଲା ପରେ ସବୁ କିଛି ଧୀରେ ଧୀରେ ଖୋଲୁଛି । ହେଲେ ସଙ୍ଗୀତ ଜଗତ ପ୍ରତି ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ମେଲୋଡି, ସୋ ପାଇଁ ଅନୁମତି ମିଳିବା ନିହାତି ଆବଶ୍ୟକ ରହିଛି । କୋଭିଡ ନିୟମ ଅନୁସାରେ ଆମେ ମଧ୍ୟ ଆମର ଗୁଜୁରାଣ ମେଣ୍ଟାଇପାରିବୁ ପାରିବୁ ବୋଲି କହିଛନ୍ତି ଅନେକ ଗୀତିକାର । ଯଦି କୋରୋନା ସଙ୍ଗୀତର ରସକୁ ଛଡେଇ ନିଏ ତେବେ ଗୋଟିଏ କଥା ନିଶ୍ଚୟ ଯେ ଲୋକଙ୍କ ମୁଁହରୁ ହସ ସବୁ ଦିନ ପାଇଁ ଚାଲିଯିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.