ETV Bharat / state

ନୂଆ ରୂପ ପାଇବ ଜଗତପୁର ଶିଳ୍ପାଞ୍ଚଳ, ଉଦ୍ୟୋଗୀଙ୍କ ସହ ଆଲୋଚନା କଲେ MSME ସଚିବ

author img

By

Published : May 20, 2023, 11:07 AM IST

ଏମ୍‌ଏସ୍‌ଏମ୍‌ଇ(MSME) ବିଭାଗର ପ୍ରମୁଖ ସଚିବଙ୍କ ଜଗତପୁର ଶିଳ୍ପାଞ୍ଚଳ ଗସ୍ତ । ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରି ଶିଳ୍ପାଞ୍ଚଳର ସମସ୍ୟା ଦୂର କରିବା ପାଇଁ ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ଏମ୍‌ଏସ୍‌ଏମ୍‌ଇ ସଚିବଙ୍କ ଜଗତପୁର ଶିଳ୍ପାଞ୍ଚଳ ଗସ୍ତ

କଟକ: ରାଜ୍ୟର ସର୍ବପୁରାତନ ଶିଳ୍ପାଞ୍ଚଳ ହେଉଛି ଜଗତପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ । ୩୬ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଏହି ଶିଳ୍ପାଞ୍ଚଳ ଏବେ ବି ଭିତ୍ତିଭୂମି ଜନିତ ସମସ୍ୟା ଓ ପ୍ରଶାସନର ନାଲିଫିତାରେ ବନ୍ଧା ଆଇନ କାନୁନ ପାଇଁ ଆଶାନୁରୂପ ଭାବେ ଆଗକୁ ବଢ଼ିପାରୁନାହିଁ । ଶୁକ୍ରବାର ଏମ୍‌ଏସ୍‌ଏମ୍‌ଇ(MSME) ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଜଗତପୁର ଶିଳ୍ପାଞ୍ଚଳ ଆସି ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି । ଶିଳ୍ପାଞ୍ଚଳର ସମସ୍ୟା ଦୂର କରିବା ସହ ଏଠାକାର ଏମ୍‌ଏସ୍‌ଏମ୍‌ଇ ଗୁଡିକ କିପରି ସହଜ ସରଳ ଢ଼ଙ୍ଗରେ ଭଲ ବ୍ୟବସାୟ କରିପାରିବେ ସେଥିପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ।

୧୯୮୬ ମସିହାରେ ଆରମ୍ଭ ହୋଇଥିଲା ଜଗତପୁର ଶିଳ୍ପାଞ୍ଚଳ । ଏବେ ଏହି ଶିଳ୍ପାଞ୍ଚଳରେ ୬୫୦ଟି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ୫୧୨ଟି ଶିଳ୍ପାନୁଷ୍ଠାନ ସକ୍ରିୟ ଅଛନ୍ତି । ଜଗତପୁର ଶିଳ୍ପାଞ୍ଚଳରେ ଉତ୍ପାଦିତ ଜିନିଷ ଏବେ ରାଜ୍ୟ, ଦେଶ ତଥା ବିଦେଶରେ ବି ଆଦୃତ ହେଲାଣି । ଏହି ଶିଳ୍ପାଞ୍ଚଳରେ ୧୫ରୁ ୨୦ହଜାର ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ପାଇଛନ୍ତି । କିନ୍ତୁ ଇଡକୋ, ଅଗ୍ନିଶମ ବିଭାଗ, ରାଜସ୍ବ ବିଭାଗର ଅସହଯୋଗ ମନୋଭାବ ଯୋଗୁଁ ଏଠାରେ ଶିଳ୍ପର ସର୍ବନିମ୍ନ ଭିତ୍ତିଭୂମିର ମଧ୍ୟ ବିକାଶ ହୋଇପାରୁନାହିଁ ଓ ଉଦ୍ୟୋଗୀମାନେ ବିତସ୍ପୃହ ହେଉଛନ୍ତି । ଏପରି ସ୍ଥଳେ ଶୁକ୍ରବାର ଏମଏସଏମଇ ସ୍ବତନ୍ତ୍ର ସଚିବ ଶାଶ୍ବତ ମିଶ୍ରଙ୍କ ଜଗତପୁର ଶିଳ୍ପାଞ୍ଚଳ ଗସ୍ତ ସମୟରେ ଉଦ୍ୟୋଗୀମାନେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।

ସ୍ବତନ୍ତ୍ର ସଚିବ ଶାଶ୍ବତ ମିଶ୍ର ଜଗତପୁର ଶିଳ୍ପାଞ୍ଚଳ ଆସି ଉଦ୍ୟୋଗୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଦୀର୍ଘ ସମୟ ଆଲୋଚନା କରିଥିଲେ । ଶିଳ୍ପାଞ୍ଚଳରେ ଉନ୍ନତ ଭିତ୍ତିଭୂମି ତିଆରି କରିବା ଓ ଓ୍ବାର୍କିଂ ଓମେନସ୍ ହଷ୍ଟେଲ ନିର୍ମାଣ ପାଇଁ ସମ୍ପୃକ୍ତ ବିଭାଗ ଓ ଇଡକୋ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ସଚିବ । ଜଗତପୁର ଶିଳ୍ପାଞ୍ଚଳରେ କେବଳ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ଥିଲେ ମଧ୍ୟ ଏଗୁଡିକ ପାଇଁ ବୃହତ୍ ଶିଳ୍ପ ପ୍ରତିଷ୍ଠାନ ନିୟମ ଲାଗୁ ହେଉଥିବାରୁ ସେମାନେ କ୍ଷତିଗ୍ରସ୍ତ ହେଉଥିବା ଉଦ୍ୟୋଗୀମାନେ କହିଛନ୍ତି । ଏହି ଶିଳ୍ପାଞ୍ଚଳ ପାଇଁ ଆଗାମୀ ଦିନରେ ଅନେକ ବିକାଶମୂଳକ ପଦକ୍ଷେପମାନ ଗ୍ରହଣ କରାଯିବ । ଯାହାଦ୍ବାରା ଏହା ଆହୁରି ପ୍ରସାରିତ ହୋଇପାରିବ । ତେବେ ସଚିବଙ୍କ ଏହି ଗସ୍ତ ନିଶ୍ଚୟ ଫଳପ୍ରଦ ହେବ ବୋଲି ଆଶା ରଖିଛନ୍ତି ଶିଳ୍ପାଞ୍ଚଳ ବ୍ୟବସାୟୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.