ETV Bharat / state

ଲକଡାଉନରେ ବେସାହାରା ଅଟୋ ଚାଳକ, ଖାଦ୍ୟ ବାଣ୍ଟିଲେ ସାଂସଦ ସୁବାସ ସିଂ - subash singh distributed food

ଲକଡାଉନ କାରଣରୁ ବନ୍ଦ ରହିଛି ଅଟୋ ଚଳାଚଳ । କଟକରେ ଅଟୋ ଡ୍ରାଇଭରଙ୍କୁ ଖାଦ୍ୟ ବାଣ୍ଟିଲେ ସାଂସଦ ସୁବାସ ସିଂ । ଅଧିକ ପଢନ୍ତୁ...

ଲକଡାଉନରେ ବେସାହାରା ଅଟୋ ଚାଳକ, ଖାଦ୍ୟ ବାଣ୍ଟିଲେ ସାଂସଦ ସୁବାସ ସିଂ

author img

By

Published : Jun 9, 2021, 4:56 PM IST

କଟକ: ଲକଡାଉନ କାରଣରୁ ବନ୍ଦ ରହିଛି ଅଟୋ ଚଳାଚଳ । ଫଳରେ କଟକର ଅନେକ ଅଟୋ ଚାଳକ ଏବେ ପେଟ ପୋଷିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ପରିସ୍ଥିତିରେ ଅଟୋଚାଳକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ । ଆଜି ପ୍ରାୟ ୪୦୦ ଅଟୋ ଡ୍ରାଇଭରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ସାଂସଦ ସିଂ ।

ଲକଡାଉନରେ ବେସାହାରା ଅଟୋ ଚାଳକ, ଖାଦ୍ୟ ବାଣ୍ଟିଲେ ସାଂସଦ ସୁବାସ ସିଂ

କୋଭିଡ ମହାମାରୀକୁ ନେଇ ଦୀର୍ଘ ଦେଢ଼ ମାସ ହେବ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଅନେକ ବ୍ୟବସାୟୀ ନିଜର ରୋଜଗାର ହରାଇଥିବାବେଳେ ପ୍ରତିଦିନ ଯାତ୍ରୀ ପରିବହନ କରି ପେଟ ପୋଷୁଥିବା ଅଟୋ ଚାଳକ ମଧ୍ୟ ରୋଜଗାର ହରାଇଛନ୍ତି । ଅଟୋ ଚଳାଚଳ ବନ୍ଦ ଥିବାରୁ ବହୁ କଷ୍ଟରେ ଜୀବନ ବିତାଉଛନ୍ତି ଏମାନେ। ମାତ୍ର ଏପରି ପରିସ୍ଥିତିରେ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ।

କଟକର ୪ ଶହରୁ ଊର୍ଦ୍ଧ୍ବ ଅଟୋ ଚାଳକଙ୍କୁ ଆଜି ଭାରତ ମସଲା ସହଯୋଗରେ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟାଯାଇଛି । ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ କରୋନା ମହାମାରୀଙ୍କୁ ନେଇ ଅଟୋ ଚାଳକମାନଙ୍କ ପାଇଁ ଯୋଜନା ପ୍ରଣୟନ କରୁଥିବା ସୂଚନା ଦେଇଛନ୍ତି ସୁବାସ । ଯାହାର ଫାଇଦା ଖୁବଶୀଘ୍ର ଅଟୋ ଚାଳକମାନେ ପାଇପାରିବେ ବୋଲି ସୂଚନା ଦେଇଛନ୍ତି ସାଂସଦ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.