କଟକ: ଟୀକା ନେଲେ ରାଜ୍ୟସଭା ସାଂସଦ ସୁବାସ ସିଂ । ଏହାସହ କଟକ ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ମଧ୍ୟ ପ୍ରଥମ କରି ଟୀକା ନେଇଛନ୍ତି । ତେବେ ଗତ କାଲିଠୁ ରାଜ୍ୟରେ ବୟସ୍କ ବ୍ୟକ୍ତି ଟୀକା ନେବା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଘରୋଇ ମେଡିକାଲରେ ଏହା 250 ଟଙ୍କାରେ ଉପଲବ୍ଧ ହେଉଛି ।
ଏହାସହ ସରକାରୀ ମେଡିକାଲରେ ମାଗଣାରେ ଟିକାଦାନ କରାଯାଉଛି। ତେବେ ଟୀକା କୁ ନ ଡରି ସମସ୍ତେ ଟୀକା ନେବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୁବାସ ସିଂ ଓ ଦେବାଶିଷ ସାମନ୍ତରାୟ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ