ETV Bharat / state

ବାଲିପାଟଣାରେ ଅପରାଜିତାଙ୍କୁ ବିରୋଧ, ସାଂସଦ କହିଲେ ଲୋକସେବାକୁ ବିରୋଧ କରାଯାଉଛି - bhubaneswar mp Aparajita sarangi

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ବିରୋଧ । ବାଲିପାଟଣା ବୁଥ ସ୍ତରୀୟ କାର୍ଯ୍ୟକ୍ରମ ସମୟରେ ତାଙ୍କୁ ବିରୋଧ କରାଯାଇଛି । ଅଧିକ ପଢନ୍ତୁ

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପୁଣି ବିରୋଧ
Aparajita sarangi opposed by people
author img

By ETV Bharat Odisha Team

Published : Aug 28, 2023, 10:00 AM IST

Updated : Aug 28, 2023, 1:11 PM IST

ବାଲିପାଟଣାରେ ଅପରାଜିତାଙ୍କୁ ବିରୋଧ

ନିଆଳି: ପୁଣି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ । ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଅପରାଜିତାଙ୍କୁ ବିରୋଧ କରାଯାଇଛି । ବାଲିପାଟଣା ଅଠାନ୍ତର ପଞ୍ଚାୟତ ଗିରିଙ୍ଗେଶ୍ବର ପରିସରରେ ବୁଥ ସ୍ତରୀୟ କାର୍ଯ୍ୟକ୍ରମ ସମୟରେ ଏହି ବିରୋଧ ପ୍ରଦର୍ଶନ କରାଯାଇଛି । ବିରୋଧରେ ସ୍ଥିତି ଅଣାୟତ୍ତ ହୋଇଥିଲା । ଏକ ପ୍ରକାର ଗଣ୍ଡଗୋଳ ସ୍ଥିତି ଉପୁଜିଥିଲା । ପୋଲିସ ସ୍ଥିତି ସମ୍ଭାଳିବାରେ ନାକେଦମ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଗଣ୍ତଗୋଳ, ଠେଲାପେଲା ଓ ବାଲି, ଢେଲା ମାଡ ଯୋଗୁଁ କିଛି ବିଜେପି କିଛି ଦଳର କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ବାଲିପାଟଣାରେ ବିରୋଧ ନେଇ ଲୋକସେବାକୁ ବିରୋଧ କରାଯାଉଥିବା କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଏହା ବି ପଢନ୍ତୁ...ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି, ମୋତେ ସୁରକ୍ଷା ଦିଅନ୍ତୁ ରାଜ୍ୟ ସରକାର: ଅପରାଜିତା ଷଡଙ୍ଗୀ

ସାଂସଦ ଅପରାଜିତାଙ୍କୁ ବିରୋଧର କାରଣ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, "ଲୋକସେବାକୁ ବିରୋଧ କରାଯାଉଛି । ଭଲ ଲୋକନୀତିର ପ୍ରଣୟନର କାର୍ଯ୍ୟକୁ ବିରୋଧ କରିଯାଉଛି । ବିକାଶର କାର୍ଯ୍ୟକୁ ବିରୋଧ ହେଉଛି । ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ମୁଁ ପ୍ରୟାସ କରୁଛି ଆଗାମୀ ଦିନରେ ମଧ୍ୟ କରିବି । ବିକାଶର କୌଣସି ଦଳ ନଥାଏ । ଆମକୁ ସମସ୍ତଙ୍କର ବିକାଶ କରିବାର ଅଛି । ଗଲା 3ଦିନ ଭିତରେ ମୋତେ 3ଟି ସ୍ଥାନରେ ସୁନିୟୋଜିତ ଭାବରେ ବିରୋଧ କରାଯାଇଛି । ଏହା ଏକ ଅପରାଧ । ଏହା ପ୍ରୟୋଜିତ ମୁଁ ଅସୁରକ୍ଷିତ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଚାହେଁ ମୁଁ ନିର୍ବାଚନ ଜିତିିକି ଆସିଛି । ମୁଁ ଜନସାଧାରଣଙ୍କ ସମର୍ଥନ ପାଉଛି । ଏହା ରାଜ୍ୟ ସରକାରଙ୍କ ଦାୟିତ୍ବ ମହିଳା ସାଂସଦଙ୍କୁ ସୁରକ୍ଷା ଦେବେ ।"

ଏହା ବି ପଢନ୍ତୁ...ଆଗକୁ ରାଜନୀତି କରିବେ, ସେଥିପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରି ନିଜକୁ ଲଞ୍ଚ କରୁଛନ୍ତି: ଅପରାଜିତା ଷଡଙ୍ଗୀ

ପ୍ରକାଶ ଥାଉ କି ଏହା ପୂର୍ବରୁ ମଧ୍ୟ ବାଲିପାଟଣାରେ ଅପରାଜିତାଙ୍କୁ ବିରୋଧ ହୋଇଥିଲା । ଗତ ଅଗଷ୍ଟ 26 ତାରିଖରେ ବିଜେପି ଦଳୀୟ ସମାବେଶରେ ସାଂସଦ ଅପରାଜିତାଙ୍କୁ ବିରୋଧ କରାଯାଇଥିଲା । ଅପରାଜିତା ଗୋ ବ୍ୟାକ ନାରାରେ କମ୍ପିଲା ସଭାସ୍ଥଳ । କିଛି ମହିଳା ଗୋଷ୍ଠୀ ତାଙ୍କ ବିରୋଧ କରିଥିଲେ । ଏହାପୂର୍ବରୁ ନୟାପଲ୍ଲୀ ବେହେରା ସାହିରେ ସାଂସଦ ଅପରାଜିତାଙ୍କୁ ସ୍ଥାନୀୟ ଲୋକ ଓ କର୍ପୋରେଟର ବିରୋଧ କରିଥିଲେ । ତେବେ ବିରୋଧର କାରଣ ସାଂସଦଙ୍କୁ ଭୟ ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ସନ୍ଦେହରେ ରହିଛି ।

ଏହା ବି ପଢ଼ନ୍ତୁ...ସାଂସଦ ଅପରାଜିତାଙ୍କୁ ପୁଣି ବାଲିପାଟଣାରେ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

ଇଟିଭି ଭାରତ, ନିଆଳି

Last Updated : Aug 28, 2023, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.