ETV Bharat / state

ଜାଗ୍ରତିଙ୍କ ନୂଆ ପୋଷ୍ଟ, ସୋସିଆଲ ମିଡିଆରେ ପୁଣି ବର୍ଷାଙ୍କୁ ଟାର୍ଗେଟ

author img

By

Published : Feb 12, 2022, 12:47 PM IST

Updated : Feb 12, 2022, 3:49 PM IST

ସୋସିଆଲ ମିଡିଆରେ ପୁଣିଥରେ ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା । ଜାଣନ୍ତୁ କ'ଣ କହିଲେ ଜାଗ୍ରତି ।

ବାନ୍ଧବୀଙ୍କ ନୂଆ ପୋଷ୍ଟ, ସୋସିଆଲ ମଡିଆରେ ବର୍ଷାଙ୍କୁ ପୁଣି ଟାର୍ଗେଟ କଲେ ଜାଗ୍ରତି

କଟକ: ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତିଙ୍କ ଘନିଷ୍ଠ ବାନ୍ଧବୀ । ସୋସିଆଲ ମିଡିଆରେ ବର୍ଷାଙ୍କୁ ଟାର୍ଗେଟ କଲେ ବାନ୍ଧବୀ ଜାଗ୍ରତି ଶୁକ୍ଳା । ଷ୍ଟାର ଦମ୍ପତିଙ୍କ ଘରୋଇ କଳିରେ ଚର୍ଚ୍ଚାରେ ଥିବା ସାଂସଦଙ୍କ ଏହି ସାମ୍ବାଦିକା ବନ୍ଧୁ କରିଥିବା ନୂଆ ଫେସବୁକ ପୋଷ୍ଟକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର୍ ଧରିଛି । ଅଭିନେତା(ଅନୁଭବ)ଙ୍କ ବୃଦ୍ଧ ବାପାମାଆ ଦେଢ ବର୍ଷ ହେଲା ଭଡାଘରେ ରହୁଛନ୍ତି । ତାଙ୍କ ସାନ ଭାଇ ମଧ୍ୟ ନିଜ ପିଲା ଛୁଆଙ୍କ ସହ ଭଡାଘରେ ଅଛନ୍ତି । ହେଲେ କେବଳ ପତ୍ନୀ ପୈତୃକ ଘରେ ଏକାକୀ ରହୁଛନ୍ତି । ପରିବାର ଲୋକେ ଖୁସିରେ ଅଛନ୍ତି କି ନାହିଁ କେହି ଭାବୁଛନ୍ତି କି ? ଏନେଇ କୌଣସି ମିଡିଆ ଏ ଯାଏଁ କାହିଁକି ପ୍ରଶ୍ନ କରୁନାହିଁ ବୋଲି ପଚାରିଛନ୍ତି ଜାଗ୍ରତି ।

ତେବେ ବାସ୍ତବ କଥା ହେଉଛି, ସାଂସଦ ଅନୁଭବଙ୍କ ପରିବାର ପୈତୃକ ଘରର ମରାମତି ପାଇଁ ଭଡା ଘରେ ରହୁଛନ୍ତି । ଏନେଇ ଅନୁଭବ ଥାନାରେ ଲିଖିତ ଆକାରରେ ଜଣାଇଥିଲେ । ମରାମତି ଯୋଗୁଁ ବର୍ଷା ମଧ୍ୟ ଘର ଛାଡନ୍ତୁ ବୋଲି ସେ ଥାନାରେ ମାମଲା ରୁଜୁ କରିଥିଲେ । ହେଲେ ବର୍ଷା କୋର୍ଟଙ୍କ ଅନୁମତି ନେଇ ପୈତୃକ ଘରେ ରହୁଛନ୍ତି ।

ପ୍ରକାଶଥାଉ କି, ନିକଟରେ ଜାଗ୍ରତିଙ୍କ ଆଉ ଏକ ଫେସବୁକ୍ ପୋଷ୍ଟକୁ ନେଇ ଖୁବ୍ ହଇଚଇ ହୋଇଥିଲା । ସାଂସଦଙ୍କ ଏହି ବାନ୍ଧବୀ ପତ୍ନୀ ବର୍ଷାଙ୍କ ଉପରେ ବିବାହ ପ୍ରମାଣପତ୍ର, ପାସପୋର୍ଟ, ପ୍ୟାନକାର୍ଡ ଭଳି ବିଭିନ୍ନ ଡକ୍ୟୁମେଣ୍ଟରେ ଭିନ୍ନ ଭିନ୍ନ ନାଁ ରଖିବାକୁ ନେଇ ସମାଲୋଚନା କରିଥିଲେ । ଏହାକୁ ସେ ଠକାମୀ ବୋଲି କହିବା ସହ ତଦନ୍ତ ପରିସରଭୁକ୍ତ ହେବା ଉଚିତ୍ ନୁହେଁ କି ବୋଲି ପ୍ରଶ୍ନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 12, 2022, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.