କଟକ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିବା ପରେ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି। ସେ କହିଛନ୍ତି ଯେ, ମୋର ଗୋଟେ ଛୋଟିଆ ଭୁଲ ପାଇଁ, ମୋ ପରିବାର ବହୁଦିନ ଧରି ସମସ୍ୟାରେ ଅଛନ୍ତି । ଏହାସହ ତାଙ୍କ ପତ୍ନୀ ବର୍ଷାଙ୍କ ସିଧାସଳଖ ନାଁ ନନେଇ ଅନରେବଲ ମ୍ୟାଡାମ କହି ସମ୍ବର୍ଦ୍ଧନା କରିଛନ୍ତି । ଏହାସହ ପ୍ରଶ୍ନ ପଚାରିଛନ୍ତି, ଯଦି ତାଙ୍କ ଉପରେ ଘରୋଇ ହିଂସା ହେଉଥିଲା ଆଉ ଯଦି ସେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି, ତେବେ ତାଙ୍କ ଘରେ ଏବେ ବି ରହିବାର ମାନେ କ'ଣ ?
ତାଙ୍କର ଏକ ଛୋଟିଆ ଭୁଲ ପାଇଁ ପରିବାର ପଶ୍ଚାତାପ କଥାକୁ ନେଇ ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିବା କେଉଁ ଭୁଲ ନିଷ୍ପତ୍ତି ପ୍ରଶ୍ନରେ ଅନୁଭବ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମଧ୍ୟ ଜୋରଦାର ଭଡକିଛନ୍ତି । ତାଙ୍କ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ନଥିବାରୁ, ଏସବୁ ନିଜ ଚ୍ୟାନେଲର ଟିଆରପି ବଢାଇବାକୁ ହେଉଥିବା ପ୍ରଚାର ପ୍ରସାର ଘଟଣା ଯୋଗୁଁ ଯଦି ଭବିଷ୍ୟତରେ କିଛି ବାପାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଯିବ । ତାହାର ଦାୟୀ କିଏ ହେବ ବୋଲି କହି ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଅନୁଭବ ।
ତେବେ ମାମଲା ଏବେ ଅଦାଲତରେ ବିଚାରଧୀନ ରହିଥିବା ବେଳେ ଏହାକୁ କାହିଁକି ପ୍ରଚାର ପ୍ରସାର କରାଯାଉଛି ବୋଲି ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଅନୁଭବ। ସୂଚନା ଅନୁସାରେ, ବର୍ଷା 100 ନଂ ଡାଏଲ କରି ପୋଲିସକୁ ନିଜ ସୁରକ୍ଷା ମାଗିଥିଲେ । ଏହାପରେ ଅନୁଭବଙ୍କ ଘରେ ପୋଲିସ ପହଞ୍ଚିଥିଲା । ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ସମ୍ପର୍କରେ ଫାଟ ଘଟଣା ଏବେ ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ