ETV Bharat / state

ଗନ ପଏଣ୍ଟରେ 4 ଲକ୍ଷରୁ ଅଧିକ ଲୁଟ - ବିଦେଶୀ ମଦ ଦୋକାନରୁ ଡକାୟତି

କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଋଷିପଡା ଛକ ଠାରେ ଥିବା ବିଦେଶୀ ମଦ ଦୋକାନରୁ ଡକାୟତି । ଲୁଟେରା ମାନେ ମଦ ଦୋକାନରେ କାମ କରୁଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ । ଏହି ବ୍ୟାଗରେ 4 ଲକ୍ଷ 60 ହଜାର ଟଙ୍କା ଥିବା ଅଭିଯୋଗ ହୋଇଛି । ଅଧିକ ଖବର ପଢନ୍ତୁ...

ଗନ ପଏଣ୍ଟରେ 4 ଲକ୍ଷରୁ ଅଧିକ ଲୁଟ
ଗନ ପଏଣ୍ଟରେ 4 ଲକ୍ଷରୁ ଅଧିକ ଲୁଟ
author img

By

Published : Mar 10, 2020, 3:44 AM IST

କଟକ: ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଋଷିପଡା ଛକ ଠାରେ ଥିବା ବିଦେଶୀ ମଦ ଦୋକାନରୁ ଡକାୟତି । ମଦ ଦୋକାନ ବନ୍ଦ କରି କର୍ମଚାରୀ ମାନେ ଘରକୁ ଫେରୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ମୁଁହରେ ମୁଖାପିନ୍ଧି ଗୋଟିଏ କଳା ରଙ୍ଗର ଆପାଚି ବାଇକରେ ଆସି ଡକାୟତି କରିଥିବା ଅଭିଯୋଗ ହୋଇଛି ।

ଲୁଟେରା ମାନେ ମଦ ଦୋକାନରେ କାମ କରୁଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ । ଏହି ବ୍ୟାଗରେ 4 ଲକ୍ଷ 60 ହଜାର ଟଙ୍କା ଥିବା ଅଭିଯୋଗ ହୋଇଛି । ଟଙ୍କା ବ୍ୟାଗ ସହ କର୍ମଚାରୀଙ୍କ ମୋବାଇଲ ଫୋନ ତଥା ସେମାନଙ୍କ ଗାଡିର ଚାବି ଛଡାଇ ନେଇ ଖସି ପଳାଇଥିଲେ ଲୁଟେରା ।

ଗନ ପଏଣ୍ଟରେ 4 ଲକ୍ଷରୁ ଅଧିକ ଲୁଟ

ମଦ ଦୋକାନର ମାଲିକ ଏନେଇ କାନପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କାନପୁର ପୋଲିସ ଡକାୟତ ମାନଙ୍କ ପିଛାକରି ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ବାଣପୁର ଗ୍ରାମ ନିକଟରେ ଡକାୟତିରେ ବ୍ୟବହୃତ ହୋଇଥିବା ଆପାଚି ଗାଡିଟିକୁ ଠାବ କରିଛି । ଦୁର୍ବୃତ୍ତ ମାନେ ବାଇକ ଛାଡି ପଳାଇଥିବା ବେଳେ ପୋଲିସ ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.