କଟକ : କଟକରୁ ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଲା ବଡ ସଫଳତା । କନ୍ଧମାଳରୁ କଟକ ଆସୁଥିଲା 30 କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ।
ତେବେ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ସାଢେ 3 ଲକ୍ଷ ବୋଲି ସ୍ପଷ୍ଟ କରିଛି ବିଭାଗ । ତେବେ ଗୋପାଳପୁର ନିକଟରେ ପାଟ୍ରୋଲିଂ ସମୟରେ ଏହି ଦୁଇ ବ୍ୟବସାୟୀଙ୍କୁ ଗିରଫ କରିଥିଲା ବିଭାଗ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ