ETV Bharat / state

ବ୍ରିଜ ନିକଟରୁ ମିଳିଲା ନିଖୋଜ ଶିଶୁ ରଶ୍ମିତାର ମୃତଦେହ

ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମୁଣ୍ତହଣାପାଟଣା ଗାଁର ନିଖୋଜ ଶିଶୁ ରଶ୍ମିତାଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

author img

By

Published : Nov 6, 2021, 10:09 AM IST

୨ ଦନ ତଳେ ନିଖୋଜ ନାବାଳିକା ରଶ୍ମିତା ମୃତଦେହ ଉଦ୍ଧାର

ନିଆଳି: ଗୁରୁବାର ଅପରାହ୍ନରୁ ନିଖୋଜ ଥିବା ଶିଶୁ ରଶ୍ମିତାର ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ରଶ୍ମିତାର ବୋଲି ସ୍ପଷ୍ଟ ହୋଇଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡି ନାହିଁ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମୁଣ୍ତହଣାପାଟଣା ଗାଁର ଅଜୟ ମୁଦୁଲିଙ୍କ ଝିଅ ରଶ୍ମିତା ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇ ଯାଇଥିଲା । ପରିବାର ଲୋକଙ୍କ ସମେତ ପଡ଼ୋଶୀ ମଧ୍ୟ ବହୁ ଖୋଜାଖୋଜି କରିବା ପରେ ରଶ୍ମିତାକୁ ପାଇନଥିଲେ ।

ଦୁଇ ଦିନ ପରେ ଆଜି(ଶନିବାର) ସକାଳେ ଗାଁ ଠାରୁ ୪ କିଲୋମିଟର ଦୂର ମାର୍ଥାପୁର ବ୍ରିଜ ନିକଟରୁ ରଶ୍ମିତାର ମୃତଦେହ ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.