କଟକ: ସିଲଭର ସିଟିରେ ଆୟୋଜନ ହେବାକୁ ଯାଉଛି ମିନି ବାଲିଯାତ୍ରା । ଭାରତ ସରକାରଙ୍କ ଏମଏସଏମଇ ଉନ୍ନୟନ ପ୍ରତିଷ୍ଠାନ, ଓଡିଶା ସରକାରଙ୍କ ଏମଏସଏମଇ ବିଭାଗ ଓ ଓଡିଶା ଶିଳ୍ପ ସଂଘ ମିଳିତ ଆନୁକୂଲ୍ୟରେ ବାଲିଯାତ୍ରା ଉପର ପଡିଆରେ ଆଞ୍ଚଳିକ ଶିଳ୍ପ ଓ ବାଣିଜ୍ୟ ମେଳା ଆୟୋଜନ ହେବାକୁ ଯାଉଛି ।
ଏହି ମେଳା ଫେବୃଆରୀ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାରେ ୨୦୦ରୁ ଅଧିକ ଷ୍ଟଲ ଖୋଲିବ । ଏଥିସହ ୧୦ ପାଭିଲିଅନ, ଫୁଡ଼ କୋର୍ଟ ଦୋଳି ଆଦିର ଦର୍ଶକ ମଜା ନେଇପାରିବେ । ତେବେ ଏହା ନୂତନ ଭାବେ ମେଳାରେ ସାମିଲ ହେବାକୁ ଥିବା ଶିଳ୍ପ ସଂସ୍ଥା ମାନଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ