କଟକ: କୋରୋନା ପଜେଟିଭ କଟକରୁ ଚହ୍ନଟ ହେବା ପରେ 48 ଘଣ୍ଟା ପାଇଁ ସିଲଭରସିଟିକୁ ସମ୍ପୂର୍ଣ୍ଣ ଲକଡାଉନ କରିଛି ପ୍ରଶାସନ । ମାତ୍ର ଗତକାଲି(ଶୁକ୍ରବାର) ରାତି 8ଟାରୁ ରବିବାର ରାତି 8 ଟା ଯାଏଁ ସଟଡାଉନ ଘୋଷଣା ହେବା ମାତ୍ରେ ଲୋକେ ନିଜର ଆବଶ୍ୟକୀୟ ସାମଗ୍ରୀ ପାଇଁ ଦୋକାନରେ ଭିଡ ଜମାଇଥିଲେ । ଯାହାର ପରିମାଣ ସ୍ବରୂପ କିଛି ସମୟ ମଧ୍ୟରେ ହିଁ ମାର୍କେଟରୁ ଗାୟବ ହୋଇଯାଇଛି କ୍ଷୀର ପ୍ୟାକେଟ ।
ସହରର ପ୍ରମୁଖ ଛକରେ ରହିଥିବା କ୍ଷୀର ଦୋକାନରେ ଭିଡ ଜମାଇଥିଲେ ଲୋକେ । ଗୋଟେ ପ୍ୟାକେଟ ନେବା ସ୍ଥାନରେ 5ଟି କ୍ଷୀର ପ୍ୟାକେଟ ନେଉଥିବା ଦେଖାଯାଇଥିଲା । ଶୁକ୍ରବାର କ୍ଷୀର ଗାଡି ପହଞ୍ଚିବା କ୍ଷଣି କିଛି ମୂହର୍ତ୍ତରେ ହିଁ ଦୋକାନରୁ ସବୁ କ୍ଷୀର ପ୍ୟାକେଟ ଶେଷ ହୋଇଯାଇଥିଲା । ତେବେ ଏହାଦ୍ବାରା ଅନେକଙ୍କୁ କ୍ଷୀର ମିଳିଥିବା ବେଳେ ଅନେକ କ୍ଷୀର ପ୍ୟାକେଟ ନପାଇ ନିରାଶ ହୋଇଛନ୍ତି ।
ଯାହାର ପ୍ରଭାଵ ସିଧା କ୍ଷୀର ଉପରେ ପଡିବା ନଜର ଆସିଥିଲା। ଆବଶ୍ୟକତାରୁ ଅଧିକ କ୍ଷୀର ଘରେ ଗଚ୍ଛିତ କରିଥିଲେ ସାଧାରଣ ଜନତା । ତେବେ ଲକଡାଉନ କାରଣରୁ 48 ଘଣ୍ଟା ପାଇଁ ଘରୁ ନବାହାରିବା ପାଇଁ କୁହାଯାଇଥିବାରୁ, ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ