କଟକ: ସଫେଇ କର୍ମଚାରୀଙ୍କ ସମ୍ବନ୍ଧରେ କଟକ ମହାନଗର ନିଗମକୁ ପରାମର୍ଶ ଦେଲେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ସଫେଇ କର୍ମଚାରୀ କମିଶନ ସଦସ୍ୟ ପିପି ଭାଭା । ଏମଏସ ଆକ୍ଟ ୨୦୧୩ ଅଧୀନରେ ଥିବା ସମସ୍ତ ନିୟମ ଲାଗୁ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ସହ ସମସ୍ତ ସ୍ଥାୟୀ ପଦରେ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦେବା, ଏମଏସ ଆକ୍ଟ ୨୦୧୩ରେ ଥିବା ସମସ୍ତ ଅଧିକାର ପ୍ରଦାନ କରିବା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ କମିଶନ ସଦସ୍ୟ । ତେବେ ଏତେ ବର୍ଷ ଧରି କାହିଁକି ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖା ଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଜାତୀୟ କମିଶନ ସଦସ୍ୟ ପିପି ଭାଭା।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ