ETV Bharat / state

ବାଙ୍କୀ ଚାଷୀକୂଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ନିର୍ମାଣ ହେବ ମେଗା ଜଳସେଚନ ପ୍ରକଳ୍ପ

author img

By

Published : Sep 23, 2022, 11:05 PM IST

ବାଙ୍କୀ ଚାଷୀକୂଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ବାଙ୍କୀରେ ୩୩୩ କୋଟି ୬୧ ଲକ୍ଷ ଟଙ୍କା ବ୍ୟୟରେ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବ । ଏହି ପ୍ରକଳ୍ପ ଦ୍ବାରା ବାଙ୍କୀ ନିର୍ବାଚନମଣ୍ଡଳୀର ପ୍ରାୟ ୯ ହଜାର ହେକ୍ଟର ତଥା ୨୨ ହଜାର ଏକର ଚାଷ ଜମିରେ ଜଳସେଚନର ସୁବିଧା ହେବ । ଅଧିକ ପଢ଼ନ୍ତୁ

ବାଙ୍କୀ ଚାଷୀକୂଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ନିର୍ମାଣ ହେବ ମେଗା ଜଳସେଚନ ପ୍ରକଳ୍ପ
ବାଙ୍କୀ ଚାଷୀକୂଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ନିର୍ମାଣ ହେବ ମେଗା ଜଳସେଚନ ପ୍ରକଳ୍ପ

କଟକ: ବାଙ୍କୀରେ ହେବ ୩୩୩ କୋଟି ୬୧ ଲକ୍ଷ ଟଙ୍କାର ମେଗା ଜଳସେଚନ ପ୍ରକଳ୍ପ । ଗତକାଲି (ଗୁରୁବାର) ପ୍ରକଳ୍ପର ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ବାଙ୍କୀବାସୀ କୃତଜ୍ଞତା ଜଣାଇଛନ୍ତି ବୋଲି ପ୍ରେସମିଟ୍ ଜରିଆରେ ଜଣାଇଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।

ବାଙ୍କୀରେ ମେଗା ଜଳସେଚନ ପ୍ରକଳ୍ପ ପାଇଁ ଗତକାଲି (ଗୁରୁବାର) ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । ଏହି ଜଳସେଚନ ପ୍ରକଳ୍ପ ୩୩୩ କୋଟି ୬୧ ଲକ୍ଷ ଟଙ୍କାରେ ନିର୍ମାଣ କରାଯିବ । ବାଙ୍କୀ ଅଞ୍ଚଳରେ ଶତକଡା ୩୫ ଭାଗରୁ ମଧ୍ୟ କମ୍ ଜଳସେଚନର ବ୍ୟବସ୍ଥା ରହିଥିବାରୁ ଏହି ପ୍ରକଳ୍ପ ଦ୍ବାରା ବାରଙ୍ଗ, ଡମପଡ଼ା ଓ ବାଙ୍କୀ ଅଞ୍ଚଳର ବହୁ ଚାଷୀ ଉପକୃତ ହେବେ । ଏହି ମେଗା ପ୍ରକଳ୍ପ ଜରିଆରେ ବାଙ୍କୀ ନିର୍ବାଚନମଣ୍ଡଳୀର ପ୍ରାୟ ୯ ହଜାର ହେକ୍ଟର ତଥା ୨୨ ହଜାର ଏକର ଚାଷ ଜମିରେ ଜଳସେଚନର ସୁବିଧା ହେବ । ଏଥିପାଇଁ ୩୬ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

ତେବେ ଏନେଇ ଆଜି (ଶୁକ୍ରବାର) ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏଥିରେ ବାଙ୍କୀବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଏହି ଦୁଇ ନେତା । ଏହି ପ୍ରକଳ୍ପରେ ବାଙ୍କୀବାସୀଙ୍କ ସମେତ ବାରଙ୍ଗ ଅଞ୍ଚଳର ମଧ୍ୟ ଅନେକ ଚାଷୀ ଉପକୃତ ହେବେ । ଏନେଇ ଉଭୟ ଅଞ୍ଚଳର ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏନେଇ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, "ଏହି ପ୍ରକଳ୍ପ ଦ୍ବାରା ବାଙ୍କୀ, ଡମପଡ଼ା ଓ ବାରଙ୍ଗ ଅଞ୍ଚଳର ଚାଷୀ ମାନଙ୍କର ନିଶ୍ଚିତ ଭାବରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ଦୀର୍ଘ ଦିନର ଦାବି ପୂରଣ କରି ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରତି ଜମିକୁ ପାଣି ସଂକଳ୍ପକୁ ବାସ୍ତବତାର ରୂପ ଦେଇଛନ୍ତି ।" ସେହିଭଳି କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ସାମନ୍ତରାୟ କହିଛନ୍ତି, "ବାଙ୍କୀ -ବାରଙ୍ଗ ଅଞ୍ଚଳରେ ଥିବା ପାହାଡ଼ିଆ ସ୍ଥାନ ଗୁଡ଼ିକରେ ଜଳସେଚନ ହୋଇପାରୁନାହିଁ । ତେବେ ଏହି ଅଞ୍ଚଳର ଚାଷୀକୂଳଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ଭେଟି ଦେଇଛନ୍ତି, ସେଥିପାଇଁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.