କଟକ: ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ କୋଡିନେସନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର DGP ସାମିଲ ହୋଇଛନ୍ତି । ତେବେ ପୂର୍ବାଞ୍ଚଳରେ ଅପରାଧକୁ ରୋକିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି ।
ନକ୍ସଲ ବିରୋଧୀ ଅପରେସନ, ଗୁଇନ୍ଦା ତଥ୍ୟ, ଆନ୍ତରିକ ସୁରକ୍ଷା ନେଇ ବୈଠକରେ ଆଲୋଚନା ହୋଇଛି । ଆନ୍ତଃରାଜ୍ୟ ଅପରାଧ, ସଂଗଠିତ ଅପରାଧ, ସାଇବର ଅପରାଧ ନେଇ ମଧ୍ୟ ହୋଇଛି ଆଲୋଚନା । ମାନବ ଚାଲାଣ ଭଳି ପ୍ରସଙ୍ଗ ଉପରେ ଡିଜିପି ଆଲୋଚନା କରିଛନ୍ତି । ଓଡ଼ିଶା ପୋଲିସର ବହୁ ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ