ETV Bharat / state

ହାଇକୋର୍ଟରେ ଡାକ୍ତରୀ ଛାତ୍ରଛାତ୍ରୀ: କୋଭିଡ ଡ୍ୟୁଟିରେ ନିୟୋଜନକୁ ବିରୋଧ - କଟକ

ପୋଷ୍ଟ ଗ୍ରାଜୁଏସନ୍ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କୋଭିଡ ଡ୍ୟୁଟିରେ ନିୟୋଜିତ କରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରଥମ ବର୍ଷ ଡାକ୍ତର ଛାତ୍ରଛାତ୍ରୀ । ଏହାକୁ ବେଆଇନ ଦର୍ଶାଇଛନ୍ତି ଛାତ୍ରଛାତ୍ରୀ ।

Medical students in the High Court
ହାଇକୋର୍ଟରେ ଡାକ୍ତରୀ ଛାତ୍ରଛାତ୍ରୀ: କୋଭିଡ ଡ୍ୟୁଟିରେ ନିୟୋଜନକୁ ବିରୋଧ
author img

By

Published : Aug 19, 2020, 4:39 PM IST

କଟକ: ପୋଷ୍ଟ ଗ୍ରାଜୁଏସନ୍ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କୋଭିଡ ଡ୍ୟୁଟିରେ ନିୟୋଜିତ କରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରଥମ ବର୍ଷ ଡାକ୍ତର ଛାତ୍ରଛାତ୍ରୀ । ଏହା ବେଆଇନ ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଛାତ୍ରଛାତ୍ରୀ । ତେବେ କୋର୍ଟ ଏହି ମାମଲାକୁ ଗ୍ରହଣ କରିବା ସହ ରାଜ୍ୟ ସରକାର, ଏମସିଆଇ, କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ହାଇକୋର୍ଟରେ ଡାକ୍ତରୀ ଛାତ୍ରଛାତ୍ରୀ: କୋଭିଡ ଡ୍ୟୁଟିରେ ନିୟୋଜନକୁ ବିରୋଧ

ରାଜ୍ୟର 3ଟି ପ୍ରମୁଖ ମେଡିକାଲ କଲେଜ ଯଥା:-ଏସସିବି, ବୁର୍ଲା, ଏମକେସିଜିର ପ୍ରାୟ ୨୭୯ ଡାକ୍ତର ଛାତ୍ରଛାତ୍ରୀଙ୍କୁ କୋଭିଡ ଡ୍ୟୁଟିରେ ନିୟୋଜିତ କରିଛନ୍ତି ରାଜ୍ୟ ସରକାର । ତେବେ ସେମାନଙ୍କ ମେଡିକାଲ ଶିକ୍ଷା ବ୍ୟବସ୍ଥାରେ ଏହା ପ୍ରଭାବ ପକାଇବ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆସନ୍ତା ମାସ ତୃତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.