କଟକ: ବିଶ୍ରାମ ବିନା ଶରୀର କ୍ଲାନ୍ତ ହୋଇପଡ଼େ । ରାତିରେ ଟିକିଏ ଭଲକ ନିଦ ନହେଲେ ପୁରା ଦିନଟି ଭଳ ଭାବରେ କଟେ ନାହିଁ । ଦିନରେ କାମ କରି ଆମେ ସମସ୍ତେ ରାତି ସମୟରେ ବିଶ୍ରାମ ନେଇଥାଉ । ରାତିରେ ଶାନ୍ତିରେ ଯଦି ନିଦ ନହେବ ଦେହ ମଧ୍ୟ ଖରାପ ହେବାର ସମ୍ଭାବନା ରହିଥାଏ । ଏହି ନିଦ ପାଇଁ ବାଲିଯାତ୍ରାରେ ଭଲ ଗଦି ଓ ତକିଆ କିଣି ନେଉଛନ୍ତି ଗ୍ରାହକ (mattresses demand in Baliyatra)।
ରାତିରେ ଶୋଇବା ସମୟରେ ଆମେ ସମସ୍ତେ ଭଲ ବିଛଣା ଖୋଜି ଥାଉ । ଆଜିକାଲି ତ ବିନା ଗଦି ରେ ଶୋଇବା ଅନେକଙ୍କ ପାଇଁ କଷ୍ଟ ଦାୟକ।ତେବେ ଆପଣ ଯେଉଁ ଗଦିରେ ଶୋଉଛନ୍ତି, ତାହା ଯଦି ଭଲ ହୋଇନଥିବ ତେବେ ପିଠ ଯନ୍ତ୍ରଣାର ସମ୍ଭାବନା ରହିଛି । ଅନେକ ଲୋକ ଏହି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ସେ ଗଦି ହେଉ ବା ତକିଆ ହେଉ ତାହାର ସଠିକ ବ୍ରାଣ୍ଡ ର ବ୍ୟବହାର ନକଲେ ତେବେ ଏସବୁର ସମସ୍ୟା ଦେଖାଯାଏ ।
ତେବେ ଏସବୁ ପାଇଁ ଆପଣ ସଠିକ ଜିନିଷ ବା ବ୍ରାଣ୍ଡ୍ ଗଦି ବ୍ୟବହାର କରିବା ଉଚିତ । ସେହିପରି କମ୍ପାନୀ ଗୁଡିକ ମଧ୍ୟ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଗଦି କମ୍ପାନୀ ବାଲିଯାତ୍ରା ପସରା ମେଲାଇଥିବା ବେଳେ ଏଠାରେ ଗ୍ରାହକଙ୍କ ମଧ୍ୟ ଭିଡ ଜମିଛି ।