କଟକ: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମେଟିଭ ୧ ପରୀକ୍ଷା । ପ୍ରଥମ ଦିନ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବା ନେଇ ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି । ଉଭୟ ଅବିଜେକ୍ଟିଭ ଏବଂ ସବଜେକ୍ଟିଭ ପରୀକ୍ଷା ଭଲ ହୋଇଥିବା ବେଳେ ଭଲ ପ୍ରଶ୍ନ ଆସିଥିଲା । ପ୍ରସ୍ତୁତି ମୁତାବକ ପ୍ରଶ୍ନ ଆସିଥିବାରୁ ପରୀକ୍ଷା ଭଲ ହୋଇଥିବା ପରୀକ୍ଷାର୍ଥୀମାନେ କହିଛନ୍ତି ।
ଅନ୍ୟପଟେ ବିଗତ ଦିନ ମାନଙ୍କରେ ପରୀକ୍ଷା ଆରମ୍ଭ ଦିନ ଓଡ଼ିଆ ବିଷୟ ହିଁ ରଖା ଯାଇଥାଏ । ଅର୍ଥାତ ପ୍ରଥମ ଭାଷା ଓଡ଼ିଆ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରୁ ହିଁ କରାଯାଇଥାଏ । ତେବେ ଏଥର ପ୍ରଥମ ଦିନରେ ଦ୍ବିତୀୟ ଭାଷା ଇଂରାଜୀ ହିଁ ରହିଥିଲା । ହେଲେ କାହିଁକି ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା କରିବାକୁ ବୋର୍ଡ ନିଷ୍ପତ୍ତି ନେଇଥିଲା । ଏହା ପରୀକ୍ଷାର୍ଥୀ ମାନଙ୍କ ଉପରେ ଚାପ ପକାଇଥାଏ କି ? କାରଣ କୁହାଯାଏ ପ୍ରଥମ ପରୀକ୍ଷା ଭଲ ହେଲେ ବାକି ସମସ୍ତ ପରୀକ୍ଷା ଭଲ ହୋଇଥାଏ। ଏହି କାରଣରୁ ପ୍ରଥମ ପରୀକ୍ଷାରେ ଓଡ଼ିଆ ହିଁ କରାଯାଏ । ତେବେ ଏଥର ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା କରିବା ପାଇଁ ବୋର୍ଡ ନିଷ୍ପତ୍ତି ନେଇଥିଲା । ତେବେ ଏହାର କାରଣ ଓ ଏହା ଦ୍ବାରା ଉପକୃତ ହେବେ କି ପରୀକ୍ଷାର୍ଥୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି ।
ଇଟିଭି ଭାରତ, କଟକ