କଟକ: ଆସନ୍ତାକାଲି(ବୁଧବାର) ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଦିନ ସାଢେ 11 ଟାରେ ବୋର୍ଡର ୱେବସାଇଟ ଏବଂ ଏସଏମଏସ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ରାତି ପାହିଲେ ପ୍ରକାଶ ପାଇବ ରେଜଲ୍ଟ। ତେବେ ରେଜଲ୍ଟ ଭଲ କରିଥିବା ଛାତ୍ରଛାତ୍ରୀମାନେ ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବେ । ମାତ୍ର ଯଦି ଦେଖିବା, ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥାନ୍ତି । ସେମାନଙ୍କ ଉପରେ ଅଭିଭାବକମାନେ ଅଧିକ ଚାପ ପକାଇଥାନ୍ତି ।
ଏଭଳି ପରୀକ୍ଷାର୍ଥୀଙ୍କ ମନୋଦଶା ଏବଂ ଏଭଳି ପରିସ୍ଥିତିରେ କୌଣସି ଛାତ୍ରଛାତ୍ରୀଙ୍କ ଉପରେ ଚାପ ନପକାଇବାକୁ ପରାମର୍ଶ ଦେଇଛନ୍ତି ବୋର୍ଡର ପୂର୍ବତନ ସଭାପତି ତଥା ଶିକ୍ଷାବିତ ସତ୍ୟକାମ ମିଶ୍ର। ଚାପ ପକାଇବା ପରିବର୍ତ୍ତେ ସେମାନଙ୍କୁ ସାନ୍ତ୍ବନା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ଏହି ତମାମ ପ୍ରସଙ୍ଗ ଉପରେ ପୂର୍ବତନ ବୋର୍ଡ ସଭାପତିଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ