ETV Bharat / state

Bharat Jodo Padayatra: ନିଆଳିରେ ଗର୍ଜିଲା କଂଗ୍ରେସ, ହିଂସା ଓ ଘୃଣା ଛାଡ ଡାକରା

author img

By

Published : Oct 8, 2022, 6:37 PM IST

କଟକ ନିଆଳିରେ କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟ କଳାପକୁ ନିନ୍ଦା କରିବା ସହ ଆଗାମୀ ଦିନରେ କଂଗ୍ରେସ ଦଳକୁ ସଙ୍ଗଠିତ କରିବା ପାଇଁ ନେତୃବୃନ୍ଦ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଅଧିକ ପଢ଼ନ୍ତୁ

ନିଆଳିରେ କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା, ବହୁ ରାଜ୍ୟ ସ୍ତରୀୟ ନେତା ସାମିଲ

ନିଆଳି: ସଂଗଠନକୁ ସୁଦୃଢ଼ କରିବା ସହିତ ଦଳକୁ ପୁଣିଥରେ ଶାସନକୁ ଫେରାଇ ଆଣିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସାରା ଦେଶରେ ଚାଲିଛି ଭାରତ ଯୋଡ଼ ପଦଯାତ୍ରା । ତେବେ ରାହୁଲ ଗାନ୍ଧୀ ଏହି ପଦଯାତ୍ରାରେ ଓଡ଼ିଶା ଆସୁନଥିବାବେଳେ, ରାଜ୍ୟ କଂଗ୍ରେସ କିନ୍ତୁ ରାଜ୍ୟରେ ଭାରତ ଯୋଡ଼ ପଦଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ନିଆଳି କଂଗ୍ରେସ ତରଫରୁ ଭାରତ ଯୋଡ଼ ପଦଯାତ୍ରାର ଆୟୋଜନ କରାଯାଇଥିଲା । ଏଥିରେ ଅନେକ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ନେତା ଯୋଗ ଦେଇଥିଲେ ।

ଭାରତ ଯୋଡ଼ ପଦଯାତ୍ରା ଦେଶରେ ବଢ଼ି ଚାଲିଥିବା ବେକାରୀ ସମସ୍ୟା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ପ୍ରତିବାଦ କରୁଛି କଂଗ୍ରେସ । ରାହୁଲ ଗାନ୍ଧୀ ଏହି ପଦଯାତ୍ରା ଦ୍ବାରା ଦେଶର ୧୨ରୁ ଅଧିକ ରାଜ୍ୟରେ କେନ୍ଦ୍ର ସରକାରଙ୍କର ବିଫଳତା ପହଞ୍ଚାଇବାକୁ ଲକ୍ଷ ରଖିଥିବାବେଳେ, ଏଥିରେ କିନ୍ତୁ ଓଡ଼ିଶାକୁ ଅନ୍ତର୍ଭୁକ୍ତ କରାଯାଇନାହିଁ । ତେବେ ପିସିସି ସଭାପତିଙ୍କ ନେତୃତ୍ବରେ ରାଜ୍ୟରେ ଭାରତ ଯୋଡ଼ ପଦଯାତ୍ରା କରିବାକୁ ସ୍ଥିର କରିଛି ଦଳ ।

ଏହି କ୍ରମରେ ଆଜି (ଶନିବାର) ନିଆଳି ନିର୍ବାଚନ ମଣ୍ତଳୀରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ନେତାଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇ ନିଆଳି ଠାରୁ ନୂଆଗାଁ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୋଧୁରୀ, ଉପସଭାପତି ଶଶୀ କାନ୍ତ ଲେଙ୍କା, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, କଣ୍ଟାପଡ଼ା ବ୍ଲକ ସଭାପତି ବିଜୁ ପାତ୍ର, ନୂଆଗାଁ ପଞ୍ଚାୟତର ସରପଞ୍ଚ ଜ୍ୟୋତିରଞ୍ଜନ ମଲ୍ଲିକ, ସମିତିସଭ୍ୟ ଗଗନ ଭୋଇ, ସୌଭାଗ୍ୟ ବସ୍ତିଆଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

ଏହି ଅବସରରେ ଏକ ସଭାର ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଆଗାମୀ ଦିନରେ କଂଗ୍ରେସ ଦଳକୁ ସଙ୍ଗଠିତ କରିବା ପାଇଁ ନେତୃବୃନ୍ଦ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.