ETV Bharat / state

ତେଜିଲା କଣ୍ଟାପଡ଼ା ତହସିଲଦାରଙ୍କ ବଦଳି ଦାବି, ଗଣଧାରଣାରେ ଶତାଧିକ ଲୋକ - କଣ୍ଟାପଡ଼ା ଆଇନଜୀବୀ

କଣ୍ଟାପଡ଼ା ଆଇନଜୀବୀ ସଙ୍ଘର ପ୍ରତିବାଦ । ତହସିଲଦାରଙ୍କ ବଦଳି ଏବଂ ଖାଲି ପଡିଥିବା ଅତିରିକ୍ତ ତହସିଲଦାରଙ୍କ ନିଯୁକ୍ତି ଦାବିରେ ଧାରଣା । ଅଧିକ ପଢନ୍ତୁ

କଣ୍ଟାପଡ଼ା ଆଇନଜୀବୀ ସଙ୍ଘର ପ୍ରତିବାଦ
କଣ୍ଟାପଡ଼ା ଆଇନଜୀବୀ ସଙ୍ଘର ପ୍ରତିବାଦ
author img

By

Published : Jul 14, 2023, 10:29 PM IST

ନିଆଳି: ବଢିଲା କଣ୍ଟାପଡ଼ା ତହସିଲଦାରଙ୍କ ଅଡୁଆ । ତହସିଲଦାରଙ୍କ ବଦଳି ଏବଂ ଖାଲି ପଡିଥିବା ଅତିରିକ୍ତ ତହସିଲଦାରଙ୍କ ନିଯୁକ୍ତି ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଦିଆଗଲା ଧାରଣା । ସରକାରୀ କାର୍ଯ୍ୟରେ ଅହେତୁକ ବିଳମ୍ବ ଏବଂ ଜନସାଧାରଣମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣି ତହସିଲଦାରଙ୍କୁ ବଦଳି ଦାବିରେ ଧାରଣା ଦେଲେ ଶତାଧିକ ଲୋକ । ଅତିରିକ୍ତ ତହସିଲଦାରଙ୍କ ପଦବି ପୂରଣ ଦାବିରେ ଗତ 6 ତାରିଖ ଦିନ କଣ୍ଟାପଡ଼ା ଆଇନଜୀବୀ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା । ମାତ୍ର କୌଣସି ସୁଫଳ ନମିଳିବାରୁ ବିଭିନ୍ନ ଅନୁଷ୍ଠାନ, ଆଇନଜୀବୀ ସଂଘ, ବିଭିନ୍ନ ରାଜନୈତିକ ଦଳର ନେତା, ଲୋକ ପ୍ରତିନିଧି ଏବଂ ବରିଷ୍ଠ ନାଗରିକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାରଙ୍କ କାର୍ଯ୍ଯକଳାରେ ଅତିଷ୍ଠ ହେଲେଣି କଣ୍ଟାପଡ଼ାବାସୀ ।‌ ଏପରି ସରକାରଙ୍କ ପ୍ରକୃତ ଯୋଜନାରୁ ବଞ୍ଚିତ ହେଉଥିବା ମଧ୍ୟ ଗୁରୁତର ଅଭିଯୋଗ ହୋଇଛି । ଜନ୍ମ, ମୃତ୍ୟୁ ସାର୍ଟିଫିକେଟ, ଜାତିଗତ ପ୍ରମାଣପତ୍ର, ଇନକମ ସାର୍ଟିଫିକେଟ ଏମିତି କି ତହସିଲଦାର ଆଇନଜୀବୀମାନଙ୍କୁ ଅସହଯୋଗ କରୁଥିବା ନେଇ ଅଭିଯୋଗ ହୋଇଛି । ଗତ ୭ ମାସ ହେବ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାରଙ୍କ ପଦବୀ ଖାଲି ପଡ଼ିଛି । ଜିଲ୍ଲା ପ୍ରଶାସନ ଏହି ପଦବୀ ପୂରଣ କରୁନଥିବା କାରଣରୁ କଣ୍ଟାପଡ଼ା ଆଇନଜୀବୀ ସଂଘ ପକ୍ଷରୁ 5T ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଇ-ମେଲ୍ ମାଧ୍ୟମରେ ଅଭିଯୋଗ କରିଥିଲେ । ଅଭିଯୋଗ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଦାବି ପୂରଣ ହେଉନଥିବାରୁ ଆଇନଜୀବୀ ସଂଘ ପ୍ରତିବାଦ କରିବା ସହ ଧାରଣା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ତହସିଲଦାରଙ୍କ ବଦଳି ଦାବିରେ ଗର୍ଜିଲେ ଆଇନଜୀବୀ

ଆଇନଜୀବୀ ଅଶ୍ବିନୀ ମହାନ୍ତିଙ୍କ ନେତୃତ୍ବରେ ଗଣ ଧାରଣା ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏହି ଧାରଣାରେ କଣ୍ଟାପଡ଼ା ଆଇନଜୀବୀ ସଂଘର ସଭାପତି ଆର୍ତ୍ତତ୍ରାଣ ରାୟ, ବରିଷ୍ଠ ନାଗରିକ ନିମାଇଁ ରାଉତରାୟ, ବିଜେଡି ନେତା ଓ ଆଞ୍ଚଳିକ ବିକାଶ ପରିଷଦ ସଭାପତି ତୃପ୍ତି ରଞ୍ଜନ ବେହେରା, ବୃଦ୍ଧିଜୀବୀ, ବରିଷ୍ଠ ନାଗରିକ ବିକ୍ଷୋଭରେ ସାମିଲ ହୋଇଥିଲେ । ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ଓ ନୀତି ବିରୁଦ୍ଧରେ ବିଭିନ୍ନ ନାରା ଦେଇଥିଲେ । ଘଟଣାସ୍ଥଳକୁ କଟକ ଉପଜିଲ୍ଲାପାଳ କମଲ ଜିତ ଦାଶ ପହଞ୍ଚି ଗଣ ଧାରଣା ଓ ବିକ୍ଷୋଭକାରୀ ସହିତ ଆଲୋଚନା କରିଥିଲେ । ଉପଜିଲ୍ଲାପାଳଙ୍କ ଜରିଆରେ ଏକ ୬ ଦଫା ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.