ETV Bharat / state

ମାନିଲେନି ଅମାନିଆ: କଟକ ଆକାଶରେ ଉଡିଲା ମାଞ୍ଜା ସୂତାର ଗୁଡି, ଜଣେ ଗିରଫ

author img

By

Published : Jan 15, 2023, 10:41 AM IST

କଟକରେ ଉଡୁଛି ମାଞ୍ଜା ସୂତା । ତାଗିଦ ସତ୍ତ୍ବେ ମାନୁ ନାହାଁନ୍ତି ଅମାନିଆ । ଜଣେ ଗିରଫ । ଅଧିକ ପଢ଼ନ୍ତୁ

Manja thread kite
କଟକରେ ମାଞ୍ଜା ସୂତା

କଟକ: ମାଞ୍ଜା ସୂତା ବିକ୍ରି ଅଭିଯୋଗରେ ଜଣେ ବ୍ୟବସାୟୀ ଗିରଫ । ଏହାସହ ୫ହଜାର ଟଙ୍କା ଜୋରିମାନା ଆଦାୟ କରିଛି ପୋଲିସ । ସୂଚନାନୁସାରେ ଗୁଡି ଉପରେ କଟକଣା ଲାଗୁ କରିବାକୁ ଯାଇ ଗୁରୁବାର ହାଇକୋର୍ଟରେ ରୁଜୁ ହୋଇଥିଲା ଜନସ୍ୱାର୍ଥ ମାମଲା । ବିଶେଷକରି ନାଇଲନ ସୂତା, ପ୍ଲାଷ୍ଟିକ ସୂତା ଓ ମାଞ୍ଜା ସୁତାର ପ୍ରସ୍ତୁତି, ବିକ୍ରି ଓ ଗୁଡ଼ି ଉଡା ଉପରେ ସମ୍ପୂର୍ଣ୍ଣ ବ୍ୟାନ କରିବା ପାଇଁ କୋର୍ଟରେ ଆବେଦନକାରୀ ପ୍ରାର୍ଥନା କରିଥିଲେ । ହେଲେ ନିୟମକୁ ଉଲ୍ଲଘଂନ କରି ମାଞ୍ଜା ସୂତାରେ ଗତକାଲି ଗୁଡି ଉଡ଼ାଇଥିଲେ କଟକ ସହରବାସୀ । ସହରର ଯେଉଁଆଡେ ଦେଖିଲେ ସବୁଠି ଗୁଡ଼ି ଆଉ ଗୁଡ଼ି । ପୋଲିସ ପ୍ରଶାସନର କଟକଣାକୁ ବେଖାତିର କରି ମାଞ୍ଜା ସୂତାରେ ଗୁଡି ଉଡ଼ାଇଛନ୍ତି କଟକ ବାସିନ୍ଦା ।

ଯଦିଓ ପୋଲିସ ଆଉ ପ୍ରଶାସନର ସହରରେ ମିଳିତ ଚଢ଼ଉ କରାଯାଇଥିଲା ତଥାପି ପୋଲିସକୁ ଚ୍ୟାଲେଞ୍ଜ ଦେଇ ମାଞ୍ଜା ସୂତାରେ ଗୁଡି ଉଡାଇଛନ୍ତି ଅମାନିଆ । ଏପରିକି ଗୁଡି ସୂତାରେ ଅଳ୍ପକେ ରକ୍ଷା ପାଇଛନ୍ତି ଯାତ୍ରୀ । ଗତକାଲି ପୁରୀଘାଟ ଥାନା ଅଞ୍ଚଳରେ ପ୍ରଶାସନ ଓ ପୋଲିସର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଏହି କ୍ରମରେ ମାଞ୍ଜା ସୂତା ବିକ୍ରି ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିବାସହ ୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛି ।

କଟକରେ ମାଞ୍ଜା ସୂତା ବ୍ୟବହାର ଉପରେ କଟକଣା ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ । ସୂତା ପ୍ରସ୍ତୁତି, ବିକ୍ରି ଓ ଗଚ୍ଛିତ ରଖିବା ଉପରେ କଟକଣା ବି ଲଗାଇଥିଲା । ଏପରିକି ଯେଉଁମାନେ ନିର୍ଦ୍ଦେଶକୁ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲା ଜିଲ୍ଲା ପ୍ରଶାସନ । ହେଲେ ଏହାକୁ ବେଖାତିର କରିଥିଲେ ବ୍ୟବସାୟୀ ଜଣକ ।

ବଡ଼ କଥା ହେଉଛି ଗତବର୍ଷ ଠାରୁ କଟକରେ ମାଞ୍ଚା ସୁତା ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଥିଲା । ମାତ୍ର କଟକଣା କେବଳ କାଗଜ କଲମରେ ସୀମିତ ରହିଥିଲା । ତେବେ କିଛିଦିନ ତଳେ କଟକଣାକୁ କାର୍ଯ୍ୟକାରୀ କରିବା ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସେହିପରି ସହରରେ ମାଞ୍ଜା ସୂତା ବିକ୍ରି ଏବଂ ବ୍ୟବହାର ଉପରେ କଟକଣାକୁ ଜୋରଦାର କରାଯିବ ବୋଲି କଟକ ଡିସିପି କହିଥିଲେ । କଟକର କୌଣସି ଦୋକାନରେ ଯେପରି ଏହି ସୂତା ବିକ୍ରି ନହେବ ସେନେଇ ସଜାଗ ରହିବାକୁ ସହରର ସମସ୍ତ ଥାନାର ଥାନାଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ କଟକ ଡିସିପି ପିନାକ ମିଶ୍ର ।

ଏହାମଧ୍ୟ ପଢ଼ନ୍ତୁ. ସାବଧାନ ! ମାଞ୍ଜା ସୂତା ବିକିଲେ କି ଗୁଡି ଉଡାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଏପରିକି କୌଣସି ବ୍ୟକ୍ତି ମଧ୍ୟ ଏହି ମାଞ୍ଜାସୂତା ବ୍ୟବହାର ନକରିବେ ସେଥିପ୍ରତି ଥାନାଧିକାରୀମାନେ କଡା ନଜର ରଖିବେ ବୋଲି ଡିସିପି ନିର୍ଦ୍ଦେଶ ଦେଇଥିଲେ । କେବଳ ସେତିକି ନୁହେଁ ଯଦି କେହି ନିୟମକୁ ଉଲ୍ଲଘଂନ କରି ମାଞ୍ଜା ସୂତା ବିକ୍ରି କିମ୍ବା ବ୍ୟବହାର କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କଡା ନିର୍ଦ୍ଦେଶ ଦେଇଥିଲେ ।

ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ପରମ୍ପରା ରହିଛି । ପ୍ରତ୍ୟକ ବର୍ଷ ଏହି ଗୁଡି ଉଡାଇବା ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଉଛି। କଟକ ସହରରେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ଏକାଧିକ ଲୋକଙ୍କ ଜୀବନ ଯାଇଛି । ଅନେକ ଲୋକ ଏହା ଦ୍ୱାରା ଗୁରୁତ୍ୱର ଆହତ ମଧ୍ୟ ହେଉଛନ୍ତି । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଗୁଡି ଉଡା ଉପରେ କଟକଣା ଯଦିଓ ଲାଗୁ କରାଯାଇଥିଲା ମାତ୍ର କଟକଣା କେବଳ କାଗଜ କଲମରେ ସୀମିତ ରହି ଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.