ETV Bharat / state

ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ: ଅଭିଯୁକ୍ତକୁ ଜେଲ ପଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିବା ପଡିଲା ମହଙ୍ଗା । ଜେଲ୍ ଗଲେ ମିଥ୍ୟା ସତ୍ୟପାଠ ଦେଇଥିବା ବାଲେଶ୍ବରର ତପନ ସାହୁ । ଅଧିକ ପଢନ୍ତୁ

author img

By

Published : Feb 16, 2023, 7:50 AM IST

ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲା
ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲା

କଟକ: ଅନ୍ତରୀଣ ଜାମିନ ହାସଲ ପାଇଁ ଜଣେ ଆବେଦନକାରୀଙ୍କ ସଂପର୍କୀୟ ମିଥ୍ୟା ସତ୍ୟପାଠ ସହିତ ଜାଲ ନଥିପତ୍ର ଦାଖଲ କରିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ସତ୍ୟପାଠ ଦାଖଲ କରିଥିବା ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳର ତପନ କୁମାର ସାହୁଙ୍କୁ ଜେଲକୁ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବୁଧବାର ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଫେବ୍ରୁଆରୀ ୧୦ର ନିର୍ଦ୍ଦେଶ ଅନୁସାରେ ଖଇରା ଥାନା ଓଆଇସି ତପନକୁ ହାଜର କରାଇଥିଲେ । ତପନ ଅନ୍ତରୀଣ ଜାମିନ ଆବେଦନ ସହିତ ଦାଖଲ କରିଥିବା ସତ୍ୟପାଠ ଓ ନଥିପତ୍ର ଜାଲ ବୋଲି ଜଣାପଡ଼ିଥିଲା । ଏହାପରେ ହାଇକୋର୍ଟ ତପନଙ୍କୁ କଟକ ସଦର ଏସଡିଜେଏମ ଅଦାଲତରେ ହାଜର କରିବାକୁ ଖଇରା ଥାନା ଓଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତପନକୁ ଏସଡିଜେଏମ୍ ଅଦାଲତ ଚୌଦ୍ବାର ଜେଲକୁ ପଠାଇବେ ବୋଲି ହାଇକୋର୍ଟ କହିଥିଲେ । ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୮କୁ ଧାର୍ଯ୍ୟ କରାଯାଇଛି । ପରବର୍ତ୍ତୀ ତାରିଖରେ ତପନଙ୍କୁ ହାଜର କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସତ୍ୟପାଠରେ ଥିବା ଦସ୍ତଖତ ଦେଖି ତପନ କହିଥିଲା ଯେ, ଏହି ଦସ୍ତଖତ ତାଙ୍କର ନୁହେଁ । ସେ କୌଣସି ପ୍ରକାର ସତ୍ୟପାଠ କରିନାହାନ୍ତି ବୋଲି କହିଥିଲେ । ଅନ୍ୟପକ୍ଷରେ ସତ୍ୟପାଠରେ ଥିବା ଦସ୍ତଖତ ତପନ କୁମାର ସାହୁଙ୍କ ବୋଲି ଚିହ୍ନଟ କରିଥିବା ବ୍ୟକ୍ତି ଜଣେ ଆଡଭୋକେଟ କ୍ଲର୍କ ବୋଲି ଉଲ୍ଲେଖ ଥିଲା ।

ତପନ ଓ ସଂପୃକ୍ତ ଆଡଭୋକେଟ କ୍ଲର୍କଙ୍କୁ ହାଇକୋର୍ଟ ବୁଧବାର କାରଣ ଦର୍ଶାଅ ନୋଟିସ୍ ଜାରି କରି କାହିଁକି ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ଆଇନ ଅନୁସ‌ାରେ ମାମଲା ଚାଲିବ ନାହିଁ ସେନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ସମୟରେ ତପନକୁ ଚୌଦ୍ବାର ଜେଲରୁ ଆଣି ହାଇକୋର୍ଟରେ ହାଜର କରାଯିବାକୁ ଥିବାବେଳେ ଆଡଭୋକେଟ କ୍ଲର୍କ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଶ୍ରୀନାଥ ରଣାଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ, ଶ୍ରୀନାଥ ଏକ ଅପରାଧିକ ମାମଲାରେ ଗିରଫ ହୋଇ ଜେଲରେ ଥିବାବେଳେ ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ବିଚାରାଧୀନ ଥିବାବେଳେ ଅନ୍ତରୀଣ ଜାମିନ ଲୋଡ଼ି ଶ୍ରୀନାଥଙ୍କ ପକ୍ଷରୁ ଏକ ଆବେଦନ ଦାୟର କରାଯାଇଥିଲା । ଶ୍ରୀନାଥଙ୍କ ପତ୍ନୀ ଏସସିବିରେ ଚିକିତ୍ସିତ ହେଉଛନ୍ତି ବୋଲି ଦର୍ଶାଇ ଏହି ଅନ୍ତରୀଣ ଆବେଦନ ଦାଖଲ କରାଯାଇଥିଲା । ଅନ୍ତରୀଣ ଆବେଦନ ସହିତ ଅସୁସ୍ଥ ବ୍ୟକ୍ତିଙ୍କ ଓପିଡି କାର୍ଡ, ପ୍ରେସକ୍ରିପସନ୍ ଓ ଅନ୍ୟାନ୍ୟ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା ।

୨୦୨୩, ଜାନୁଆରି ୧୩ରେ ହାଇକୋର୍ଟ ଶ୍ରୀନାଥଙ୍କୁ ଦୁଇ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଅନ୍ତରୀଣ ଜାମିନ ମିଆଦ ପୂରା ହେବା ପରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫେବ୍ରୁଆରି ୧୦ରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଏସସିବି ମେଡିକାଲର କାର୍ଡିଓଲୋଜି ବିଭାଗ ମୁଖ୍ୟ ପ୍ରଫେସର ଏସ.ଏନ.ରାଉତରାୟଙ୍କ ଚିଠି ହାଇକୋର୍ଟରେ ଉପସ୍ଥାପନ କରାଯାଇଥିଲା ।

ଅନ୍ତରୀଣ ଆବେଦନ ସହିତ ଦାଖଲ ପ୍ରେସକ୍ରିପସନ୍, ଓପିଡି ଟିକେଟ ଓ ଉଲ୍ଲେଖ ଥିବା ପରାମର୍ଶ ସଂପୂର୍ଣ୍ଣ ଜାଲ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଥିଲା । ଏହାପରେ ଅନ୍ତରୀଣ ଆବେଦନରେ ଶ୍ରୀନାଥଙ୍କ ପୁତୁରା ଦର୍ଶାଇ ସତ୍ୟପାଠ ଦାଖଲ କରିଥିବା ତପନଙ୍କୁ ଗିରଫ କରିବାକୁ ଖଇରା ଥାନା ଓଆଇସିଙ୍କୁ ଗତ ଫେବ୍ରୁଆରି ୧୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.