ETV Bharat / state

ମୁଣ୍ଡ ନେଉଛି ମୁକୁଳା ଡ୍ରେନ: CMC ଆଗରେ ମୃତଦେହ ରଖି ପରିବାର ଲୋକଙ୍କ କ୍ଷତିପୂରଣ ଦାବି

author img

By

Published : Jul 20, 2023, 5:24 PM IST

କଟକବାସୀଙ୍କ ପାଇଁ ମୁକୁଳା ଡ୍ରେନ୍‌ ପାଲଟିଛି ମରଣ ଯନ୍ତା । ଦିନକୁ ଦିନ ଗଡୁଛି ମୁଣ୍ଡ । ସପ୍ତାହକ ମଧ୍ୟରେ ଗଲାଣି ଦୁଇ ଜୀବନ । କ୍ଷତି ପୂରଣ ଦାବିରେ ସିଏମସିକୁ ଘେରିଲା ପରିବାର । ଅଧିକ ପଢ଼ନ୍ତୁ

ମୁକୁଳା ଡ୍ରେନ ପାଲଟିଛି କଟକବାସୀଙ୍କ ପାଇଁ ମରଣ ଯନ୍ତ୍ରା

କଟକ: ମୁକୁଳା ଡ୍ରେନ୍‌ରେ ପଡ଼ି ବୁଧବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଆଜି କ୍ଷତିପୂରଣ ଦାବିରେ CMC ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ପରିବାର ବର୍ଗ । କଟକ ମହାନଗର ନିଗମର ମୁଖ୍ୟ ଫାଟକ ଆଗରେ ମୃତଦେହ ରଖି 10 ଲକ୍ଷ କ୍ଷତିପୂରଣ ଦାବି କଲେ ପରିବାର ଲୋକେ । ଅନ୍ୟପଟେ ସୁରକ୍ଷା ପାଇଁ CMC ସମ୍ମୁଖରେ ପୋଲିସ ଫୋର୍ସ ମୁତୟନ ହୋଇଛି । ଏସ୍‌ସିବି ବଡ଼ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ମୃତଦେହ ନେଇ ସିଏମସି ସମ୍ମୁଖରେ ରଖି ନ୍ୟାୟ ଦାବି କରିଛନ୍ତି ପରିବାର ଲୋକେ।

ଗତକାଲି(ବୁଧବାର) ପ୍ରଭାତ ସିନେମା ସ୍ଥିତ ବାରପଥରଠାରେ ମୁଖ୍ୟ ନାଳରେ ପଡ଼ି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ତେବେ ବ୍ୟକ୍ତି ଜଣକ ଜଣେ ଶ୍ରମିକ ହୋଇଥିବା ପରିବାର ଲୋକେ ଦାବି କରିଥିବା ବେଳେ ସିଏମସି ଏହାକୁ ଖଣ୍ଡନ କରିଛି । ମୃତ ଶ୍ରମିକର ନାମ ପି ନରସିଂହା ।

ସୂଚନା ଅନୁଯାୟୀ, ମୁଖ୍ୟନାଳରେ ପଶି ପଙ୍କ ଉଦ୍ଧାର ବେଳେ ନାଳ ଭିତରକୁ ଖସି ଯାଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏକ ହଜାର ଟଙ୍କା ପାରିଶ୍ରମିକ ଦେଇ ଜାଇକା କର୍ତ୍ତୃପକ୍ଷ ନାଳ ସଫା ପାଇଁ ତାଙ୍କୁ ଡାକିଥିବା ପରିବାର ଅଭିଯୋଗ କରିଛନ୍ତି । ମୃତଦେହକୁ ପୋଲିସ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ଲାଗି କଟକ ବଡ଼ ମେଡିକାଲକୁ ପଠା ଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ତେଜନା ପ୍ରକାଶ ପାଇଥିଲା । ଏମିତକି ରାସ୍ତା ଉପରେ ଟାୟାର ଜାଳି ରାସ୍ତା ରୋକ୍ କରିଥିଲେ ସ୍ଥାନୀୟ ଜନତା ।

ଅଧିକ ପଢ଼ନ୍ତୁ: ମୁକୁଳା ଡ୍ରେନ୍‌ରେ ପଡ଼ି ମୃତ୍ୟୁ ଘଟଣା: ମେୟର ଓ କମିଶନରଙ୍କ ନାଁରେ ଏତଲା, ଉଠିଲା କ୍ଷତିପୂରଣ ଦାବି

ଏହି ଘଟଣାକୁ ନେଇ କଟକ ମେୟର କହିଛନ୍ତି , "ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ସେ CMC ଅଧିନରେ ଆସୁ ନାହାନ୍ତି । କିନ୍ତୁ ତଥାପି ଏହି ଦିଗରେ ଆହୁରି ତର୍ଜମା କରାଯାଉଛି । ଠିକା ସଂସ୍ଥା ଅଧୀନରେ ସେ କାର୍ଯ୍ୟ କରୁଥିଲେ ବୋଲି ପରିବାର କହୁଛନ୍ତି ତାହାକୁ ନେଇ ମଧ୍ୟ ଆଲୋଚନା ଜାରି ରହିଛି । ମୃତ ଶ୍ରମିକ ଠିକା ସଂସ୍ଥାର କି ନାହିଁ ତାହା ତର୍ଜମା କରାଯାଇ କ୍ଷତି ପୂରଣ ପ୍ରଦାନ କରାଯିବ । ତେବେ ଦୁର୍ଘଟଣା ପାଇଁ ଯେତିକି ସହାୟତା ପ୍ରଦାନ କରାଯିବା କଥା ତାକୁ ପ୍ରଦାନ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି ।" ସୂଚନା ମୁତାବକ, ଗତ ଚାରିଦିନ ପୂର୍ବେ ଝୋଲା ସାହି ନାଳରେ ଖୋଲା ନାଳରେ ପଡ଼ି ଜଣଙ୍କ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.