ETV Bharat / state

ବହୁଚର୍ଚିତ ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ ମାମଲାରେ ଡି ବ୍ରଦର୍ସ ଦୋଷମୁକ୍ତ

author img

By

Published : May 16, 2023, 6:54 AM IST

ଗତ ନଭେମ୍ବର ୧୨ ତାରିଖ, ୨୦୧୪ ମସିହାରେ କଟକ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ଫାରୁକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଦୋଷ ମୁକ୍ତ ହୋଇଛନ୍ତି ଧଳଭ୍ରାତା । ଅଧିକ ପଢନ୍ତୁ

ବହୁଚର୍ଚିତ ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ ମାମଲାରେ ଧଳଭ୍ରାତା ଦୋଷମୁକ୍ତ

କଟକ: ବହୁ ଚର୍ଚ୍ଚିତ କଟକ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ମାମଲାରେ ଦୋଷ ମୁକ୍ତ ହୋଇଛନ୍ତି ଧଳଭ୍ରାତା । ସୁଶୀଲ ଓ ଶୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ବି ନିର୍ଦ୍ଦୋଷରେ ଖଲାସ କରିଛନ୍ତି କଟକ ଜିଲ୍ଲା ଦୌରା ଜଜ କୋର୍ଟ । ଉପଯୁକ୍ତ ସାକ୍ଷୀ ଓ ପ୍ରମାଣ ଅଭାବରୁ କୋର୍ଟ ଏହି ତିନି ଜଣ ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହା ପୂର୍ବରୁ ୪ ଜଣ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇସାରିଛନ୍ତି।

ଗତ ନଭେମ୍ବର ୧୨ ତାରିଖ, ୨୦୧୪ ମସିହାରେ କଟକ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ନିଜ ଗୋଦାମରେ ବସିଥିଲେ। ସେହି ସମୟରେ ଦୁଇଟି ବାଇକରେ ଦୁର୍ବୁର୍ତ୍ତ ଆସି ତାଙ୍କ ଉପରେ ଆଖିବୁଝା ଗୁଳି ଚାଳଣା କରିଥିଲେ। ଯାହାଫଳରେ ସେ ଗୁରୁତର ହୋଇ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ୩୦ ଲକ୍ଷ ଟଙ୍କାର ଦାଦା ବଟି ନ ଦେବା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ସେତେବେଳେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଥିଲା କଟକ କମିଶନରେଟ ପୋଲିସ । ଧଳଭ୍ରାତାଙ୍କ ଇସାରାରେ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ କମିଶନରେଟ ପୋଲିସ ଧଳାଭ୍ରାତାଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗରେ ମାମଲା ରୁଜୁ କରିଥିଲା।

ତେବେ ପୋଲିସ ଜାଣିଶୁଣି ଏପରି ଅଭିଯୋଗ କରିଥିବା ଧଳଭ୍ରାତାଙ୍କ ଆଇନଜୀବୀ କହିଛନ୍ତି । ସବୁଠାରୁ ବଡ଼କଥା ହେଉଛି ଧଳଭ୍ରାତାଙ୍କ ବିରୋଧରେ ଫାରୁକଙ୍କ ପରିବାର ଲୋକ ବି ସାକ୍ଷ୍ୟ ଦେଇନାହାନ୍ତି । ପୋଲିସ ଜାଣି ଶୁଣି ସେମାନଙ୍କୁ ଫସାଉଛି, ଯାହାକି ନ୍ୟାୟିକ ବ୍ୟବସ୍ଥା ପାଇଁ ଅଶୁଭ ବୋଲି ଆଇନଜୀବୀ କହିଛନ୍ତି ।

କଟକର ବହୁ ଚର୍ଚ୍ଚିତ ଦୀପୁ ଏବଂ ଓମ୍‌ ହତ୍ୟା କାଣ୍ଡ ଓ ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ ମାମଲାରେ ଧଳ ସାମନ୍ତ ଭ୍ରାତା ଏବଂ ଅନ୍ୟ ଅଭିଯୁକ୍ତମାନେ ପୂର୍ବରୁ କୋର୍ଟରେ ହାଜର ହୋଇଥିଲେ । ଦୀପୁ ଏବଂ ଓମ୍‌ ଡବଲ ମର୍ଡର ଘଟଣାରେ କୟୁମ ଖାନ ନାମକ ଜଣେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଏହି ସାକ୍ଷୀ ଙ୍କୁ ମିଶାଇ ମୋଟ ୧୮ ଜଣଙ୍କର ପୂର୍ବରୁ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା । ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲାରେ ଚିତ୍ତ ରଞ୍ଜନ ପାତ୍ରଙ୍କ ନାମକ ଜଣେ ସାକ୍ଷୀଙ୍କ ମଧ୍ୟ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଚିତ୍ତ ରଞ୍ଜନଙ୍କୁ ମିଶାଇ ଏହି ମାମଲାରେ ମୋଟ ୨୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.