ETV Bharat / state

ମହିଳାଙ୍କଠୁ 5କୋଟି ଠକି ନେଲା ଲୁମେକ୍ସ ସଂସ୍ଥା, କାର୍ଯ୍ଯାନୁଷ୍ଠାନ ନେଇ ପ୍ରଶ୍ନବାଚୀ - ମହିଳାଙ୍କ ଠାରୁ 5 କୋଟି ଠକି ନେଲା ଲୁମେକ୍ସ ସଂସ୍ଥା

ଲୁମେକ୍ସ ରିସୋର୍ସ ପ୍ରାଇଭେଟ ସଂସ୍ଥା ବିରୋଧରେ ଟଙ୍କା ଠକେଇ ଅଭିଯୋଗ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୋଲିସ। ଅଧିକ ପଢନ୍ତୁ

Allegation against Lumex Resources Pvt
Allegation against Lumex Resources Pvt
author img

By

Published : Feb 27, 2023, 10:33 PM IST

Allegation against Lumex Resources Pvt

କଟକ: ଲୋଭନୀୟ ଅଫର ଦେଖାଇ ଲୋକଙ୍କୁ ଚୁନ ଲଗାଇଲା ଭୁବନେଶ୍ୱରର ଲୁମେକ୍ସ ରିସୋର୍ସ ପ୍ରାଇଭେଟ ନାମକ ଏକ ସଂସ୍ଥା । କମ ଦିନରେ ଅଧିକ ଲାଭ ଆଶା ଦେଖାଇ ଜମାକାରୀଙ୍କ ଠାରୁ ଲୁଟି ନେଲା କୋଟି କୋଟି ଟଙ୍କା। ଠକାମିର ଶିକାର ହେବା ପରେ ଥାନାରେ ଅଭିଯୋଗ କରାଯାଇଥିଲା ସୁଦ୍ଧା ଏପର୍ଯ୍ୟନ୍ତ ହୋଇପାରିନି କାର୍ଯ୍ୟାନୁଷ୍ଠାନ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ଯ ସ୍ଥାଣୁ ପାଲଟିଛି ପୋଲିସ। ଥାନାରେ ଗତ 4 ମାସ ଧରି ଏନେଇ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗହଣ କରାଯାଇ ନଥିବାରୁ ନ୍ୟାୟ ଅପେକ୍ଷାରେ ଠକାମୀର ଶିକାର ହୋଇଥିବା ଜମାକାରୀ ।

ଏକ ବର୍ଷ ପୂର୍ବେ ବିଭିନ୍ନ ଜାଲ କାଗଜପତ୍ର ଦେଖାଇ କ୍ରୋମ ବ୍ୟବସାୟ କରୁଥିବାରୁ ଲୋକଙ୍କ ନିକଟରେ ବିଶ୍ବାସ ଜନ୍ମାଇଥିଲା ଲୁମେକ୍ସ ରିସୋର୍ସ ପ୍ରାଇଭେଟ ସଂସ୍ଥା । କମ ଅର୍ଥ ବିନିଯୋଗରେ ବହୁଗୁଣା ଅର୍ଥ ଫେରସ୍ତ ଲୋଭ ଦେଖାଇବାରୁ ବହୁ ଲୋକେ ଏଠାରେ କୋଟି କୋଟି ଟଙ୍କା ଜମା କରିଥିଲେ। ନିଶାରାଣୀ ମହାପାତ୍ର ନାମକ ଜଣେ ମହିଳା ଏହି ସଂସ୍ଥାରେ 5 କୋଟି ଟଙ୍କା ଜମା କରିବା ପରେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଏହି ସଂସ୍ଥାକୁ ଦୌଡିଥିଲେ ଜମାକାରୀ ଜଣଙ୍କ। କିନ୍ତୁ କୌଣସି ସୁଫଳ ନମିଳିବାରୁ ମହିଳା ଜଣଙ୍କ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଅଭିଯୋଗ ନରଖିବାରୁ ବାଧ୍ୟ ହୋଇ ସେ ସ୍ଥାନୀୟ ଏସ୍‌ଡିଜେଏମ୍ କୋର୍ଟରେ ଜଣାଇବା ପରେ ଦୀର୍ଘ ଦିନ ପରେ ପୋଲିସ ମାମଲା ରୁଜୁ କରିଥିଲା।

ଏହି ଘଟଣାକୁ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିବା ବେଳେ ଥାନାରେ ଗତ 4 ମାସ ହେଲା ଅଭିଯୋଗ ହୋଇଛି। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରି ନାହିଁ। ଏନେଇ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ କହିଛନ୍ତି , ''ଏହି ଘଟଣାରେ ତଦନ୍ତ ଜାରି ରଖିଥିବା ପୋଲିସ କହୁଛି। କିନ୍ତୁ କାହିଁକି ଆଜି ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ ଓ କାହା ଚାପରେ ଏହି ଠକ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଘଟଣାକୁ ଏତେ ଦିନ ବିତି ଯାଇଥିବାରୁ ଏବେ ପୋଲିସ ଉପରୁ ଲୋକଙ୍କ ଭରସା ପୋଲିସ ଉପରୁ ଉଠିଗଲାଣି । ଯଦି ଜଣେ ଜମାକାରୀଙ୍କଠାରୁ 5 କୋଟି ଟଙ୍କା ଠକେଇ ହୋଇଛି ତେବେ ବାକି ଜମାକାରୀଙ୍କ ଠାରୁ କେତେ ଟଙ୍କା ଲୁଟ ହୋଇଥିବ ତାହା ଜଣାପଡିଯାଉଛି ବୋଲି କହିଛନ୍ତି ଆଇନଜୀବୀ ଧରଣୀଧର ନାୟକ ।''

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.