ETV Bharat / state

ତାଲାବନ୍ଦ ନିୟମ ଉଲ୍ଲଙ୍ଘନ, ୨୪ ଘଣ୍ଟାରେ ୩୬ ମାମଲା

ଆଜି ପର୍ଯ୍ୟନ୍ତ ମୋଟ ୭,୦୬୮ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ରୁଜୁ କରାଯାଇଛି ।

author img

By

Published : Jul 22, 2020, 7:52 PM IST

Lockout violation cases
୨୪ ଘଣ୍ଟାରେ ୩୬ ମାମଲା ରୁଜୁ

କଟକ: ରାଜ୍ୟରେ ଦିନକୁ ଦିନ କୋରୋନା ବେକାବୁ ହେବାରେ ଲାଗିଥିବାବେଳେ କିଛି ଅମାନିଆ ତାଲାବନ୍ଦ ନିୟମକୁ ଉଲ୍ଳଙ୍ଘନ କରୁଛନ୍ତି । ଆଜି ପର୍ଯ୍ୟନ୍ତ ମୋଟ ୭,୦୬୮ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜିପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି (ମଙ୍ଗଳବାର) ସକାଳୁ ଆଜି ସକାଳ(ବୁଧବାର) ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୩୬ ଟି ମାମଲା ରୁଜୁ କରାଯାଇଛି । ଏହି ୩୬ ଟି ମାମଲା ମଧ୍ୟରୁ ୩୪ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ୨ ଟି ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.