ETV Bharat / state

ବେଉସା ବଦଳାଇଦେଲା କୋରୋନା - କୋରୋନା ବଦଳାଇ ଦେଲା ବେଉଷା

କୋରୋନା ବଦଳାଇ ଦେଲା ବେଉସା । ଭାଙ୍ଗି ଦେଇଛି କ୍ଷୁଦ୍ର ବ୍ୟବସାୟୀଙ୍କ ମେରୁଦଣ୍ଡ । ଦୋକାନ ଛାଡି ରାସ୍ତା କଡର କରୁଛନ୍ତି ବ୍ୟବସାୟ । ଅଧିକ ପଢନ୍ତୁ....

_lockdown change the business pattern of businessman
କୋରୋନା ବଦଳାଇ ଦେଲା ବେଉଷା
author img

By

Published : Apr 30, 2020, 9:00 PM IST

କଟକ: କୋରୋନା ବଦଳାଇ ଦେଲା ବେଉସା । ଭାଙ୍ଗି ଦେଇଛି କ୍ଷୁଦ୍ର ବ୍ୟବସାୟୀଙ୍କ ମେରୁଦଣ୍ଡ । ପେଟପାଟଣା ପାଇଁ ଦୋକାନ ଛାଡି ରାସ୍ତା କଡରେ କରୁଛନ୍ତି ବ୍ୟବସାୟ । ଏ ହେଉଛନ୍ତି ଆକାଶ ହାତୀ । ୧୫ ବର୍ଷ ହେବ ସେ ଦୋଳମୁଣ୍ଡାଇ ଛକରେ ଜୁସ ଦୋକାନ କରି ପରିବାର ଚଳାଉ ଥିଲେ । ବଜାର ଉପରେ ଦୋକାନ ଥିବାରୁ ଭଲ ବେପାର ମଧ୍ୟ ହେଉଥିଲା । ଆଗକୁ ଖରା ଦିନ ଥିବାରୁ ବେପାର ଜମିଥାନ୍ତା । ହେଲେ, କୋରୋନା ସବୁକିଛି ବିଗାଡି ଦେଲା । ଲକ ଡାଉନ କଟକଣା ଯୋଗୁଁ ଦୋକାନ ବନ୍ଦ ରହିଛି । ଆଉ ବା କେତେ ଦିନ ହାତ ବାନ୍ଧି ଘରେ ବସି ଥାନ୍ତେ ସେ ? ସେଥିପାଇଁ ପରିବାର ଚଳାଇବାକୁ ବାଧ୍ୟ ହୋଇ ରାସ୍ତା କଡରେ ବିଭିନ୍ନ ପ୍ରକାର ମିଠା ଓ ପନିର ବିକ୍ରି କରୁଛନ୍ତି ।

କୋରୋନା ବଦଳାଇ ଦେଲା ବେଉସା

କେବଳ ଆକାଶ ନୁହଁନ୍ତି, ଜଗତପୁରର ବିନୋଦଙ୍କ ମଧ୍ୟ ସମାନ ଅବସ୍ଥା । ପୂର୍ବରୁ ବିନୋଦ କଲେଜ ଛକ ଅଞ୍ଚଳରେ ଏକ ବ୍ୟାଗ ଦୋକାନ ଖୋଲିଥିଲା । ବ୍ୟବସାୟ ମଧ୍ୟ ଖୁବ ଜମୁଥିଲା । ହେଲେ ଲକ ଡାଉନ ପାଇଁ ଦୋକାନରେ ତାଲା ପଡିଗଲା । ପରିବାର ମୁହଁରେ ଦାନା ଦେବା ପାଇଁ ବାଧ୍ୟ ହୋଇ ରାସ୍ତା କଡରେ ଆରମ୍ଭ କଲେ ପରିବା ବ୍ୟବସାୟ । ଯାହା ଦି ପଇସା ମିଳୁଛି ସେଥିରେ କଷ୍ଟେ ମଷ୍ଟେ ଗୁଜୁରାଣ ମେଣ୍ଟାଉଛନ୍ତି । କୋରୋନା ସବୁକିଛି ଓଲଟ ପାଲଟ କରିଦେଇଛି । କେବେ ସ୍ଥିତି ସ୍ବାଭାବିକ ହେବ ତାହାକୁ ହିଁ ସଭିଙ୍କ ଅପେକ୍ଷା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.