ETV Bharat / state

ଲକଡାଉନ ନିୟମ ଉଲଙ୍ଘନ ମାମଲା, ୨୪ ଘଣ୍ଟାରେ ୧୪ ମାମଲା ରୁଜୁ

ତାଲାବନ୍ଦ ନିୟମ ଉଲଙ୍ଘନ ମାମଲାରେ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ ୧୪ ଟି ମାମଲା ରୁଜୁ ହୋଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନ ନିୟମ ଉଲଙ୍ଘନ ମାମଲା, ୨୪ ଘଣ୍ଟାରେ ୧୪ ଟି ମାମଲା ରୁଜୁ

author img

By

Published : Jul 9, 2020, 8:11 PM IST

କଟକ: ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୮୧୧ ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୪ ଟି ମାମଲା ରୁଜୁ କରାଯାଇଛି । ଏହି ୧୪ ଟି ମାମଲା ମଧ୍ୟରୁ ୧୧ ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ଗୋଟିଏ ମାମଲା ଗୁଜବ ସୃଷ୍ଟି କରିବା ଅଭିଯୋଗରେ ରୁଜୁ କରାଯାଇଛି । ସେହିପରି ୨ ଟି ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.