ETV Bharat / state

ଲକଡାଉନ ନିୟମ ଉଲଙ୍ଘନ ମାମଲା, ୨୪ ଘଣ୍ଟାରେ 10 ମାମଲା ରୁଜୁ

ଲକଡାଉନ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ 6672 ଟି ମାମଲା ରୁଜୁ କରାଯାଇଛି । ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ 10ଟି ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନ ନିୟମ ଉଲଙ୍ଘନ ମାମଲା, ୨୪ ଘଣ୍ଟାରେ 10ଟି ମାମଲା ରୁଜୁ

author img

By

Published : Jun 29, 2020, 10:33 PM IST

କଟକ: ରାଜ୍ୟରେ କୋରୋନା ମାମଲା ବୃଦ୍ଧି ପାଇଲେ ସୁଦ୍ଧା ସଚେତନ ହେଉନାହାଁନ୍ତି ସାଧାରଣ ଲୋକେ । କୋରୋନାକୁ ରୋକିବା ପାଇଁ ଲକଡାଉନ ଲାଗୁ କରାଯାଇଛି । ହେଲେ ତାଲାବନ୍ଦ ନିୟମକୁ ପାଳୁନାହାଁନ୍ତି ଲୋକେ । ଲକଡାଉନ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ 6672 ଟି ମାମଲା ରୁଜୁ କରାଯାଇଛି ।

ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ 10 ଟି ମାମଲା ରୁଜୁ କରାଯାଇଛି । ଏହି 10 ଟି ମାମଲା ମଧ୍ୟରୁ 7 ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ 3ଟି ମାମଲା ଅନ୍ୟାନ୍ୟ ଅଭିଯୋଗରେ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.